ପୋଲିସର ତନାଘନା ଆରମ୍ଭ

ବାରଙ୍ଗ,୨/୧୦(ଏସ୍‌ଏସ୍‌ନିୟୁଜ) ରାଜଧାନୀ ଉପକଣ୍ଠ ବ୍ୟାଙ୍କଅଫଇଣ୍ଡିଆ ବରିମୁଣ୍ଡଶାଖାରୁ ଦିନଦିହିପହରରେ ବନ୍ଧୁକ ଦେଖାଇ ୮ଲକ୍ଷ ଟଙ୍କା ଲୁଟି ହୋଇଥିବା ଘଟଣାକୁ କମିସିନେରେଟ ପୋଲିସ ଗୁରୁତର ସହ ନେଇଛି ।ଏହି ଘଟଣାର ପର୍ଦାଫାସ କରିବାପାଇଁ ଯୋରଦାର ଉଦ୍ୟମ ଆରମ୍ଭ କରିଛି ।ସୋମବାରଦିନ ଦିନରେ ଏହି ଘଟଣା ଘଟିଥିବାବେଳେ ଏହାମଧ୍ୟରେ ୫ଦିନ ବିତିବାକୁ ବସିଥିବାବେଲେ ପୋଲିସ ହାତରେ ଘଟଣାର ସମ୍ପୃକ୍ତ ଯୁବକ ଧରାପଡିନାହିଁ ।ତେବେ ବ୍ୟାଙ୍କ ଭିତରେ ହେଲମେଂଟ ପିନ୍ଧି ପଶି ବନ୍ଧୁକ ଦେଖାଇ ଟଙ୍କା ଲୁଟିଥିବା ଯୁବକ କିଏ ?ଏହାକୁ ଜାଣିବା ପାଇଁ ବ୍ୟାଙ୍କର ଆଖପାଖ ଗ୍ରାମର ଲୋକମାନେ ଚାତକ ପରି ଅନାଇବସିଛନ୍ତି ।କାରଣ ଗ୍ରାମାଂଚଳ ପରିବେଷ୍ଟିତ ଅଂଚଳରେ ବ୍ୟାଙ୍କ ଥିବା ବେଳେ ଏହି ଦୁଃସାହାସିକ କାର୍ଯ୍ୟ କରିବା ଘଟଣା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ପୋଲିସ ବ୍ୟାଙ୍କରୁ ପାଇଥିବା ସିସଟିଭିଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିବାବେଳେ ଶୁକ୍ରବାରଦିନ ସନ୍ଧ୍ୟାରେ ମଂଚେଶ୍ୱରଥାନା ଅଧିନସ୍ଥ ଟାଙ୍ଗିବନ୍ତ ଗ୍ରାମରେ ଏକ ପୋଷାକ ଦୋକାନରେ ଚଢାଉ କରିଥିବାର ଜଣାପଡିଛି ।ଚଢାଉ ବେଳେ ଦୋକାନ ମାଲିକ ଫେରାର ହୋଇଯାଇଥିବାବେଲେ ତାର ଭାଇକୁ ପୋଲିସ ପଚରାଉଚରା କରିବା ପାଇ ସାଙ୍ଗରେ ନେଇଯାଇଥିବାର ଜଣାପଡିଛି । ପୋଲିସକୁ ଘଟଣାସ୍ଥଳରୁ ଏକ ବନ୍ଧୁକ,ବ୍ୟାଗ,ହେଲମେଂଟ ଓ ନଗଦ ୫ହଜାରେ ଟଙ୍କା ମିଳିଥିବାର ଶୁଣିବାକୁ ମିଳିଥିବାବେଳେ ଚଢାଉ ସମୟରେ ଗ୍ରାମବାସୀମାନଙ୍କର ଭିଡ ରହିଥିବାର ଜଣାପଡିଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment