ବାରଙ୍ଗରୁ ନିଖୋଜ,ହଂସୁପାଳରୁ ଉଦ୍ଧାର

ବାରଙ୍ଗ ୪/୨ଏସ ଏସ ନିୟୁଜ( )ବାରଙ୍ଗ ପୁରୀ ମୁଖ୍ୟ କେନାଲ କୁ ଶୌଚ ହେବା ପାଇଁ ଆସି  ନିଖୋଜ ହୋଇଥିବା ବୃଦ୍ଧ ଙ୍କ ମୃତ ଶରୀର ଆଜି ଉଦ୍ଧାର ହୋଇଛି ।ବୃଦ୍ଧ ଜଣକ ହେଉଛନ୍ତି ବାରଙ୍ଗ ପଞ୍ଚୁପାଳ ଗ୍ରାମର ଋଷି ଭୋଇ(୭୫)।ଘଟଣାରୁ ପ୍ରକାଶ ଯେ,ବୃଦ୍ଧ ଜଣକ ପ୍ରତିଦିନ ଭୋରରୁ ଗ୍ରାମ ନିକଟ କେନାଲକୁ ଶୌଚ ହେବା ପାଇଁ ଆସନ୍ତି।ସେହିଭଳି ବୁଧବାର ଭୋର ୫.୩୦ ସୁଦ୍ଧା ମଧ୍ୟ କେନାଲ କୁ ଶୌଚ ହେବାପାଇଁ ଆସିଥିଲେ।ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ।ପରେ ପରିବାର ଲୋକେ ଖୋଜାଖୋଜି କରିବାକୁ ଆସିଥିବା ବେଳେ କେନାଲ କୂଳରେ ବୃଦ୍ଧଙ୍କର ବାଡି,ସାଲ ଓ ଗାମୁଛା ଆଦି ରହିଥିବା ଦେଖିଥିଲେ।ଅଞ୍ଚଳର ବିଭିନ୍ନ ସ୍ଥାନ ମାନଙ୍କରେ ମଧ୍ୟ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ଖୋଜ ଖବର ମିଳିନଥିଲା।ପରେ ପରିବାର ଲୋକେ ସନ୍ଦେହ କରି ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଅଗ୍ନିଶମ ବାହିନୀ ର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।ଦ୍ୱିପ୍ରହର ୩ ସୁଦ୍ଧା କେନାଲରେ ଖୋଜ ଖୋଜି କରିଥିଲେ ମଧ୍ୟ ବୃଦ୍ଧଙ୍କ କୌଣସି ଖୋଜ ଖବର ମିଳିନଥିଲା।ପରେ ଗୁରୁବାର ସକାଳ ମଞ୍ଚେଶ୍ଵର ଥାନା ଅଧୀନ କାଚରାମାଳ ନିକଟ କେନାଲରୁ ବୃଦ୍ଧଙ୍କ ସବ ଭାସୁଥିବା ଦେଖିବାକୁ ମିଳିଥିଲା।ମଞ୍ଚେଶ୍ଵର ଥାନା ପୋଲିସ ସବ ଜବତ କରିବାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ପଠାଇଛି।

Comments (0)
Add Comment