ଆନ୍ଧ୍ରମୁହାଁ ଭୀଷଣ ବାତ୍ୟା ଅର୍ଣବ

ଭୁବନେଶ୍ୱର,୨୫।୧୦(ଏସଏସନିଉଜ)ଘନୀଭୂତ ହେବାରେ ଲାଗିଛି ବଙ୍ଗୋପସାଗରରେ ସୃଷ୍ଟ ଅବପାତଦକ୍ଷିଣପୂର୍ବ ମୁହାଁ ହୋଇ ଘଣ୍ଟା ପ୍ରତି ୮ କିମି ବେଗରେ ଗତି କରୁଛି ବାତ୍ୟା।ବିଶାଖାପାଟଣା ଠାରୁ ୮୬୦ କିମି ଦୂରରେ ଅବସ୍ଥିତ ସମ୍ଭାବ୍ୟ ବାତ୍ୟା ଅର୍ଣାବ।କାକିନାଡ଼ା ଠାରୁ ୯୫୦ କିମି, ମଚ୍ଛଲିପଟ୍ଟନମ ଠାରୁ ୧୦୬୦ କିମି ଦୂରରେ ରହିଛି।ବାପଟଲା ଠାରୁ ୧୧୩୦ କିମି ଦୂରରେ ଅବସ୍ଥିତ ସମ୍ଭାବ୍ୟ ବାତ୍ୟା ଅର୍ଣବ।ଏହା ଅଧିକ ଘନୀଭୂତ ହୋଇ ଆଜି ଗଭୀର ଅବପାତରେ ପରିଣତ ହେବ।କାଲି ସକାଳ ସୁଦ୍ଧା ବାତ୍ୟା, ୨୭ ସକାଳ ବେଳକୁ ଅତିଭୀଷଣ ବାତ୍ୟା।୨୮ ତାରିଖ ସକାଳ ବେଳକୁ ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ରହିଛି।ବିଶାଖାପାଟଣା- ବାପଟଲା ମଧ୍ୟରେ ସ୍ଥଳଭାଗ ଅତିକ୍ରମ ସମ୍ଭାବନା ରହିଛି।୨୮ ପୂର୍ବାହ୍ନରେ ସର୍ବାଧିକ ପବନର ବେଗ ରହିବ ୧୪୦ କିମି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

- Advertisement -

Leave A Reply

Your email address will not be published.