ଫାଟିଗଲା ପିଚୁ…

କଟକ,୧୫।୧୦(ଏସଏସନିଉଜ) ପୂର୍ତ୍ତବିଭାଗ ଡିଭିଜନ -୨ର ଅଧିକାରୀ ମାନଙ୍କ ଖାମଖିଆଲ ଓ ଦାୟିତ୍ବହୀନତା ମନୋଭାବ ଯୋଗୁଁ ସାଧାରଣ ଲୋକ ନାହିନଥିବ ହଇରାଣ ହେଉଛନ୍ତି।ଯାହାର ଉଦାହରଣ ବାରଂଗ ଥାନା ଓ ରେଳ ଓଭରବ୍ରିଜ ମଧ୍ୟ ଭାଗ ବାରଙ୍ଗ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି।ଉକ୍ତ ରାସ୍ତାର ଏକ ପାର୍ଶ୍ୱରୁ ଫାଟ ସୃଷ୍ଟି ହୋଇଥିବାର ଗୁରୁବାର ସକାଳେ ଦେଖିବାକୁ ମିଳିଛି।ସ୍ଥାନୀୟ ଲୋକମାନେ ଆଜି ସକାଳେ ଏହି ଫାଟ ଦେଖିବା ପରେ ସାଧାରଣରେ ଭୟ ସୃଷ୍ଟି ହେବା ଆରମ୍ଭ ହୋଇଥିଲା।କିଏ।କହିଥିଲା ରାସ୍ତା ଫାଟି ଆଁ କରିବା ଆରମ୍ଭ କଲାଣି ତ କିଏ କହୁଥିଲେ ପିଚୁ ଫାଟି ଆଁ କରିଛି।ଏହି ଦ୍ଵନ୍ଦ ମଧ୍ୟରେ ସାଧାରଣ ଲୋକ ରହିଥିବାର ଦେଖିବାକୁ ମିଳିଥିଲା।ପ୍ରାୟ ୨୦ଫୁଟ ଲମ୍ବର ଏହି ଫାଟ କ୍ରମାଗତ ଭାବେ ବଢି ମୁଖ୍ୟ ରାସ୍ତା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।ସବୁବେଳେ ଚଳଚଞ୍ଚଳ ବାରଙ୍ଗ ରାସ୍ତାରେ ଗାଡ଼ି ମଟର ଯାତାୟାତ କରୁଥିବା ବେଳେ ଫାଟିଥିବା ପିଚୁକୁ ଏବେଠାରୁ ମରାମତି କରାନଗଲେ ଆଗାମୀ ଦିନରେ ମୁଖ୍ୟ ରାସ୍ତାକୁ ଫଟାଇଦେବ ବୋଲି କୁହାଯାଉଛି।ତେବେ ସରକାର ଲକ୍ଷାଧିକ ଟଙ୍କା ରାସ୍ତାର ଉନ୍ନତି ପାଇ ଖର୍ଚ୍ଚ କରୁଥିବା ବେଳେ ଅଧିକାରୀ ମାନଙ୍କ ପକେଟ୍ ଗରମ ମନୋଭାବ ଓ ଠିକାଦାରକୁ ପୋଷିବା ନୀତି ଯୋଗୁଁ ସରକାର ଙ୍କୁ ବଦନାମ ହେବାକୁ ପଡୁଛି ବୋଲି ଚର୍ଚା ଆରମ୍ଭ ହୋଇଯାଇଛି।

- Advertisement -

Leave A Reply

Your email address will not be published.