Browsing daily archive

November 25, 2020

ଆକାଶରେ ଦେଖାଗଲା ଅସାଧାରଣ ଦୃଶ୍ୟ

ବାରଙ୍ଗ,୨୫/୧୧(ଏସ୍‌ଏସ୍‌ନିୟୁଜ)ଆଜି ସନ୍ଧ୍ୟାରେ ଚନ୍ଦ୍ର ଚାରିପଟରେ ଇନ୍ଦ୍ରଧନୁ ସଦୃଶ ବଳୟ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା ।ଏହି ଅସାଧାରଣ ଦୃଶ୍ୟକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଲୋକମାନେ ଏହି ଦୃଶ୍ୟକୁ କୈାତୁହଳର ସହ ଦେଖିଥିଲେ ।ଆଉ କେବେ ଦେଖାଦେବ,କାହିଁକି ଘଟିଲା ,ଏପରି ଅନେକ ପ୍ରଶ୍ନ ସାଧାରଣରେ ଶଙ୍କା ବଢାଇଥିଲା । ମେଘ ଓ  ଆଲୋକଦ୍ୱାରା ସଂଗଠିତ ଏହା ହେଉଛି ଏକ ଅସାଧାରଣ ଦୃଶ୍ୟ ।ଏହି ବଳୟ ଗୋଟିଏ ବର୍ଷରେ ଶହେରୁ ଅଧିକ ଥର ଘଟିଥାଏ । […]

ବାରଙ୍ଗ ପ୍ରେସ୍ କ୍ଲବରେ ରକ୍ତଦାନ ଶିବିର

ବାରଙ୍ଗ,୨୫/୧୧(ଏସଏସନିୟୁଜ)ରକ୍ତଦାନ ମହତ ଦାନ।ରକ୍ତ ଅଭାବ କାରଣରୁ ଅନେକ ସମୟରେ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି।ତେଣୁ ରକ୍ତ ଅଭାବ ରୁ କେହି ମୃତାହତ ନ ହୁଅନ୍ତୁ,ସେଥିପାଇଁ ବାରଙ୍ଗ ପ୍ରେସ କ୍ଲବ ଓ ସମ୍ବାଦ ଆମ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ ବୁଧବାର ବାରଙ୍ଗ ପ୍ରେସ କ୍ଲବ କାର୍ଯ୍ୟାଳୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ବାରଙ୍ଗ ଅଟୋ ମାଲିକ ସଂଘ ଓ ପ୍ରେସ କ୍ଲବ ର ସଦସ୍ୟମାନେ ସ୍ବେଛାକୃତ ଭାବରେ ରକ୍ତ ଦାନ କରିଥିଲେ।ଏସ୍ ସି ବି ମେଡିକାଲ […]

ବନ୍ଦ ହେବ ନନ୍ଦନକାନନ ସଫାରୀ !

ବାରଙ୍ଗ,,୨୫/୧୧(ଏସଏସନିୟୁଜ)ବାଜିରେ ଲାଗିଛି ଜିଦ୍ । ଅବ୍ୟବସ୍ଥାରେ ଏବେ ନନ୍ଦନକାନନ ଟେଣ୍ଡର ପକ୍ରିୟା , ଟେଣ୍ଡର ଡକାଗଲା ।ହେଲେ ଭାଗ ନେଉନାହାନ୍ତି କେହି । ଥରେ ନୁହେଁ ,ଦୁଇ ଦୁଇ ଥର ଟେଣ୍ଡର ଡକାଯାଇଥିଲେ ମଧ୍ୟ କେହି ହେଲେ ଭାଗ ନେଉନାହାନ୍ତି ।ଏହିଭଳି ଏକ ଘଟଣା ନନ୍ଦନକାନନରେ ଘଟିଥିଲେ ମଧ୍ୟ କର୍ତୁପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।ଏହାମଧ୍ୟରେ ନନ୍ଦନକାନନ ଅକ୍ଟୋବର୪ତାରିଖରେ ଖୋଲି ଆଉ ଦିକେଇଟା ପରେ ଦୁଇମାସ ଚାଲିବ ।ଏହାଭିତରେ ମଧ୍ୟ ପର‌୍ୟ୍ୟଟକମାନେ ବୋଟିଂ,ସଫାରୀ,ବେଟାରୀଚାଳିତ ଅଟୋ ସହ […]

ରୁଟି କାରଖାନାରୁ ଚାରି ପିଲା ଉଦ୍ଧାର

ଭୁବନେଶ୍ବର,୨୫/୧୧(ଏସଏସନିୟୁଜ)ଏୟାରଫିଲ୍ଡ  ଥାନା ପୋଲିସର ସହାୟତାରେ ଗତକାଲି ପଳାସପଲିରେ ଥିବା ଏକ ରୁଟି କାରଖାନାରୁ ଚାରି ପିଲାଙ୍କୁ ଚାଇଲ୍ଡଲାଇନ୍ ଉଦ୍ଧାର କରିଛି। ସମସ୍ତେ ଗଞ୍ଜାମ ଜିଲ୍ଲାର ଅଟନ୍ତି  । ସେମାନଙ୍କ ମଧ୍ୟରୁ ତିନୋଟି ୧୪ ବର୍ଷରୁ କମ୍ ଏବଂ ଗୋଟିଏ ହେଉଛି ୧୫ ବର୍ଷ  ଏହି ଚାରିଜଣଙ୍କୁ କାରଖାନା ମାଲିକ ମନୋଜ ଗୌଡ  ସେମାନଙ୍କ ନିଜ ଗାଁରୁ ଆଣି  କାରଖାନାରେ କାମ କରିବାକୁ ନିୟୋଜିତ କରିଥିଲେ ।ସ୍କୁଲ ବନ୍ଦ ଥିବାରୁ ସେମାନଙ୍କୁ ଆଣି  କାମରେ ଲଗାଇବା  ସହ  ପ୍ରତି […]

 କାର୍ତ୍ତିକା ପୂର୍ଣ୍ଣିମା ଉତ୍ସବକୁ ବାରଣ 

ଭୁବନେଶ୍ୱର,୨୫/୧୧(ଏସଏସନିୟୁଜ) ମହାମାରୀ କରୋନା ପାଇ ଫିକା ପଡିଗଲା କାର୍ତ୍ତିକା ପୂର୍ଣ୍ଣିମା । ମହାମାରୀ କରୋନାଏକ ଗୁରୁତ୍ପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି,ସାଧାରଣ ଲୋକଙ୍କ ସୁରକ୍ଷା ପାଇ କୋଭିଡ -19 ର ଗାଇଡ ଲାଇନକୁ  କଡାକଡି ପାଳନ କରିବାର ଆବଶ୍ୟକତା ରହିଛି।ଯାହାଫଳରେ ରାଜ୍ୟସରକାର ଏଥିପାଇ  ପ୍ରତିବନ୍ଧକ ଲଗାଇଛନ୍ତି  ।ନଭେମ୍ବର ୩୦ ରେ କାର୍ତ୍ତିକା ପୂର୍ଣ୍ଣିମା ପ୍ଡୁଥିବାବେଳେ ନଦୀ ଘାଟ / ଅନ୍ୟାନ୍ୟ ଜଳରାଶି ନିକଟରେ ବାଲିଯାତ୍ରାର ଆଚରଣ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଏଥି   ସମ୍ବନ୍ଧୀୟ କାର୍ଯ୍ୟ  ନିଷେଧ ରହିବ […]

ଭିଜିଲାନ୍ସ ଜାଲରେ IFS ଅଫିସର

ଭୁବନେଶ୍ୱର,୨୫/୧୧(ଏସଏସନିୟୁଜ) IFS ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ୧୯୮୭ ବ୍ୟାଚ୍‌ର IFS ଅଭୟ ଅତିରିକ୍ତ PCCF ଅଛନ୍ତି । ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାରରେ ଏକକାଳୀନ ଚଢ଼ାଉ ହୋଇଛି । କେନ୍ଦ୍ରୀୟ ସଂସ୍ଥାର ସୂଚନା କ୍ରମେ ଭିଜିଲାନ୍ସ ଚଢ଼ାଉ କରିଛି । ଓଡ଼ିଶାର ୪ଟି, ମହାରାଷ୍ଟ୍ରର ୩ଟି ଓ ବିହାରର ୩ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ […]

ଆଜିର ରାଶିଫଳ

ନଭେମ୍ବର ୨୫ ତାରିଖ ୨୦୨୦ ମସିହା(ବୁଧବାର),କାର୍ତ୍ତିକ-ଶୁକ୍ଳପକ୍ଷ,ତିଥି-ଏକାଦଶୀ ,ଧନୁ ରାଶିର ଘାତଚନ୍ଦ୍ର, କର୍କଟ ରାଶି ର ଘାତବାର, ଆଜି ଏକାଦଶି ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ, ଆଜି ଶିମ୍ବ ଭକ୍ଷଣ ନିଷେଧ, ଆଜିର ରାଶିଫଳ । ମେଷ-ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ। ବୃଷ-ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର […]

ଚାଇନା ଗାଲରେ ପୁଣି ଚାପୁଡା

ଖବର ଆଜି ସକାଳର,ତାରିଖ ୨୫-୧୧-୨୦ ବୁଧବାର । ୧-ଦୁଇମାସ ଭିତରେ ବିଧାନସଭା ଆଗରେ ଦେଖିବାକୁ ମିଳିଛି ଦୁଇ ଦୁଇଟି ହାଇ ଭୋଲ୍ଟେଜ୍ ଡ୍ରାମା। ପ୍ରଥମେ ଜଣେ ପୁଅ ନିଜ ମା’ ବେକରେ ଛୁରୀ ଲଗାଇ ହତ୍ୟା ଉଦ୍ୟମ କରିଥିଲେ ଆଉ ଗତ କାଲି ସ୍ଵାମୀ-ସ୍ତ୍ରୀ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ୨-ବାପା-ମା’ଙ୍କ ଆତ୍ମାହୁତି ଉଦ୍ୟମ ପରେ ବିଧାନସଭାରେ ଉଠିଲା ପରୀ ମୃତ୍ୟୁ ପ୍ରସଙ୍ଗ: ଗୃହରେ ବାଚସ୍ପତିଙ୍କ ରୁଲିଂ,ଆଜି ଉତ୍ତର ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ । […]