ରାଜଧାନୀ ରାଜରାସ୍ତାରେ ଗଡିଲା ମୁଣ୍ଡ,ସବୁ ଦେଖିଲା ସିସିଟିଭି

ଖବର ଆଜି ସକାଳର,ତାରିଖ ୦୫/୧୦/୨୦ ସୋମବାର।
୧-ଯାଜପୁର-ମେବାଇଲ୍ ପାଇଁ ଜୀବନ ଗଲା : ମା’ ବାରଣ କରିବାରୁ ନଦୀକୁ ଡେଇଁପଡ଼ିଲେ ଛାତ୍ର।
୨-ଚେନ୍ନାଇର ଶାନଦାର୍ କମବ୍ୟାକ୍: ପଞ୍ଜାବକୁ ପାଣି ପିଆଇ କୌଣସି ୱିକେଟ୍ ନହରାଇ ୧୭୯ ରନକୁ ସହଜରେ ହାସଲ କଲା ଧୋନୀ ବାହିନୀ ।
୩-ଆଇପିଏଲ୍‌-୨୦୨୦: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୩୪ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ।
୪–ସାତ ମାସ ପରେ ଖୋଲିଲା ନନ୍ଦନକାନନ । ପ୍ରଥମ ଦିନରେ ଚିଡିଆଖାନା ବୁଲିଲେ ୩୦୬ ପର୍ଯ୍ୟଟକ ।
୫-ଆଗକୁ ବଢୁଛି ମିଲେଟ ମିଶନ । ମାଲକାନଗିରିରେ ମିଲେଟ ମିଶନ ପକ୍ଷରୁ ଖୋଲିଲା ଫୁଡ ଷ୍ଟଲ । ସକାଳେ ମିଳୁଛି ମାଣ୍ଡିଆର ଇଡିଲି, ବରା, ପୁରୀ । ସନ୍ଧ୍ୟାରେ ପକୁଡି ଓ ମାଣ୍ଡିଆ ଚିକେନ ପକୋଡା ।
୬-ମହୋଦଧୀ କୂଳେ ମହାନିଦ୍ରାରେ ଶୋଇଗଲେ ପ୍ରଦୀପ ମହାରଥୀ, ପୁଅ ରୁଦ୍ର ପ୍ରତାପ ଦେଲେ ମୁଖାଗ୍ନି
୭-୯ ରେ ଆଉ ଏକ ଲଘୁଚାପ! ୧୩ ତାରିଖ ବେଳକୁ ‘ସାମୁଦ୍ରିକ ବାତ୍ୟା’ର ରୂପ ନେଇପାରେ, ଦକ୍ଷିଣ ଓଡ଼ିଶା ଆଡକୁ ଅଗ୍ରସର ହେବାର ସମ୍ଭାବନା।
୮-ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲାଣି ୧୦୦କୋଟି ଦାନ : ଅକ୍ଟୋବର ୧୭ରୁ ନିର୍ମାଣ କାମ ଆରମ୍ଭ।
୯-ଅଯୋଧ୍ୟାରେ ହେବାକୁ ଥିବା ମସଜିଦ ପାଇଁ ହିନ୍ଦୁ ଦେଲେ ସର୍ବପ୍ରଥମ ଦାନ, ମିଳୁଛି ଚାରିଆଡୁ ପ୍ରଶଂସା।
୧୦-ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ୨୫ କୋଟି ଭାରତୀୟଙ୍କୁ କରୋନା ଟୀକାକରଣ ଯୋଜନା-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ।
୧୧-ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଭ୍ୟାକସିନର ସମୀକ୍ଷା ଆରମ୍ଭ କରିବ ୟୁରୋପୀୟ ନିୟାମକ, ଶୀଘ୍ର ଉପଲବ୍ଧ କରାଇବାକୁ ପ୍ରୟାସ ଜାରି।
୧୨-ହାଥରସ ଜିଲ୍ଲାପାଳଙ୍କୁ ହଟାଇବାକୁ ଜୋର ଧରିଲା ଦାବି । କଙ୍ଗନାଙ୍କ ଭଳି ପୀଡିତାଙ୍କ ପରିବାରକୁ ୱାଇ କାଟାଗୋରୀ ସୁରକ୍ଷା ଦେବାକୁ ତେଜିଲା ଦାବି ।
୧୩-ନ୍ୟୁକ୍ଲିୟର ମିଶାଇଲ ସୂର୍ଯ୍ୟର ସଫଳତାପୂର୍ଣ୍ଣ ଟେଷ୍ଟିଂ । ୮୦୦ କିଲୋମିଟର ପର୍ଯ୍ୟନ୍ତ ଭେଦ କରିବ ଲକ୍ଷ୍ୟ ।
୧୪-ପଞ୍ଜାବ କୃଷକମାନଙ୍କୁ ରାହୁଲ୍‌ଙ୍କ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ କଂଗ୍ରେସ ଏହି ତିନି ‘କଳା ଆଇନ’କୁ ରଦ୍ଦ କରିବ।
୧୫-ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ : ନୀତିଶ୍‌ଙ୍କ ନେତୃତ୍ବକୁ ଅସ୍ବୀକାର କଲା ଏଲ୍‌ଜେପି, ଏକାକୀ ଲଢିବ ନିର୍ବାଚନ।
୧୬-ରାଜଧାନୀ ରାଜରାସ୍ତାରେ ଗଡିଲା ମୁଣ୍ଡ । ଦିନ ଦ୍ୱିପହରରେ ଖଣ୍ଡା ଧରି ମିଠା ଦୋକାନୀକୁ ହାଣିଲେ ଦୁର୍ବୃତ୍ତ । ସବୁ ଦେଖିଲା ସିସିଟିଭି । ଭଲ ମିଠା ବନାଉଥିବାରୁ ଭୟଙ୍କର ହତ୍ୟା ।
୧୭-ଅଣ୍ଡର ସେକ୍ରେଟେରୀ ପଦକୁ ପଦନ୍ନୋତି ମାମଲା : ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ଏସ୍ଏଲ୍‌ପି ଖାରଜ।
୧୮-ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ । ଜିଲ୍ଲାପାଳଙ୍କୁ ବଦଳି ପାଇଁ ଦାବି କରିଥିଲା କଂଗ୍ରେସ । ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ସରୋଜ କୁମାର ମିଶ୍ର ।
୧୯-ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଆଉ ୪୮ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ହ୍ୱାଇଟ ହାଉସ ଅଧିକାରୀ କହିଲେ ଚିନ୍ତାଜନକ ରହିଛି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ । ସଂପୂର୍ଣ୍ଣ ସୁସ୍ଥର ବାଟକୁ ଆସି ନାହାନ୍ତି ଟ୍ରମ୍ପ । ମାସକ ପରେ ରାଷ୍ଟ୍ରପତି ନିର୍ବାଚନ ।

Comments (0)
Add Comment