୧୯୯୮ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ଡେଲାଙ୍ଗ,୧୦/୨ ( ଏସଏସନିୟୁଜ) ସକଳ୍ପ ନେଲେ ଏକାଠି ହେବେ । କର୍ମବହୁଳ ଜଞାଳରୁ ଟିକିଏ ସମୟ ବାହାରକରି ସୁଖଦୁଖକୁ ବାଂଟିବା ।ଏହା ସହିତ ସମାଜର ମଙ୍ଗଳପାଇଁ କିଛିଟା ଉଦ୍ୟମ କରିବା ।ଏହିଭଳି ଭାବରେ ଏକାଠି ହୋଇଥିଲେ ପୁରାତନ ଛାତ୍ରଛାତ୍ରୀ । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାକାନ୍ତ ବିଦ୍ୟାପୀଠର ପୁରାତନ ଛାତ୍ରଛତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ମା କେନ୍ଦେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ୧୯୯୮ ମସିହାର ପୁରାତନ ଛାତ୍ରଛାତ୍ରୀଙ୍କ ଏହି ବନ୍ଧୁ ମିଳନ ଉତ୍ସବ ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ବିଦ୍ୟାଳୟର ଶିକ୍ଷକ ଶ୍ରୀନିବାସ ପ୍ରଧାନ,ପଦ୍ମଚରଣ ହରିଚନ୍ଦନ,ଧୋବେଇଚରଣ ପରିଡା,ରମେଶ ପରିଡା,ପଦ୍ମନାଭ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛତ୍ରୀ ମାନେ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବତନ ଛାତ୍ରଛାତ୍ରୀ ଦୀପକ ମିଶ୍ର,ସୁକାନ୍ତ ସାହୁ,ଅଭିମନ୍ୟୁ ସାହୁ,ସଦାଶିବ ପରିଡା,ଗୀତାଞ୍ଜଳୀ ସାହୁ,ଅଂଜନ ପ୍ରଧାନ,ସୁନିତା ଦାସ,ଚିନ୍ମୟୀ ପରିଡା,କଳ୍ପତରୁ ବିଶ୍ୱାଳ ପ୍ରମୁଖ ବନ୍ଧୁ ମାନେ ଅନେକ ଦିନ ପରେ ପରଷ୍ପରକୁ ଏକାଠି ପାଇ ସୁଖଦୁଖର ଆଦନ ପ୍ରଦାନ କରିବା ସହିତ ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମ ଠିକ୍ ଏହି ଦିନ କରିବା ପାଇ ସଙ୍କଳ୍ପ କରିଥିଲେ ।

Comments (0)
Add Comment