Browsing monthly archive

January 2021

ଆସିଲା Bird Flu ! ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମରୁଛନ୍ତି ଶହ ଶହ କାଉ

  ନୂଆଦିଲ୍ଲୀ ୩।୧(ଏସ ଏସ ନିୟୁଜ)ଦେଶରେ କରୋନା ଭାଇରସ ମହାମାରୀ ସାଙ୍ଗରେ ବାର୍ଡ ଫ୍ଲୁ ପ୍ରସାରିବାରେ ଲାଗିଲାଣି। ଦେଶର ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଫ୍ଲୁ ଯୋଗୁ ଶହଶହ କାଉ ପ୍ରାଣ ହରାଉଥିବା ବେଳେ ମୃତ କାଉଙ୍କ ମର ଶରୀର ପରୀକ୍ଷା ନିରିକ୍ଷା ହୋଇଛି। ଏଥିରେ ପକ୍ଷୀଙ୍କ ଠାରେ ବାର୍ଡ ଫ୍ଲୁ ବ୍ୟାପୁଥିବା ସ୍ପଷ୍ଟ ହୋଇଥିବା ବେଳେ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି। ରାଜସ୍ଥାନ ଝାଲାୱାଡ ବାଲାଜୀ ମନ୍ଦିରରେ ଅନେକ କାଉ ମରି ପଡିଥିବାର ସୂଚନା ପାଇ କୋଟା […]

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ

  ଆନନ୍ଦପୁର୩/୧(ଏସ ଏସ ନିୟୁଜ)ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘସିପୁରା ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ଜଣେ ବିଧବା ମହିଳାଙ୍କ ୧୭ ବର୍ଷୀୟ ଝିଅ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରି ତନାଘନା ଜାରି ରଖିଛି। ଗିରଫ ପରେ ୪ ଅଭିଯୁକ୍ତଙ୍କୁ ବହୁ ପଚରାଉଚରା ପରେ ସେମାନେ ନିଜର ଦୋଷ ସ୍ବୀକାର କରିଥିଲେ।ଏଭଳି ଘୃଣ୍ୟ କାମରେ ସଂପୃକ୍ତ ଥିବା ଅଭିଯୁକ୍ତମାନେ ହେଲେ ମେଦା […]

ଶବଦାହ କରିବାକୁ ଆସି, ଶବ ହୋଇ ଫେରିଲେ

ଗାଜିଆବାଦ ୩/୧(ସତ୍ୟାସନ୍ଧାନ) ଶବଦାହ କରିବାକୁ ଆସିଥିଲେ। ଶବ ହୋଇ ଫେରିଲେ। ଶ୍ମଶାନରେ ଶେଷକୃତ୍ୟ ପରେ ଶୋକ ପାଳିବାକୁ ଶ୍ମଶାନଘାଟ ନିକଟ ଗ୍ୟାଲେରି ପାଖରେ ଏକାଠି ହୋଇଥିବା ଲୋକଙ୍କ ଉପରେ ଛାତ ଭୁଶୁଡ଼ି ପଡ଼ିବାରୁ ୧୫  ଜଣଙ୍କ ମୃତ୍ୟୁ ଘଟିଲା। ଉତ୍ତର ପ୍ରଦେଶର ଗାଜିଆବାଦରେ ରବିବାର ଏପରି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଆହତମାନଙ୍କୁ ହସ୍ପିଟାଲକୁ […]

ମାଟ୍ରିକ ପରୀକ୍ଷା ପାଇ ବଡ ଖବର

ଭୁବନେଶ୍ବର,୩/୧(ଏସଏସନିୟୁଜ)ଏଥର ୮୦ ମାର୍କର ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ୫୦ ମାର୍କ ଓଏମଆର ଓ ୩୦ ମାର୍କ ସବଜେକ୍ଟିଭ;୨୦ ମାର୍କ ପାଇଁ ହେବ ଆଭରେଜ ମାର୍କପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା । ୫୦ ମାର୍କର ଓଏମଆର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ କରାଯିବ । କିନ୍ତୁ ଫଳାଫଳ ପ୍ରକାଶ ବେଳେ ୧୦୦ ମାର୍କର ମୂଲ୍ୟାୟନ ହେବ । ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ […]

ଆମେ ବିଜେପି ଟିକା ନେବୁ ନାହିଁ

୧-କରୋନା ଟିକାକରଣରେ ଇତିହାସ ରଚିବ ଭାରତ । ପ୍ରଥମ ପର୍ଯ୍ୟାୟରେ ୩କୋଟି ଲୋକଙ୍କୁ ଦିଆଯିବ ଭ୍ୟାକସିନ, ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ୨-ସ୍ୱଦେଶୀ ଟିକା କୋଭାକ୍ସିନକୁ ମିଳିଲା ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ବିଶେଷଜ୍ଞ କମିଟି । ୩-ରାଜ୍ୟରେ ଜାନୁଆରୀ ୮ ତାରିଖରୁ ସ୍କୁଲ ଖୋଲିବ: ଶନିବାର, ରବିବାରରେ ମଧ୍ୟ ଛାତ୍ର ଛାତ୍ରୀ ପଢିବେ ପାଠ । ୪-ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ବାହାର ଭକ୍ତ । ୫-ମେ’ […]

ଆଜିର ଅନୁଚିନ୍ତା

➡️କୌଣସି ସମୟ ଖରାପ ନୁହେଁ ।ଭଲ ସମୟ ଖୁସି ଦିଏ,ଖରାପ ସମୟ ଶିକ୍ଷା ଦିଏ । ➡️ଯିଏ ମିଛ କହୁଛି ତାକୁ ବିଶ୍ବାସ କର ନାହିଁ, ଯିଏ ବିଶ୍ବାସ କରୁଛି ତାକୁ କେବେ ମିଛ କୁହ ନାହିଁ । ➡️ଶିକ୍ଷକ ଆଉ ରାସ୍ତା ଦୁଇଜଣ ଯାକ ଏକାପରି ।ନିଜେ ଗୋଟିଏ ଜାଗାରେ ରହନ୍ତି, ଆଉ ଅନ୍ୟମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାନ୍ତି । ➡️ଗୋଟେ ମିଛୁଆ କିମ୍ବା ଧୋକାବାଜ ମଣିଷ କେବେ ଗୋଟେ ସଚ୍ଚୋଟ ମଣିଷର ସାଥ୍ […]

ଆଜିର ରାଶିଫଳ

ଜାନୁଆରୀ ୦୩ ତାରିଖ ୨୦୨୧ ମସିହା(ରବିବାର),ପୌଷମାସ-କୃଷ୍ଣପକ୍ଷ,ତିଥି-ଚତୁର୍ଥୀ,ମେଷ ରାଶିର ଘାତ ବାର,କର୍କଟ ଓ ମକର ରାଶି ର ଘାତଚନ୍ଦ୍ର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମୂଳା ଓ ବେଲ ଭକ୍ଷଣ ନିଷେଧ। ମେଷ-ଶୁଭ ଗ୍ରହ ପ୍ରଭାବରେ ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ […]

ବଦଳୁଛି ଅଗ୍ନିଶମ ସେବା

ଭୁବନେଶ୍ୱର,୨/୧(ଏସ୍‌ଏସ୍‌ନିୟୁଜ)ବଦଳୁଛି ଅଗ୍ନିଶମ ସେବା । ଅନଲାଇନସେବା ସହ ମୋ ସରକାର ଯୋଜନା ଜରିଆରେ ଜନସେବାକୁ ଲୋକାଭିମୁଖି କରିବା ସହିତ ମଝବୁତ କରୁଛି ନିଜ କର୍ମଚାରଙ୍କ ଦକ୍ଷତା ।୨୦୨୧ ମସିହା ନୁଆବର୍ଷରୁ ଅଗ୍ନିଶମକର୍ମଚାରୀମାନଙ୍କୁ ଯେଗାଇଦିଆଯାଇ Fire Resistant suit । ବର୍ତମାନପାଇଁ ଏହା ୫୦୦କର୍ମଚାରୀମାନଙ୍କୁ ଯୋଗାଇଦିଆଯାଇଛିା ମୁଖ୍ୟତ ୍େ‌ାଉଁମାନେ ସହରାଂଚଳ ବା କଳକାରାଖାନା ପ୍ରବଣ ସ୍ଥାନରେ ଅବସ୍ତାପିତ ହୋଇଛନ୍ତି,ସେହିମାନଙ୍କୁ ଯୋଇଦିଆଯିବ ଏହି ପୋଷାକ ।ପରେ ପର୍ଯ୍ୟାୟକ୍ରମେ ସମସ୍ତ କର୍ମଚାରୀଙ୍କୁ ଏହି ପୋଷାକ ଯୋଗାଇଦିଆଯିବ ।ପୁର୍ବରୁ କର୍ମଚାରୀମାନେ ଖାକି ପୋଷାକରେ […]

ଜାନୁଆରି ୮ରୁ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ାଆରମ୍ଭ

ଭୁବନେଶ୍ୱର,୨/୧(ଏସଏସନିୟୁଜ)କୋଭିଡ୍ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାବେଳେ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛନ୍ତି। ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠପଢ଼ିବାକୁ ଯିବେ। ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେଉଥିବା ବାର୍ଷିକ ପରୀକ୍ଷା ନିମନ୍ତେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ପ୍ରସ୍ତୁତ କରିବା ସହିତ ବିଭିନ୍ନ ସମୟରେ ଅନୁଷ୍ଠିତ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ କରିବା ନିମନ୍ତେ ସେମାନଙ୍କୁ […]

ସମ୍ବଲପୁର ଆଇଆଇଏମ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବୁର୍ଲା,୨/୧(ଏସଏସନିୟୁଜ) ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ) ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିବାବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗଦେଇଥିଲେ।ବୁର୍ଲା ନିକଟ ବସନ୍ତପୁରଠାରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏ ନେଇ ଆୟୋଜି ସଭାସ୍ଥଳରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇଥିଲେ। ଆଇଆଇଏମର ସ୍ଥାୟୀ କ୍ୟାମ୍ପସ ପାଇଁ ମୋଟ ୪୦୧.୯ […]