୨୬ରେ ବାତ୍ୟା !

ଭୁବନେଶ୍ବର,୨୪।୧୦(ଏସଏସନିଉଜ)ବାତ୍ୟାକୁ ନେଇ ଆସିଲା ବଡ଼ ଅପ ଡେଟ୍।ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାକୁ ଯାଉଛି । ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖରୁ ଓଡ଼ିଶାରେ ଅତିପ୍ରବଳ ବର୍ଷାସମ୍ଭାବନା ଥିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସେହିପରି ୨୮ ତାରିଖ ସୁଦ୍ଧା ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବାର ଥିବାରୁ ଅଶାନ୍ତ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଏହାସହ ୨୭ ରୁ ୨୯ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ODRAF – NDRF ଟିମକୁ ସଜାଗ ରହିଥିବା ବେଳେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି।

- Advertisement -

Leave A Reply

Your email address will not be published.