ଦୟାନଦୀର ବସନ୍ତପୁରଠାରେ ଘଳିଆ ,ଭୟବିତ ଗ୍ରାମବାସୀ

ଡେଲାଙ୍ଗ,୧/୦୯ (ଏସ॰ଏସ॰ନିୟୁଜ) ଦୟାନଦୀରେ ବସନ୍ତ ପୁର ଠାରୁ ଅଧକିମି ଦୂର ପର୍ଯ୍ୟନ୍ତ ଛୋଟବଡ ୧୧ ଟା ଘଳିଆ ସୃଷ୍ଟି ହେବାରୁ ଦୁଇ ଦିନ ଧରି ଜଳ ସମ୍ପଦ ବିଭାଗ ଚେଷ୍ଟା କରି ଘଳିଆ ବନ୍ଦକରି ପାରିନଥିଲେ । ସୋମବାର ପୁରୀ ଜିଲ୍ଲାପାଳ ବନୱନ୍ତ ସିଂ ,ଡେଲାଙ୍ଗ ତସସିଲଦାର ରାଜେନ୍ଦ୍ର ଆଚାରିୟା,ବିଡିଓ କ୍ଷିରୋଦ୍ର ପ୍ରଧାନ ,ଥାନା ଅଧିକାରୀ ରଶ୍ମିରଂଜନ ପଟ୍ଟନାୟକ,ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଘଟଣା ସ୍ଥଳରେ ପଂହଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦିବାରାତ୍ର ଅହରହ ସଂଗ୍ରାମ କରି ପଲିଥିନ ପକାଇ ୩ହଜାରରୁ ଉର୍ଦ୍ଧ୍ୱ ବାଲିବସ୍ତା ପକାଇ ଉଗ୍ର ରୂପ ଧାରଣ କରିଥିବା ଘଳିଆକୁ ଆୟତ କରିଥିଲେ । ୨୦୧୧ ମସିହାରେ ସେହି ଜାଗାରେ ବନ୍ଧ ଭାଙ୍ଗି ଯାଇଥିବାରୁ ଡେଲାଙ୍ଗ ବ୍ଲକର ଓ କଣାସ ବ୍ଲକର ଅନେକ ଗ୍ରାମ ଜଳବନ୍ଦି ରେ ରହିଥିଲା ।ଏହା ସହିତ ଶହଶହ ଏକର ଧାନ ଜମି ନଷ୍ଟ ହୋଇଯାଇଥିଲା ।ଆଗତ ଭବିଷ୍ୟତକୁ ଲକ୍ଷରଖି ପୋଲିସ ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କୁ ରାତ୍ରରେ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଘଳିଆକୁ ଆୟତ କରାଯାଇଥିଲେ ସୁଦ୍ଧା ପୂର୍ବରୁ ସେହି ସ୍ଥାନରେ ଭୟଙ୍କର ଘଟଣା ଘଟିଥିବାରୁ ଜନସାଧାରଣ ଓ ପ୍ରଶାସନ ଆଶା ଆଶଙ୍କାରେ ଥିବା ଜଣା ପଡିଛି ।

 

 

Comments (0)
Add Comment