୩ରୁ ମହାପ୍ରଭୁଙ୍କ ନୂଆ ଦର୍ଶନ ବ୍ୟବସ୍ଥା

ପୁରୀ,୧/୧( ଏସ ଏସ ନିୟୁଜ)ଆସନ୍ତା ୩ ତାରିଖରୁ ଲାଗୁ ହେବ ମହାପ୍ରଭୁଙ୍କ ନୂଆ ଦର୍ଶନ ବ୍ୟବସ୍ଥା। ଦିନକୁ ୧୫ରୁ ୧୭ ହଜାର ଭକ୍ତ ଶ୍ରୀଜୀଉଁଙ୍କୁ ଦର୍ଶନ କରି ପାରିବେ। ଏହା ପୂର୍ବରୁ ୫ ହଜାର ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଅନୁମତି ରହିଥିଲା। ପୁଣି ଏହି ନିୟମରେ ପରିବର୍ତ୍ତନ କରାଯାଇଛି। କୋଭିଡ୍ କଟକଣା ଭିତରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଭକ୍ତଙ୍କ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ନିହାତି ଆବଶ୍ୟକ।

Comments (0)
Add Comment