ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ପବନ

ଭୁବନେଶ୍ୱର,୨୬।୧୦(ଏସଏସନିଉଜ)ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ପବନ ବହିବ ବୋଲି ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ନର୍ଦ୍ଦେଶିକା ମନୋରମା ମହାନ୍ତି।ଦକ୍ଷିଣ ଓଡ଼ିଶାରେ ଝଟ୍‌କା ପବନର ବେଗ ୮୦ କିମି ପର୍ଯ୍ୟନ୍ତ ରହିବ।୨୮ ପୂର୍ବାହ୍ନରେ ବାପଟଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ।ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୧୫ରୁ ୧୨୫ କିମି ରହିବ।ଝଟ୍‌କା ପବନର ବେଗ ୧୪୦ କିମି ପର୍ଯ୍ୟନ୍ତ ଯାଇପାରେ।୨୭ ତାରିଖ ସନ୍ଧ୍ୟା କିମ୍ବା ରାତିରୁ ଓଡ଼ିଶାରେ ବର୍ଷା ହେବ।୨୮ ତାରିଖରେ ଅତି ପ୍ରବଳ ଓ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା,ଭୂସ୍ଖଳନ ଆଶଙ୍କା ରହିଛି, ଫସଲ ହାନି ମଧ୍ୟ ହୋଇପାରେ ବୋଲି ସୂଚନା ଦେଇଛନ୍ତି।

- Advertisement -

Leave A Reply

Your email address will not be published.