ସାଇଲେଣ୍ଟ କିଲର ସାଜିଛି ॰॰॰

ଖବର ଆଜିର,ତାରିଖ ୦୧-୦୪-୨୦୨୧/ଗୁରୁବାର

0 309

୧-ବରଗଡ଼ : ମୁହଁ ମୋଡ଼ିଲେଣି ସୀମାନ୍ତ ଲୋକେ; ବାପା-ମା’ ଓଡ଼ିଶାର, ପୁଅ ଛତିଶଗଡ଼ି
୨-ସାଇଲେଣ୍ଟ କିଲର ସାଜିଲାଣି କରୋନା । ମୁମ୍ବାଇର ୯୧ ହଜାର ସଂକ୍ରମିତଙ୍କ ମଧ୍ୟରୁ ୭୪ ହଜାର ସଂକ୍ରମିତଙ୍କ ଠାରେ ଦେଖାଯାଉନି ଲକ୍ଷଣ, ଦେଶର ମୋଟ ସଂକ୍ରମଣର ଅଧା ଆସୁଛି ମହାରାଷ୍ଟ୍ରରୁ ।
୩-ଜୁନ ୩୦ ଯାଏଁ ବଢିଲା ଆଧାର ଓ ପାନ୍ ଲିଙ୍କ ଅବଧି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି ।
୪-୯ରେ ଓଟିଇଟି ପରୀକ୍ଷା, ବୋର୍ଡ ୱେବ୍‌ସାଇଟ୍‌ରେ ଆଡ୍‌ମିଟ୍ କାର୍ଡ ଆଜି ୧୦ ଟାରୁ ।
୫-ରାଜଧାନୀ ଭୁବନେଶ୍ୱର ୭୩ ବର୍ଷର ରେକର୍ଡ ଭାଙ୍ଗିଲା ତାତି : ଭୁବନେଶ୍ୱର ବିଶ୍ୱର ସବୁଠୁ ଉତ୍ତପ୍ତ ସହର , ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ , ଅପରାହ୍ଣରେ କାଳବୈଶାଖୀ
୬-୩.୫ ମିଲିଅନ Mobikwik ୟୁଜରଙ୍କ ଫୋନ୍ ନମ୍ୱର, ଆଧାର ନମ୍ୱର ଲିକ୍ !
୭-ଓଡ଼ିଶାରେ ରୂପ ବଦଳାଉଛି କରୋନା । ବରିଷ୍ଠ ଡାକ୍ତର କହିଲେ, ଲକଡାଉନ୍, ସଟଡାଉନକୁ ଏଡାଇବା ପାଇଁ ନିୟମ ମାନିବା ନିହାତି ଦରକାର ।
୮-ଶରଳ ଓ ସହଜ ଋଣ ଲାଗି ଚୀନ୍ ‘ଲୋନ୍ ଆପ୍’ ରଖୁଛନ୍ତି ଅଜବ ଗ୍ୟାରଣ୍ଟି, ଆତ୍ମହତ୍ୟା ଲାଗି ବାଧ୍ୟ ହେଉଛନ୍ତି ଋଣୀ ।
୯-ପୁରୁଷଙ୍କ ସହ ସମାନ ହେବାକୁ ମହିଳାଙ୍କୁ ଲାଗିଯିବ ଆହୁରି ୧୩୫ ବର୍ଷ; ଡଋୠର ସର୍ଭେ ରିପୋର୍ଟରେ ସାଂଘାତିକ ଲିଙ୍ଗଗତ ପାର୍ଥକ୍ୟ ।
୧୦-ସୋନିଆ ଗାନ୍ଧୀ, ଶରଦ ପୱାର, ନବୀନ ପଟ୍ଟନାୟକ, ଜଗନମୋହନ ରେଡ୍ଡୀଙ୍କୁ ଚିଠି ଲେଖିଲେ ମମତା: ବିଜେପି ବିରୋଧରେ ଏକଜୁଟ ହେବାକୁ ଅପିଲ
୧୧-ପ୍ରଧାନମନ୍ତ୍ରୀ ଆବାସରୁ ହଟାଯାଉ ବିଜୁ ପକ୍କାଘର ଲୋଗୋ । ବିଧାନସଭାରେ ଦାବି କରି ବିଜେପି ସଦସ୍ୟଙ୍କ ହଙ୍ଗାମା, ଲୋଗୋ ହଟାଇବା ପାଇଁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ।
୧୨-ନିଷ୍ପତ୍ତି ବଦଳାଇଲା ପାକିସ୍ତାନ; ଭାରତରୁ ଆମଦାନୀ କରିବ କପା, ଚିନି .
୧୩-ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ୧୫ ପ୍ରତିଶତ ସଂରକ୍ଷଣ ବିଜ୍ଞପ୍ତି ଜାରି ।
୧୪-ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ଦୀକ୍ଷାନ୍ତ ଭାଷଣ ଦେବେ ଉପରାଷ୍ଟ୍ରପତି ଏମ୍‌.ଭେଙ୍କିଆ ନାଇଡୁ ।
୧୫-ଆଇସିସି ଦିନିକିଆ ରେଙ୍କିଙ୍ଗ୍: ପ୍ରଥମ ସ୍ଥାନରେ କୋହଲି, ତୃତୀୟରେ ରୋହିତ, କ୍ୟାରିଅରର ସର୍ବଶ୍ରେଷ୍ଠ ୪୨ତମ ରେଙ୍କରେ ପାଣ୍ଡ୍ୟା ।
୧୬-ସତ ମାନିଲେ ସଚିନ୍ ୱାଜେ । ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ନିକଟରେ ଗାଡିରେ ତାଙ୍କ ଡ୍ରାଇଭର ରଖିଥିଲେ ବିସ୍ଫୋରକ ।
୧୭-କମିଲା ଜମାର ସୁଧହାର । ପିପିଏଫରେ ୬ ଦଶମିକ ୪ ପ୍ରତିଶତକୁ ଖସିଲା ସୁଧହାର । ଗତ ୪୬ ବର୍ଷରେ ଛୁଇଁଲା ସର୍ବନିମ୍ନ ସ୍ତର ।
୧୮-ଆସାମ ବିଧାନସଭା ନିର୍ବାଚନ: ତମୁଲପୁର ନିର୍ବାଚନମଣ୍ଡଳିରେBPF ପ୍ରାର୍ଥୀ ନିଖୋଜ, ରାଜ୍ୟରେ ଚାଞ୍ଚଲ୍ୟ । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.