ଜିତିଲେ ବଲିଉଡ ଛାଡ଼ିଦେବି

ଭୁବନେଶ୍ୱର,୭ା୫(ଏସଏସନିଉଜ) ଚଳିତଥର ବଲିଉଡ଼ କୁଇନ୍ କଙ୍ଗନା ରାଣାୱତ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି। ହିମାଞ୍ଚଳ ପ୍ରଦେଶର ମଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀରୁ ତାଙ୍କୁଟିକେଟ୍ ମିଳିଛି। ଯଦି ସେ ନିର୍ବାଚନ ଜିତନ୍ତି ତେବେ ବଲିଉଡ଼ ଛାଡି ଦେବେବୋଲି ଏକ ସାକ୍ଷାତକାର୍‌ରେ ଘୋଷଣା କରିଛନ୍ତି । କଙ୍ଗନା କହିଛନ୍ତି ଯେ, ଯଦି ସେ ନିର୍ବାଚନ ଜିତନ୍ତି ତେବେ ଧୀରେ ଧୀରେ ବଲିଉଡ଼କୁ ବାଏ ବାଏ କହିବେ। କାରଣ ସେ କେବଳ ଗୋଟିଏ କାମ ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି। ଲୋକେ ଯଦି ମୋ ସହ ଯୋଡ଼ି ହେବାକୁ ଚାହାନ୍ତି ତେବେ ମୁଁ କେବଳ ରାଜନୀତି ହିଁ କରିବି।

Comments (0)
Add Comment