ଭୋଟଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୭ା୫(ଏସଏସନିଉଜ) ଗଣତନ୍ତ୍ରର ମହାନ ପର୍ବରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳୁ ସକାଳୁ ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ କିଛି ଦୂରରୁ ବୁଥକୁ ଚାଲି ଚାଲି ଆସିଥିଲେ । ମତଦାନ କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଦେଖିବା ଲାଗି ଅନେକ ଭୋଟର ଅପେକ୍ଷାରତ ଥିଲେ ।। ମତଦାନ ପରେ ପ୍ରଧାନମନ୍ତ୍ରୀ ରାସ୍ତାରେ ଅପେକ୍ଷା କରି ରହିଥିବା କିଛି ସାଧାରଣ ଜନତା ଓ ଛୋଟ ପିଲାଙ୍କୁ ନିଜର ଅଟୋଗ୍ରାଫ ଦେଇଥିଲେ ।

Comments (0)
Add Comment