Browsing monthly archive

January 2021

ଦେଶରେ ସର୍ବଶ୍ରେଷ୍ଠ ସାଂସଦ ୨୦୨୦ ହେଲେ ଅପରାଜିତା

ଭୁବନେଶ୍ୱର ର ଲୋକପ୍ରିୟ ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ଦେଶରେ ସର୍ବଶ୍ରେଷ୍ଠ ସାଂସଦ ୨୦୨୦ ଭାବେ ମନୋନୀତ କରାଯାଇଛି । ଏହି ଦୁଇ ଅନୁଷ୍ଠାନର ସର୍ବ ଭାରତୀୟ ସ୍ତରରେ ମିଳିତ ସର୍ଭେ ରେ ଅପରାଜିତାଙ୍କୁ ୨୦୨୦ ବର୍ଷ ପାଇଁ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ କରିଛନ୍ତି। ପ୍ରଶାସିକା ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା କ୍ଷେତ୍ରରୁ ପ୍ରଥମ ଥର ନିର୍ବାଚନ ଜିତି ସଂସଦକୁ ଯାଇଛନ୍ତି ।ଦେଶର […]

୩ରୁ ମହାପ୍ରଭୁଙ୍କ ନୂଆ ଦର୍ଶନ ବ୍ୟବସ୍ଥା

ପୁରୀ,୧/୧( ଏସ ଏସ ନିୟୁଜ)ଆସନ୍ତା ୩ ତାରିଖରୁ ଲାଗୁ ହେବ ମହାପ୍ରଭୁଙ୍କ ନୂଆ ଦର୍ଶନ ବ୍ୟବସ୍ଥା। ଦିନକୁ ୧୫ରୁ ୧୭ ହଜାର ଭକ୍ତ ଶ୍ରୀଜୀଉଁଙ୍କୁ ଦର୍ଶନ କରି ପାରିବେ। ଏହା ପୂର୍ବରୁ ୫ ହଜାର ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଅନୁମତି ରହିଥିଲା। ପୁଣି ଏହି ନିୟମରେ ପରିବର୍ତ୍ତନ କରାଯାଇଛି। କୋଭିଡ୍ କଟକଣା ଭିତରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଭକ୍ତଙ୍କ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ନିହାତି ଆବଶ୍ୟକ।

ଫାସ୍‌ଟାଗ୍ ମାଧ୍ୟମରେ ଟୋଲ୍ ସଂଗ୍ରହ ସମୟସୀମା ବଢିଲା

ଭୁବନେଶ୍ବର,୧/୧(ଏସଏସନିୟୁଜ)ଜାତୀୟ ରାଜପଥଗୁଡ଼ିକରୁ ଫାସ୍‌ଟାଗ୍ ମାଧ୍ୟମରେ ଶତପ୍ରତିଶତ ଟୋଲ୍ ସଂଗ୍ରହ ଲାଗି ଧାର୍ଯ୍ୟ ସମୟସୀମାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଫେବୃୟାରୀ ୧୫ ଯାଏ ବୃଦ୍ଧି କରିଛନ୍ତି। ଏନେଇ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) କୁ ମନ୍ତ୍ରଣାଳୟ ଜଣାଇଦେଇଛି। ବର୍ତ୍ତମାନ ସୁଦ୍ଧା ୭୦ରୁ ୮୦ ପ୍ରତିଶତ ଟୋଲ୍ ସଂଗ୍ରହ ଫାସ୍‌ଟାଗ୍‌ରେ ହେଉଛି। ଫେବୃୟାରୀ ୧୫ରୁ ୧୦୦% ଫାସ୍‌ଟାଗ୍ ଟୋଲ ସଂଗ୍ରହ ପାଇଁ ଏନ୍‌ଏଚ୍‌ଏଆଇ ଆବଶ୍ୟକ ନିୟମାବଳୀ ପ୍ରଣୟନ କରିପାରିବ ବୋଲି ମନ୍ତ୍ରଣାଳୟ କହିଛି। ୨୦୨୧ […]

ନୁଆବର୍ଷର ନୁଆ ଅତିଥି

ଚନ୍ଦକା,୧/୧(ଏସଏସନିୟୁଜ) ଚନ୍ଦକା ଜଙ୍ଗଲର ନୁଆବର୍ଷର ନୁଆ ଅତିଥି । ଏହି ନୁଆ ଅତିଥି ହେଉଛି ହାତୀଛୁଆ ।ଗତକିଛିଦିନ ହେବ ଏକ ହାତୀ ଜନ୍ମ ଦେବାର ସୁଚନା ପାଇଁ ଚନ୍ଦକା-ଡମପଡା ଅଭୟାରଣ୍ୟ କର୍ତୁପକ୍ଷ ନଜରରେ ରଖିଥିଲେ ।ହାତୀଟିର ଗତିପଥକୁ ଅନୁସରଣ କରୁଥିଲେ ।ଭରତପୁର ରେଞର ଘଂଚ ଜଙ୍ଗଲ ଭିତରେ ଏହି ହାତୀ ଛୁଆଟି ଜନ୍ମ ହୋଇଥିବାର ଜଣାପଡିଛି ।ମାଆ ସହ ଜନ୍ମିତ ଛୁଆଟି ସୁସ୍ଥଥିବାବେଳେ ବିଚରଣ ମଧ୍ୟ କରୁଛି ।୧୪ଟିକିଆ ହାତୀ ଦଳରେ ଏହି ହାତୀଛୁଆଟି ରହିଥିବାର ଦେଖିବାକୁ […]

ନୁଆବର୍ଷରେ ନୁଆ କାମ-ଲାଗିଲା ସାନିଟାଇଜ ମେସିନ

ବାରଙ୍ଗ,୧/୧(ଏସ୍‌ଏସ୍‌ନିୟୁଜ) ନୁଆବର୍ଷରେ ନୁଆ କାମ ।ଲାଗିଲା ସାନିଟାଇଜ ମେସିନ ।ବାବା ସୋମନାଥଙ୍କ ପୀଠରେ ନୁଆବର୍ଷରେ ରଘୁନାଥପୁର ସାଇ ଜରାଶ୍ରମ ପକ୍ଷରୁ ଏକ ସାନିଟାଇଜ ମେସିନ ଲଗାଯାଇଛି ।ସାଇଆଶ୍ରମର ମୁଖ୍ୟ ତଥା ଯୁବ ଆଇନିଜିବୀ ବିଜୟ କୁମାରପାତ୍ର,ଆଶ୍ରମର ସମ୍ପାଦକ ବିଜୟକୁମାରମାର୍ଥା,ସତ୍ୟସନ୍ଧାନ ୱେବଚ୍ୟାନେଲର ଚିଫ୍ ଏଡିଟର ତ୍ରିଲୋଚନ ରାଉତ,ସାମ୍ବାଦିକ କମଳାକାନ୍ତନାୟକ,ବାବାସୋମନାଥସେନାର ଉପସଭାପତି ସ୍ମୃତିରଞନପଣ୍ଡା, ପ୍ରମୋଦକୁମାର ପଣ୍ଡା, ସବ୍ୟସାଚୀପଣ୍ଡା,ସୁକାନ୍ତ ପଣ୍ଡା,ପ୍ରତିରଞନ ପଣ୍ଡା,ପ୍ରଭାତରଞନପଣ୍ଡାଙ୍କ ସମେତ ମନ୍ଦିରର ପୁଜକମାନେ ଉପସ୍ଥିତ ଥିଲେ ।ପ୍ରାରମ୍ଭରେ ପୁଜାର୍ଜନା ପରେ ଏହାକୁ ତ୍ରିଲୋଚନରାଉତ ଲୋକାର୍ପଣ କରିଥିଲେ । କୋଭିଡ […]

ଆଜିର ରାଶିଫଳ

ପୌଷମାସ-କୃଷ୍ଣପକ୍ଷତିଥି-ଦ୍ୱିତୀୟା,ବିଛା,ଧନୁ ଓ ମୀନ ରାଶି ର ଘାତବାର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିି କଖାରୁ ଦିବା ଘ ୦୯/୩୪ ଗତେ ପୋଟଳ କଖାରୁ ଭକ୍ଷଣ ନିଷେଧ,। ମେଷ:-ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। […]

ଆଜିର ଅନୁଚିନ୍ତା

➡️ନୂଆ ବର୍ଷରେ କିଛି କର ନ କର, ଗୋଟେ ପ୍ରତିଜ୍ଞା କର କି କେବେ ବି ବାପା ମାଆଙ୍କୁ ଦୁଃଖ ଦବନାହିଁ । ➡️ଦୁନିଆକୁ ଆସିବାର ଖବର ୯ ମାସ ଆଗରୁ ଜଣା ପଡିଯାଏ, କିନ୍ତୁ ଦୁନିଆରୁ ଯିବାର ଖବର ୯ ସେକେଣ୍ଡ୍ ଆଗରୁ ମଧ୍ୟ ଜଣା ପଡେ ନାହିଁ ।ତେଣୁ ରାଗ, ଅହଙ୍କାର, ଇର୍ଷା, ଗର୍ବ ଛାଡି ହସ ଖୁସିରେ ରହିବା ଶିଖନ୍ତୁ । ➡️ସତ୍ୟ ମାର୍ଗରେ ଅର୍ଜନ କରିଥିବା ଧନ ସବୁବେଳେ ସୁଖ ପ୍ରଦାନ […]