ନନ୍ଦନ କାନନ ପାଇଁ ଖୁସି ଖବର।

୧୪ ପ୍ରକାରର ମୋଟ ୫୮ଟି ବିଦେଶୀପ୍ରାଣୀ

ବାରଙ୍ଗ,୧୨।୧୦(ଲିଙ୍ଗରାଜ ରାଉତ)ନନ୍ଦନକାନନକୁ ଆସିଛନ୍ତି ନୂଆ ଅତିଥି। ଗୁଜୁରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ୧୪ ପ୍ରକାରର ମୋଟ ୫୮ଟି ବିଦେଶୀପ୍ରାଣୀ ନନ୍ଦନକାନନକୁ ଶୁକ୍ରବାର ରାତିରେ ଆସି ପହଁଚିଛି।ଏହି ବିଦେଶୀପ୍ରାଣୀକୁ ଦାନ ସୂତ୍ରରେ ଟ୍ରଷ୍ଟ ପକ୍ଷରୁ ଦିଆଯାଇଛି ବୋଲି ଉପ-ନିର୍ଦ୍ଦେଶକ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି।ଆସିଥିବା ନୂଆ ଅତିଥିମାନଙ୍କ ମଧ୍ୟରେ ରହିଛି


ଜେବ୍ରା (୨ଟି ଅଣ୍ଡିରା, ୨ଟି ମାଈ), କଙ୍ଗାରୁ (୨ଟି ଅଣ୍ଡିରା, ୨ଟି ମାଈ), ବେନେଟ୍ସ ୱାଲାବି (୩ଟି ଅଣ୍ଡିରା,୩ଟି ମାଈ), ରିଙ୍ଗ୍-ଟେଲ୍ଡ ଲେମୁର୍ (୨ଟି ଅଣ୍ଡିରା, ୨ଟି ମାଈ), ଟଫ୍ଟେଡ୍ କ୍ୟାପୁଚିନ୍ (୨ଟି ଅଣ୍ଡିରା, ୨ଟି ମାଈ),ସ୍କାର୍ଲେଟ୍ ମ୍ୟାକାଉ (୨ଟି ଅଣ୍ଡିରା, ୨ଟି ମାଈ)ବ୍ଲୁ-ଆଣ୍ଡ-ଗୋଲ୍ଡ ମ୍ୟାକାଉ (୨ଟି ଅଣ୍ଡିରା,୨ଟି ମାଈ)ଗ୍ରୀନ୍-ୱିଙ୍ଗଡ୍ ମ୍ୟାକାଉ (୨ଟି ଅଣ୍ଡିରା, ୨ଟି ମାଈ)ସଲଫର୍-କ୍ରେଷ୍ଟେଡ୍ କକାଟୁ (୨ଟି ଅଣ୍ଡିରା, ୨ଟି ମାଈ)କ୍ରାଉଣ୍ଡ କ୍ରେନ୍ (୨ଟି ଅଣ୍ଡିରା, ୨ଟି ମାଈ)ସ୍କାର୍ଲେଟ୍ ଆଇବିସ୍ (୨ଟି ଅଣ୍ଡିରା, ୨ଟି ମାଈ)ମିରକାଟ୍ (୩ଟି ଅଣ୍ଡିରା, ୩ଟି ମାଈ),କାସୋୱାରୀ (୧ଟି ଅଣ୍ଡିରା, ୧ଟି ମାଈ)ବ୍ଲୁୱାଇଲ୍ଡବିଷ୍ଟ୍ (୨ଟି ଅଣ୍ଡିରା, ୨ଟି ମାଈ)।ଏହି ନୂଆ ଅତିଥି ପ୍ରାଣୀଉଦ୍ୟାନକୁ ଆସିବା ପରେ ଏମାନଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କ୍ୱାରେଟାଇନରେ ଡାକ୍ତରଙ୍କ ନଜର ବନ୍ଦିରେ ଛଡାଯାଇଛି।ନୂଆ ଅତିଥି ଆସିବା ପରେ ନନ୍ଦନକାନନରେ ପ୍ରଜାତି ସଂଖ୍ୟା ବୃଦ୍ଧି ପାଇ ମୋଟ ୧୮୮ରେ ପହଞ୍ଚିଛି।

 

- Advertisement -

Leave A Reply

Your email address will not be published.