ରୁଟି କାରଖାନାରୁ ଚାରି ପିଲା ଉଦ୍ଧାର

ଭୁବନେଶ୍ବର,୨୫/୧୧(ଏସଏସନିୟୁଜ)ଏୟାରଫିଲ୍ଡ  ଥାନା ପୋଲିସର ସହାୟତାରେ ଗତକାଲି ପଳାସପଲିରେ ଥିବା ଏକ ରୁଟି କାରଖାନାରୁ ଚାରି ପିଲାଙ୍କୁ ଚାଇଲ୍ଡଲାଇନ୍ ଉଦ୍ଧାର କରିଛି। ସମସ୍ତେ ଗଞ୍ଜାମ ଜିଲ୍ଲାର ଅଟନ୍ତି  । ସେମାନଙ୍କ ମଧ୍ୟରୁ ତିନୋଟି ୧୪ ବର୍ଷରୁ କମ୍ ଏବଂ ଗୋଟିଏ ହେଉଛି ୧୫ ବର୍ଷ  ଏହି ଚାରିଜଣଙ୍କୁ କାରଖାନା ମାଲିକ ମନୋଜ ଗୌଡ  ସେମାନଙ୍କ ନିଜ ଗାଁରୁ ଆଣି  କାରଖାନାରେ କାମ କରିବାକୁ ନିୟୋଜିତ କରିଥିଲେ ।ସ୍କୁଲ ବନ୍ଦ ଥିବାରୁ ସେମାନଙ୍କୁ ଆଣି  କାମରେ ଲଗାଇବା  ସହ  ପ୍ରତି ମାସରେ ୪ ହଜାର ଟଙ୍କା ଦେଉଥିଲା ବୋଲି  ଫ୍ୟାକ୍ଟ୍ରି ମାଲିକଙ୍କ  ପକ୍ଷରୁ ଶିଶୁ ସୁରକ୍ଷା ଅଧିକାରୀଙ୍କୁ କୁହାଯାଇଛି ।ଉଦ୍ଧ।ର ପରେ ଚାରି ପିଲାଙ୍କୁ  ରୁଚିକା ଓପନ୍  ଆଶ୍ରୟସ୍ଥଳରେ ଆଶ୍ରୟ ଦିଆଯାଇଛି।

 

Comments (0)
Add Comment