ଆଜି ୧୨୦୩ କରୋନା ପଜିଟିପ ଚିହ୍ନଟ ,୧୦ ମୃତ

ଭୁବନେଶ୍ଵର :୩୦/୭(ଏସଏସଏନ୍) ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।ତା ସାଙ୍ଗକୁ ମୃତ୍ୟୁ ।ଆଜି ରାଜ୍ୟରେ ୧୨୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା । ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୬୯ରେ ପହଞ୍ଚିଛି । ଆଜି ମୃତ୍ୟୁ ବରଣ କରିଥିବା ୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମରେ ୪ , ଖୋର୍ଦ୍ଧାରେ ୨ ,ନୟାଗଡ଼, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି ।

ସେହିପରି ରାଜ୍ୟରୁ ଆଜି  ୧୨୦୩ କରୋନା ପଜିଟିଭ୍ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୫୮ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୪୪୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଗୁରୁବାର ଚିହ୍ନଟ ୧୨୦୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୩୭୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ରାଜ୍ୟରୁ ଚିହ୍ନଟ ୧୨୦୩ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୫୦ ଜଣ ରହିଥିବା ବେଳେ ଖୋର୍ଦ୍ଧା ଜିଲାରୁ ୨୨୦ ଜଣ ରହିଛନ୍ତି । ସେହିପରି ଅନୁଗୁଳରୁ ୧୫, ବାଲେଶ୍ୱରରୁ ୨୦,ବରଗଡ଼ରୁ ୧୨ଜଣ, ଭଦ୍ରକରୁ ୫୩ଜଣ, ବଲାଙ୍ଗୀରରୁ ୬ଜଣ, ବୌଦ୍ଧରୁ ୩ଜଣ, କଟକରୁ  ୯୭ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ୩ , ଗଜପତିରୁ ୭୨,  ଜଗତସିଂହପୁରରୁ ୮ଜଣ, ଯାଜପୁରରୁ ୪୬ଜଣ, କଳାହାଣ୍ଡିରୁ ୪ଜଣ, କନ୍ଧମାଳଚ ୧୪ଜଣ, କେନ୍ଦ୍ରାପଡ଼ାଚ ୧୪ଜଣ, କେନ୍ଦୁଝରଚ ୧୧ଜଣ, , କୋରାପୁଟରୁ ୬୬ଜଣ, ମାଲକାନଗିରିରୁ ୬୫ଜଣ, ମୟୁରଭଞ୍ଜ ରୁ ୧୬ଜଣ, ନବରଙ୍ଗପୁରରୁ ୪ଜଣ, ନୟାଗଡ଼ରୁ ୨୪ଜଣ, ପୁରୀରୁ ୯ଜଣ, ରାୟଗଡ଼ା ରୁ ୪୫ଜଣ, ସମ୍ବଲପୁର ରୁ୪୦ଜଣ , ସୋନପୁରରୁ୪ଜଣ, ସୁନ୍ଦରଗଡରୁ ୭୪ଜଣ ରହିଛନ୍ତି ।

Comments (0)
Add Comment