ଆଜିର ରାଶିଫଳ

୨୮-୧୦-୨୦୨୬,ବୁଧବାର,ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)ତୁଳା ଦ୧/୫୦/୫୦ ଇଂଘ ୫/୫୦/୧୮ ଗତେ ଉଦୟ।ମେଷ ଦ୧/୩୦/୫୦ ଇଂଘ ୫/୧୧/୨୩ ଗତେ ଅସ୍ତ ।ଯୋଗିନୀ ଅଗ୍ନିକୋଣେ । ରାତ୍ରି ଘ୧।୩୪ ଗତେ ନୈଋତେ, ଦିବା ଘ୩।୦ ମଧ୍ୟେ ଯାତ୍ରାଶୁଭ ଓ ଦେବତା ଗଠନ, ନୌକାଗଠନ ଓ ସ୍ଖଳନ, ବାଣିଜ୍ୟକରଣ, ହଳ ପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ,ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି,ଦିବା ଘ୨।୨୪ଗତେ ମୃଗଶିରା ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ସ୍ୱାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି,ବିଛା ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର, ଦିବା ଘ୮।୪୧ ଗତେ ଘ୧୦।୭ ମଧ୍ୟେ କାଳବେଳା, ଘ୧୧।୩୩ ଗତେ ଘ୧୨।୫୯ ମଧ୍ୟେ ବାରବେଳା,ରାତ୍ରି ଘ୨।୪୧ଗତେ ଘ୪।୧୫ ମଧ୍ୟେ କାଳରାତ୍ରି, ମୃତେ ଦିବା ଘ୨।୨୪ମଧ୍ୟେ ପାଦଦୋଷ ।ଫଳଂ ଗୋତ୍ରନାଶ, ତିଳକାଞ୍ଚନ ଦାନ, ପ୍ରଥମ ରଜୋଦର୍ଶନେ ଦିବା ଘ୨।୨୪ ମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ,ସ୍ବର୍ଣ୍ଣ ଓ ପୀତବସ୍ତ୍ରଦାନ,ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ପଟୋଳ(ପୋଟଳ) ଭକ୍ଷଣ ନିଷେଧ(ଅମୃତ)- ଦିବା ଘ୬।୩୬ ମଧ୍ୟେ ଘ୭।୨୫ ଗତେ ଘ୮।୧୩ ମଧ୍ୟେ ଘ୧୦।୩୭ ଗତେ ଘ୧।୧ ମଧ୍ୟେ ରାତ୍ରି ଘ୬।୦ ଗତେ ଘ୬।୪୮ ମଧ୍ୟେ ଘ୮।୨୪ ଗତେ ଘ୨।୪୮ ମଧ୍ୟେ । (ମାହେନ୍ଦ୍ର)-ଦିବା ଘ୬।୩୭ ଗତେ ଘ୭।୨୫ ମଧ୍ୟେ ଘ୧।୪୯ ଗତେ ଘ୪।୧୩ ମଧ୍ୟେ ।
ମେଷ- ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହିବାର ଆବଶ୍ୟକତା ଅଛି। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ।ବୃଷ-ପୂର୍ବ ବ୍ୟବସାୟ ଚୁକ୍ତିରୁ ଅଚାନକ ଲାଭ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା କରିପାରନ୍ତି।
ମିଥୁନ- ନୂଆ ଶକ୍ତିରେ ପୂର୍ଣ୍ଣ ରହିବେ। ବନ୍ଧୁ ଠାରୁ ଖୁସି ଖବର ଶୁଣିବାକୁ ପାଇବେ। ମହିଳାମାନେ ଅନଲାଇନ ରେ କିଣାକିଣି କରିବେ। ଶିକ୍ଷାର୍ଥୀଙ୍କୁ ଏକ ସାର୍ଥକ ପଥ ମିଳିବ।
କର୍କଟ-କାହାରି ସହ ଉଚ୍ଚ ସ୍ବରରେ କଥା ହୁଅନ୍ତୁ ନାହିଁ। ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ତିଆରି କରିବାକୁ ହେବ। ମହିଳାଙ୍କୁ ପରିବାରର ସାହାଯ୍ୟ ମିଳିବ।
ସିଂହ-ଛୋଟଛୋଟ କଥାରେ ଖୁସି ତଲାସ କରିବାର ଅବସର ପାଇବେ। ରାଜନୈତିକ ଲୋକଙ୍କର ମାନ ସମ୍ମାନ ବଢ଼ିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ।
କନ୍ୟା-ଯୋଜନା ତିଆରି କରିବା ଲାଗି ଭଲ ଦିନଟିଏ। ସଂଘର୍ଷ କରିବା ପରେ ନିଶ୍ଚୟ ସଫଳ ହେବେ। ଘରୋଇ ଚାକିରି କରୁଥିବା ଲୋକଙ୍କର ଦରମା ବୃଦ୍ଧି ଯୋଗ ଅଛି।
ତୁଳା-ଘର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଲୋକେ ଆପଣଙ୍କ ବ୍ୟକ୍ତିତ୍ବରୁ ପ୍ରେରଣା ନେବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
ବିଛା-ବନ୍ଧୁଙ୍କ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ। କୋର୍ଟ କ‌ଚେରି ମାମଲାଠୁଁ ଦୂରରେ ରୁହନ୍ତୁ। ଭାଇଙ୍କ ସହଯୋଗରେ ନୂଆ ବେପାର ଆରମ୍ଭ କରିବାକୁ ଭାବିପାରନ୍ତି।
ଧନୁ-ଆର୍ଥିକ ରୂପେ ସଫଳତା ପାଇବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଭବିଷ୍ୟତ ଲାଗି ଯୋଜନା ତିଆରି କରିବେ। ପ୍ରିୟବନ୍ଧୁଙ୍କ ସହ କଥା ହୋଇ ଭଲ ଲାଗିବ।
ମକର-ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ନିଶ୍ଚୟ ପାଇବେ। ପ୍ରିୟଜନଙ୍କ ଠାରୁ ସୁସମ୍ବାଦ ମିଳିବ।
କୁମ୍ଭ-ବାପା ମାଆଙ୍କ ସହଯୋଗରେ ଜୀବନରେ ଆଗକୁ ବଢ଼ିବେ। ମାନସିକ ସ୍ଥିରତା ଓ ଶାନ୍ତି ବଜାୟ ରହିବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶଂସା କରିବେ।
ମୀନ-ଭାବିଚିନ୍ତି ବ୍ୟବସାୟରେ ଚୁକ୍ତି କରନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଛାତ୍ରଙ୍କୁ ଲେଖାପଢ଼ାରେ ଅଧିକ ଧ୍ୟାନ ଦେବାକୁ ହେବ।

- Advertisement -

Leave A Reply

Your email address will not be published.