ମଦ୍ୟପ କାର ଚାଳକଙ୍କ ସିରିଜ ଧକ୍କା

କଟକ,୮।୧୨(ଏସଏସନିଉଜ)ତ୍ରିଶୂଳିଆ ବଜାର ଉପରେ ମଦ୍ୟପ କାର ଚାଳକଙ୍କ ସିରିଜ ଦୃଘଟଣାରେ ୭ରୁ ଅଧିକ ଗାଡ଼ି କ୍ଷୟକ୍ଷତି କରିଛି ।ଏହାସହ ୩ ଜଣ ମଧ୍ୟ ଆହତ ହୋଇଛନ୍ତି। ଘଟଣା ଘଟିଛି ସୋମବାର ସକାଳ ୧୦ ଘଟିକା ସମୟରେ ।
ଦୁଇ ଜଣ ମହିଳା ଓ ଦୁଇ ପୁରୁଷ ବସିଥିବା ଓଡି ୧୯ଏଫ ୮୨୦୧ନଂ କାରଟି କଟକ ସିଡିଏ ୮ ନଂ ଅଂଚଳରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା । ତ୍ରିଶୂଳିଆ ବଜାର ଟ୍ରାଫିକ ଛକ ଅତିକ୍ରମ କରିବା ପରେ କାରଚାଳକ ଜଣକ ଅତ୍ୟଧିକ ମଦ୍ୟପାନ କରିଥିବାରୁ ଦୃତ ଗତିରେ ଆସି ଦୁର୍ଘଟଣା ଘଟାଇବା ଆରମ୍ଭ କରିଥିଲା ।ପ୍ରଥମେ ଓଡି ୦୫ବିଏଚ ୧୦୬୦ନଂ କାରକୁ ଧକ୍କା ଦେଲାପରେ କାର ଫୁଟପାଥ ଉପରେ ଚଢ଼ିଯାଇଥିଲା। କାରଟି ଏତେ ଯୋରରେ ଆସୁଥିଲଯେ ଏକ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ରହିଥିବା ଓଡି ୨୫ଏଲ ୨୫୫୩ନଂବୁଲେଟ, ଓଡି ୦୫ବିଜି ୦୪୬୦,ଓଡି ୩୩ଏଜି ୩୦୫୨ନଂସ୍କୁଟି, ଓଡି ୦୫ବିବି ୫୮୬୪ନଂ ପଲସର, ଏବଂ ଓଡି ୦୫ବିଜି ୮୩୦୪ନଂ ୟାମାକୁ ଧକ୍କା ଦେଇଥିଲା। ଏହି ସିରିଜ ଦୃଘଟଣାରେ କାର ଭିତରେ ଥିବା ଦୁଇ ଜଣ ମହିଳା ସମେତ ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ୪ ବର୍ଷର ଶିଶୁ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ପରେ ଖବର ପାଇ ବାରଙ୍ଗଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଦୃଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।ଘଟଣାପରେ କିଛିସମୟପାଇ ରାସ୍ତାରେ ଭିଡ ଜମିବା ସହିତ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା।

 

Comments (0)
Add Comment