ସୋନପୁରରୁ ଶାହା

ଭୁବନେଶ୍ୱର,୨୫ା୪(ଏସଏସନିଉଜ) ଓଡ଼ିଶାରେ ପ୍ରଥମ ପର‌୍ୟ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇ ଯାଇଛି। ଶାସକ ଦଳ ବିଜେଡି ପକ୍ଷରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଥିଲେ। ଏହାର ଗୋଟିଏ ଦିନ ପରେ ବିଜେପି ନିଜର ପ୍ରଚାର ଆରମ୍ଭ କରିଛି। ମାତ୍ର ବିଜେପି ପଶ୍ଚିମ ଓଡ଼ିଶାରୁ ପ୍ରଚାର ଆରମ୍ଭ କରିଛି। ବିଜେପି ସଙ୍ଗଠନର ଦ୍ୱିତୀୟ ମୁଖ୍ୟ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋନପୁରରୁ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଶ୍ରୀ ଶାହା ନିଜ ସଭାରେ କହିଥିଲେ ଯେ ମୋଦିଜୀ ଦେଶର ସମୃଦ୍ଧି କରିଛନ୍ତି । ଦେଶକୁ ସୁରକ୍ଷିତ କରିଛନ୍ତି । ନବୀନ ବାବୁଙ୍କୁ ୨୫ ବର୍ଷ ଦେଇଛନ୍ତି, ବିଜେପିକୁ ୫ ବର୍ଷ ଦିଅନ୍ତୁ ।୫ ବର୍ଷରେ ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁାଆପଣଙ୍କର ଓ ମହାପ୍ରଭୁଙ୍କର ଆଶୀର୍ବାଦ ଦରକାର ।ଲୋକସଭା ସହ ଓଡ଼ିଶା ବିଧାନସଭାରେ ବହୁମତ ଦରକାରା୨୦ରୁ ଅଧିକ ଲୋକସଭା ଜିତି ମୋଦିଙ୍କୁ ୩ୟ ଥର ପ୍ରଧାନମନ୍ତ୍ରୀ କରିବା ଓ ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ଶପଥ ନିଅନ୍ତୁ ବୋଲି ଶାହ କାହିଥିଲେ ।

Comments (0)
Add Comment