ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ଶରତ କର

ଭୁବନେଶ୍ୱର,୧୨/୧୦(ଏସ ଏସ ନିୟୁଜ ) ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ରାଜନୀତିଜ୍ଞ ଶରତ କୁମାର କରଙ୍କ ସୋମବାର ଦେହାନ୍ତ ହୋଇଛି।୮୧ ବର୍ଷ ବୟସ୍କ କରଙ୍କର ସ୍ବାସ୍ଥ୍ୟାବସ୍ଥା ଖରପ ଥିବାରୁ ଗତ କିଛି ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ଅପରାହ୍ନ ସମୟରେ ତାଙ୍କର ମୃତ୍ୟୁ ହୋଇଛି ।୨୦୦୦ରୁ ୨୦୦୪ ଯାଏ ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ। ସେ ଓଡ଼ିଶା ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିବା ବେଳେ ୧୯୭୭ ମସିହାରେ ଜନତା ପାର୍ଟି ଟିକେଟରେ କଟକ ଲୋକସଭା ଆସନରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପରାଜିତ କରି ସଂସଦକୁ ନିର୍ବାଚିତ ହୋଇଥିଲେ।

 

Comments (0)
Add Comment