ଚାଇନା ଗାଲରେ ପୁଣି ଚାପୁଡା

ଖବର ଆଜି ସକାଳର,ତାରିଖ ୨୫-୧୧-୨୦ ବୁଧବାର ।
୧-ଦୁଇମାସ ଭିତରେ ବିଧାନସଭା ଆଗରେ ଦେଖିବାକୁ ମିଳିଛି ଦୁଇ ଦୁଇଟି ହାଇ ଭୋଲ୍ଟେଜ୍ ଡ୍ରାମା। ପ୍ରଥମେ ଜଣେ ପୁଅ ନିଜ ମା’ ବେକରେ ଛୁରୀ ଲଗାଇ ହତ୍ୟା ଉଦ୍ୟମ କରିଥିଲେ ଆଉ ଗତ କାଲି ସ୍ଵାମୀ-ସ୍ତ୍ରୀ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
୨-ବାପା-ମା’ଙ୍କ ଆତ୍ମାହୁତି ଉଦ୍ୟମ ପରେ ବିଧାନସଭାରେ ଉଠିଲା ପରୀ ମୃତ୍ୟୁ ପ୍ରସଙ୍ଗ: ଗୃହରେ ବାଚସ୍ପତିଙ୍କ ରୁଲିଂ,ଆଜି ଉତ୍ତର ରଖିବେ ଗୃହ ରାଷ୍ଟ୍ରମନ୍ତ୍ରୀ ।
୩-କଟକ ପରି ରାଉରକେଲାରେ ହୋଇଛି କି ନାଟକୀୟ ଲୁଟ୍ ? ସିଲଭରସିଟି ସୁନା ଲୁଟ ଷଡଯନ୍ତ୍ରରେ ସଂସ୍ଥା କର୍ମଚାରୀ ଥିବା ସ୍ପଷ୍ଟ ହେବା ପରେ ଘନେଇଲା ସନ୍ଦେହ ।
୪-ହାଇୱା ନେଇଗଲା ୬ ଜୀବନ: ଶରଣକୁଳରେ ହୃଦୟବିଦାରକ ଦୁର୍ଘଟଣା, ସାମ୍‌ନାରେ ଯିଏ ପଡ଼ିଲା ଚାପିଦେଲା ।
୫-କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର । ନଦୀ ଘାଟରେ ଗହଳି କରି ଡଙ୍ଗା ଭସାଇବା ଓ ଗାଧୋଇବା ଉପରେ ଲଗିଲା କଟକଣା ।
୬-ଚାଇନା ଗାଲରେ ପୁଣି ଚାପୁଡା । ଟିକଟକ୍ ପରେ ଭାରତରେ ବ୍ୟାନ ହେଲା ସ୍ନାକ ଭିଡିଓ । ୪୩ ମୋବାଇଲ ଆପକୁ ବ୍ୟାନ କଲେ ଭାରତ ସରକାର ।
୭-ଲକ୍‌ଡାଉନ୍ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଇଂଲଣ୍ଡ, ଜର୍ମାନୀ ସମେତ ଅନେକ ଦେଶର ଲୋକେ: କହିଲେ- ଏହା ଷଡ଼ଯନ୍ତ୍ରକାରୀ ସିଦ୍ଧାନ୍ତ ।
୮-ଶକ୍ତି ଗୋଟାଉଛି ନିଭାର, ୧୪୫ କିଲୋମିଟର ବେଗରେ ବହିବ ପବନ ।
୯-ମହାମାରୀ ବେଳେ ଚିନ୍ତା ବଢାଇଲା ମୃତ୍ୟୁର ଗଣିତ । କରୋନା ନୁହେଁ ଅନ୍ୟାନ୍ୟ ରୋଗରେ ଯାଇଛି ୧ ଲକ୍ଷ ୪୧ ହଜାରରୁ ଅଧିକ ଲୋକଙ୍କ ଜୀବନ
୧୦-ବୈଦ୍ୟୁତିକ ଯାନ ଉପରେ ଛାଡ଼ ହେବ ଜିଏସଟି; ୩୦% ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ସମ୍ଭାବନା ।
୧୧-ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଟିକା ଆସିଲେ ବିତରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶା ।
୧୨-ଦ୍ୱିପାକ୍ଷିକ ସମ୍ପର୍କ ଦୃଢ କରିବା ଉଦ୍ଦେଶ୍ୟରେ ୬ ଦିନିଆ ବିଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ।
୧୩-ବମ୍ବେ ହାଇକୋର୍ଟରୁ କଙ୍ଗନାଙ୍କୁ ଆଶ୍ବସ୍ତି: ୨୦୨୧ ଜାନୁଆରି ୮ ପର୍ଯ୍ୟନ୍ତ ହୋଇ ହୋଇପାରିବ ନାହିଁ ଗିରଫଦାରୀ ।
୧୪-ଜହ୍ନରୁ ଆସିବ ମାଟି: ଚନ୍ଦ୍ରରୁ ଶୀଳା ଆଣିବାକୁ ମାନବବିହୀନ ମହାକାଶ ଯାନ ପଠାଇଲା ଚୀନ, ଗବେଷଣାକୁ ମିଳିବ ତଥ୍ୟ ।
୧୫-ଲଭ୍ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍ ।
୧୬-ଆଇସିସି ପୁରସ୍କାର; ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ଦୌଡ଼ରେ କୋହଲି, ଅଶ୍ବିନ ।
୧୭-ଯୋଗୀ କ୍ୟାବିନେଟ୍‌ଙ୍କ ବଡ ନିଷ୍ପତ୍ତି, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାମରେ ହେବ ଅଯୋଧ୍ୟା ବିମାନ ବନ୍ଦର ।
୧୮-ଆସନ୍ତା ନଭେମ୍ବର ୩୦ରେ ଲାଗିବ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ।

 

Comments (0)
Add Comment