ବାରଙ୍ଗ,୩୦।୧(ଏସଏସନିଉଜ)ବାରଙ୍ଗ ଅଞ୍ଚଳରେ ଗତ କିଛିଦିନ ହେବ ବେଆଇନଭାବେ ଚୋରାରେ ମୋରମ ଚାଲାଣ ହେଉଛି।ଏଥିରେ ଅଙ୍କୁଶ ଲଗାଇବା ପାଇଁ ଗୁରୁବାର ଦିନ ବାରଙ୍ଗ ବ୍ଲକର ୮ପଞ୍ଚାୟତରେ ଥିବା ବିଜେଡି କର୍ମୀମାନେ ଏକ ଦାବିପତ୍ର ବାରଙ୍ଗ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି।
ପ୍ରକାଶ ଯେ,ବିଜେଡି କର୍ମୀମାନଙ୍କ କହିବା କଥା ହେଲା କିଛି ମୁଷ୍ଟିମେୟ ତଥା ସରକାରୀ ଦଳର କୁହାଯାଉଥିବା କୁଜିନେତାଙ୍କ ଇଙ୍ଗିତରେ ଦିନ ଦିହିପହରରେ ଗୋଡିସାହି ଅଞ୍ଚଳରୁ ଜେଶିବି ଲଗାଜାଇ ମୋରମ ଓ ମାଟି ଚୋରାଚାଲାଣ ହେଉଛି।
ଯାହାଫଳରେ ପାକୃତିକ ସମ୍ପଦ ଘେରା ବାରଙ୍ଗ ଅଞ୍ଚଳ ଦିନକୁ ଦିନ ଶ୍ରୀହୀନ ହେବାରେ ଲାଗିଛି।ଗୋଟେପଟେ ଖାଲଖମା ଯୋଗୁ ଗୃହପାଳିତ ପଶୁପକ୍ଷୀଙ୍କ ଚରାଭୂମି ହ୍ରାସ ହେଉଛି ଓ ଅନ୍ୟପଟେ ସରକାରଙ୍କ ରାଜସ୍ବ ହାନି ହେଉଅଛି।ଏହି ଜାତୀୟ ସମ୍ପତ୍ତିର ସୁରକ୍ଷା ପାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଈ ବିଜେଡି ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି।ଅନ୍ୟପଟେ ବାରଙ୍ଗ ଗୋଡିସାହି ଫାଣ୍ଡି ଓ ବାରଙ୍ଗ ଥାନଦେଇ ଦିନରେ ଏହି ଚୋରାରେ ମୋରମ ଯାଉଥିଲେ ମଧ୍ୟ ସେମାନେ ନିରବ ରହିବା ଘଟଣା କୁ ନେଇ ସାଧାରଣରେ ଚର୍ଚା ଜୋର୍ ଧରିଛି।
(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)