କଟକ,୯।୯(ଏସଏସନିଉଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ୨୦୨୬ ବର୍ଷରେ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ସ୍ୱସ୍ଥବୃତ୍ତ ବିଭାଗ ଆନୁକୁଲ୍ୟରେ ଆୟୋଜିତ “ବିନା ଅଗ୍ନିରେ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗୀତା ” ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକାମାନଙ୍କ ମଙ୍ଗଳବାର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟ ଡିନ୍ ପ୍ରଫେସର କ୍ଷୀରାବ୍ଧୀ ତନୟା ରାଉତରାୟ ପୁରସ୍କୃତ କରିଥିଲେ I ଏହି ଉପଲକ୍ଷେ ଅନ୍ ଲାଇନ୍ ମାଧ୍ୟମରେ ଛତିଶଗଡ଼ ରାଜୀବ ଲୋଚନ ଆୟୁର୍ବେଦ ମେଡିକାଲ କଲେଜ ପ୍ରଫେସର ସାଗର ଶର୍ମ୍ମାଙ୍କ ଦ୍ୱାରା “ସନ୍ତୁଳିତ ଆହାର ଓ ଆମ ସ୍ୱାସ୍ଥ୍ୟ” ବିଷୟରେ ଆଲୋଚନା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡାକ୍ତର ପ୍ରିୟଙ୍କା ପ୍ରିୟଦର୍ଶନୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ପ୍ରଫେସର ରମାକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଡେପୁଟି ଡିନ୍ ପ୍ରଫେସର ନଗେନ୍ଦ୍ର ପ୍ରସାଦ, ପ୍ରଫେସର ପୁଷ୍ପିତା ବାଳା ଜେନା ,ଡାକ୍ତର ପ୍ରିୟାଞ୍ଜୁ ତ୍ରିପାଠୀ, ଡାକ୍ତର ସୁନନ୍ଦାକ୍ଷୀ ବିଶ୍ୱାଳ ଏବଂ ନ୍ୟୁଟ୍ରିସନ ଆଣ୍ଡ ଫିଟନେସ କ୍ଲବ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀଙ୍କ ସହଯୋଗ ତଥା ଡାକ୍ତର ଧ୍ରୁବ ପ୍ରସାଦ ପରିଚାଳନାରେ ସଂପନ୍ନ ହୋଇଥିଲା।

