୧୨୦ ପରିବାରଙ୍କୁ ଜଳଘେରରୁ ଉଦ୍ଧାର କଲେ ସରପଂଚ

ଡେଲାଙ୍ଗ ୧/୦୯ (ଏସ॰ଏସ॰ନିୟୁଜ)ଡେଲାଙ୍ଗ ବ୍ଲକର ଚାଇଁପୁର ପଂଚାୟତର ଦୁର୍ଦ୍ଦଶା ବଢାଇଛି କଣ୍ଟି କାଜ ପାଣି । ଚାଇଁପୁର ପଂଚାୟତର ଅନେକ ଗ୍ରାମ ଏବେ ପାଣିରେ ଉବୁଟୁବୁ ହେଉଥିବା ବେଳେ ଅନେକ ପରିବାର ଏବେ ଜଳବନ୍ଦିରେ ରହିଛନ୍ତି । ଜଳବନ୍ଦିରେ ଥିବା ଲୋମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ସରପଂଚ ପ୍ରଦ୍ୟୁମ୍ନ ପରିଡା ଆପ୍ରାଣ ଉଦ୍ୟମ କରୁଥିବା ବେଳେ ଆଜି ଏହି ପଂଚାୟତର ଅମୁଣିହା ସାହି,ପଶ୍ଚିମବାଡ ହରିଜନସାହି,ମେଳନପଡିଆସାହି ,ଓ ପଥରଡିହି ଗ୍ରାମର ୧୨୦ ପରିବାରଙ୍କୁ ଜଳବନ୍ଦିତ ସ୍ଥାନରୁ ଏକ ଡଙ୍ଗା ଦ୍ୱାରା ଚାଇଁପୁର ପଂଚାୟତର ସରପଂଚ ଶ୍ରୀ ପରିଡା ନିରାପଦ ସ୍ଥାନ ଚାଇଁପୁର ରାଜିବଗାନ୍ଧୀ ସେବାକେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ । ତୁରନ୍ତ ବିପନ୍ନଙ୍କୁ ରିଲିଫ ପ୍ରଦାନ କରିବା ପାଇଁ ସରପଂଚ ଦାବୀ କରିଛନ୍ତି ।

Comments (0)
Add Comment