ମୁମ୍ବାଇ ଛାଡିଲେ ଅଭିନେତ୍ରୀ କଙ୍ଗନା

ଖବର ଆଜିର,ତାରିଖ ୧୫/୦୯/୨୦ ମଙ୍ଗଳବାର ।
୧-ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭାରତର ପ୍ରଧାନ ବିଚାରପତିଙ୍କ ସମେତ ୧୦ ହଜାର ଭାରତୀୟଙ୍କ ଉପରେ ଦୃଷ୍ଟି ରଖିଛି ଚୀନ୍।
୨-ସେପ୍ଟେମ୍ବର ୨୯ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ : ଅଧିବେଶନରେ ମୋଟ ୮ କାର୍ଯ୍ୟ ଦିବସ।
୩-ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ, : ୩୦ ସାଂସଦଙ୍କୁ କରୋନା
୪-ରାଜ୍ୟ ଔଷଧ ନିଗମ‌ରେ ମାସ୍କ, ପିପିଇ କିଣା ଦୁର୍ନୀତି : ଲୋକାୟୁକ୍ତରେ ହାଜର ହେଲେ ହେମନ୍ତ ଶର୍ମା, ଯାମିନୀ ଷଡ଼ଙ୍ଗୀ।
୫-ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
୬-ପଞ୍ଚଭୂତରେ ଲୀନ ହେଲେ ଅଜିତ । ସତ୍ୟନଗର ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର । ଦିଆଗଲା ଗାର୍ଡ ଅଫ ଅନର।
୭-ବନ୍ଦ ହେବ ରାଜ୍ୟର ସମସ୍ତ କୋଭିଡ କେୟାର ସେଣ୍ଟର। ସମସ୍ତ ଜିଲ୍ଲାରେ ଥିବା ଅସ୍ଥାୟୀ ମେଡିକାଲ୍ ସେଣ୍ଟର ଓ କୋଭିଡ୍ କେୟାର ସେଣ୍ଟର ବନ୍ଦ ପାଇଁ ସରକାର ନଷ୍ପତ୍ତି ନେଇଛନ୍ତି ।
୮-ମନ୍ଦିର ଖୋଲାଯିବା ପ୍ରସଙ୍ଗ : ହାଇକୋର୍ଟରେ ଶୁଣାଣି; ୧୦ଦିନ ଭିତରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ।
୯-ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ଦ୍ବିତୀୟଥର ପାଇଁ ଦେଶରେ ଦେଶବ୍ୟାପୀ ଲକ୍‌ଡାଉନ୍‌ର ଘୋଷଣା କରିଛନ୍ତି ।
୧୦-ସଂସଦରେ ଡ୍ରଗ୍ସକୁ ନେଇ ଆଲୋଚନା: ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ବ୍ୟବହାର ଉପରେ ରୋକ ଲାଗିବା ଦରକାର ବୋଲି କହିଲେ ସାଂସଦ ରବି କିଶନ।
୧୧-ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ସମର୍ଥନରେ ଭୋଟ୍ ଦେଲା ବିଜେଡି । ଦ୍ୱିତୀୟ ଥର ପାଇଁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ : ପିସିସି ସଭାପତି କହିଲେ, ବିଜେଡି-ବିଜେପି ଏକ୍।
୧୨-ଭାରତରେ କରୋନା ସଂକ୍ରମଣରୁ ସୁସ୍ଥ ହେଉଛନ୍ତି ଅଧିକରୁ ଅଧିକ ସଂକ୍ରମିତ : ବ୍ରାଜିଲକୁ ଟପିଲା, ସୁସ୍ଥ ହାର ୭୮ %।
୧୩-ମହାରାଷ୍ଟ୍ର ସରକାରଙ୍କ ସହ ବିବାଦ ପରେ ମୁମ୍ବାଇ ଛାଡିଲେ ଅଭିନେତ୍ରୀ କଙ୍ଗନା ରନାୱତ୍ । ଟ୍ୱିଟ୍ କରି ସରକାରଙ୍କୁ ଭର୍ସନା, କହିଲେ ରକ୍ଷକ ଏଠି ସାଜିଛି ଭକ୍ଷକ : ଅଳ୍ପକେ ବଂଚିଲା ଜୀବନ।
୧୪-ସମଲିଙ୍ଗୀ ବିବାହ ଅନୁମୋଦିତ ନୁହେଁ – ଆମ ସମାଜ, ଆଇନ ଏହାକୁ ଅନୁମତି ଦିଏ ନାହିଁ : କେନ୍ଦ୍ର ସରକାର।

Comments (0)
Add Comment