ଅବସର ନେଲେ ରବିନାରାୟଣ

ମେଣ୍ଢାଶାଳ,୨|୫(ଏସଏସନିଉଜ)ମେଣ୍ଢାଶାଳଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଲାବ୍ରୋଟରି ଟେକ୍ନିସିଆନ ରବି ନାରାୟଣ ମହାନ୍ତି ୩୦ଏପ୍ରିଲ ରେ ତାଙ୍କ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ସେ ଜଣେ କର୍ତଵ୍ୟ ନିଷ୍ଠ,ସଚୋଟ, ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ମେଣ୍ଢାଶାଳ ମେଡିକାଲର ବହୁତ ଉନ୍ନତି ମୂଳକକାର୍ଯ୍ୟରେ ତାଙ୍କ ଯୋଗଦାନ ଅତୁଳନୀୟ ଥିଲା। ମଙ୍ଗଳବାର ଆୟୋଜିତ ତାଙ୍କର ଅବସରକାଳୀନ ସଭାରେ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ସଂମ୍ମାନୀତି କରିବା ସହ ମେଡିକାଲ ଅଧ୍ୟକ୍ଷ ଡ଼. ମୋହନ ହେମ୍ରମ,ଇଟିପୁର,ଚନ୍ଦକା ନୂଆବନ୍ତ,ପାତ୍ରପଡା ସେକ୍ଟରର ସମସ୍ତ ମେଡିକାଲ ଅଫିସର ଉପସ୍ଥିତ ଥିଲେ।ହୋମିଓପାତି ଡାକ୍ତର ମନୋରଞ୍ଜନ ମିଶ୍ର , ସାଗରୀକାଦେଇ,କ୍ଲର୍କ ରୁପସୀ ରଣା,ଦେବାଶିଷ ସାହୁ ପ୍ରମୁଖ ସଭା ପରିଚାଳନା କରିଥିଲେ।
(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment