ବାଃ ବାଃ ରେ ସୁରକ୍ଷା….

ଭୁବନେଶ୍ବର:୨୫/୧୧- ଏମିତି ସୁରକ୍ଷା ଶ୍ରୀମନ୍ଦିର ! ଥରେ ନୁହେଁ କି ଦୁଇ ଥର ନୁହଁ ବାରମ୍ବାର ଭାଇରାଲ ହେଉଛି ଶ୍ରୀମନ୍ଦିର ଫଟୋ । କେତେବେଳେ ଟିକ୍ ଟକ୍ ତିଆରି କରି  ଫଟୋ ଭାଇରାଲ୍ କରୁଛନ୍ତି ତ  ଆଉ କେତେବେଳେ ସୋସିଆଲ ମିଡିଆ । ସେମିତି  ପୁଣି ଥରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ଫଟୋ । ଏହି ଫଟୋକୁ ପିଣ୍ଟୁ ମହାପାତ୍ର ନାମକ ଜଣେ ବ୍ୟକ୍ତି ମନ୍ଦିର ପରିସରରେ ଥିବା ଆନନ୍ଦବଜାର ବସି ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଥିବା ସୋମବାର ଦିନ ଜଣାପଡିଛି । ତେବେ ଏଟି ପ୍ରଶ୍ନ ଉଠେ  ଶ୍ରୀମନ୍ଦିରର ପ୍ରବେଶ ଦ୍ୱାର ଏବଂ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ମନ୍ଦିର ଭିତରକୁ ମୋବାଇଲ କିଭଳି ଯାଉଛି ଏବଂ ବାରମ୍ବାର ଫଟୋ ଭାଇରାଲ ହେଉଛି କେମିତି ତାହାକୁ ନେଇ ସାଧାରଣରେ ବଡ  ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ  , ପୂର୍ବରୁ  ଜଣେ ନାବାଳିକା ଟିକ୍‍ଟକରେ ଭୋଗମଣ୍ଡପର କିଛି ଦୃଶ୍ୟର ଭିଡ଼ିଓକୁ ମଧ୍ୟ ଭାଇରାଲ ଗତ ଅକ୍ଟୋବରରେ କରିଥିଲେ।

Comments (0)
Add Comment