ରାଜସ୍ୱ ଓ ଖଣି ବିଭାଗର ମିଳିତ ଚଢ଼ାଉ

୧୦ ଗାଡ଼ି ଜବତ

କଟକ,୧୫।୧୦(ଏସଏସନିଉଜ)ବାରଂଗ ଅଞ୍ଚଳରେ ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ଉଦ୍ଦେଶ୍ୟରେ ରାଜସ୍ୱ ଓ ଖଣି ବିଭାଗ ପକ୍ଷରୁ ପୁଲିସ ସହଯୋଗରେ ମିଳିତ ଚଢ଼ାଉ ଗୁରୁବାର ଦିନ କରାଯାଇଛି।ବାରଙ୍ଗରେ ବେଆଇନ ଭାବେ ପରିବହନ କରି ଆସୁଥିବା ବାଲି ଓ ଚିପ୍ସ ବୋଝେଇ ୧୦ଟି ଗାଡ଼ିକୁ ଜବତ କରିଛନ୍ତି। ଆଇନ ଅନୁଯାୟୀ ସେମାନଙ୍କଠାରୁ ଫାଇନ ଆଦାୟ କରାଯିବ ବୋଲି ବାରଙ୍ଗ ତହସିଲଦାର ତୁଷାର ଯୌତିରଞ୍ଜନ ସୂଚନା ଦେଇଛନ୍ତି।

- Advertisement -

Leave A Reply

Your email address will not be published.