ସିରିୟଲ ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା

ମୁମ୍ବାଇ ୬/୮ (ସତ୍ୟସନ୍ଧାନଡେସ୍କ) ମୁମ୍ବାଇରେ ମାଲାଦ୍ ୱେଷ୍ଟ ସ୍ଥିତ ଆପାର୍ଟମେଣ୍ଟରେବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ‘ୟେ ରିସ୍ତେ ହେଁ ପ୍ୟାର୍ କେ’, ‘କାହାନୀ ଘର୍ ଘର୍ କି’, ‘ଇସ୍ ପ୍ୟାର୍ କୋ କ୍ୟା ନାମ୍ ଦୁଁ- ଏକବାର୍ ଫିର୍’ ଓ ‘ଲେଫ୍ଟ ରାଇଟ୍ ଲେଫ୍ଟ’ ଆଦି ଅନେକ ସିରିୟଲରେ ଅଭିନୟ କରିଥିବା ସମୀର ଶର୍ମା ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ଘର ଭିତରୁ ତାଙ୍କ ଫ୍ୟାନ୍‌ରେ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ରାତ୍ରିଜଗୁଆଳି ପ୍ରଥମେ ସମୀରଙ୍କ ମୃତଦେହ ଦେଖିଥିଲେ। ସେ ଖବର ଦେବାରୁ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଶବକୁ ପୋଷ୍ଟମଷ୍ଟମ୍ ପାଇଁ ପଠାଇଛି।

Comments (0)
Add Comment