ନୁଆବର୍ଷରେ ନୁଆ କାମ-ଲାଗିଲା ସାନିଟାଇଜ ମେସିନ

ବାରଙ୍ଗ,୧/୧(ଏସ୍‌ଏସ୍‌ନିୟୁଜ) ନୁଆବର୍ଷରେ ନୁଆ କାମ ।ଲାଗିଲା ସାନିଟାଇଜ ମେସିନ ।ବାବା ସୋମନାଥଙ୍କ ପୀଠରେ ନୁଆବର୍ଷରେ ରଘୁନାଥପୁର ସାଇ ଜରାଶ୍ରମ ପକ୍ଷରୁ ଏକ ସାନିଟାଇଜ ମେସିନ ଲଗାଯାଇଛି ।ସାଇଆଶ୍ରମର ମୁଖ୍ୟ ତଥା ଯୁବ ଆଇନିଜିବୀ ବିଜୟ କୁମାରପାତ୍ର,ଆଶ୍ରମର ସମ୍ପାଦକ ବିଜୟକୁମାରମାର୍ଥା,ସତ୍ୟସନ୍ଧାନ ୱେବଚ୍ୟାନେଲର ଚିଫ୍ ଏଡିଟର ତ୍ରିଲୋଚନ ରାଉତ,ସାମ୍ବାଦିକ କମଳାକାନ୍ତନାୟକ,ବାବାସୋମନାଥସେନାର ଉପସଭାପତି ସ୍ମୃତିରଞନପଣ୍ଡା, ପ୍ରମୋଦକୁମାର ପଣ୍ଡା, ସବ୍ୟସାଚୀପଣ୍ଡା,ସୁକାନ୍ତ ପଣ୍ଡା,ପ୍ରତିରଞନ ପଣ୍ଡା,ପ୍ରଭାତରଞନପଣ୍ଡାଙ୍କ ସମେତ ମନ୍ଦିରର ପୁଜକମାନେ ଉପସ୍ଥିତ ଥିଲେ ।ପ୍ରାରମ୍ଭରେ ପୁଜାର୍ଜନା ପରେ ଏହାକୁ ତ୍ରିଲୋଚନରାଉତ ଲୋକାର୍ପଣ କରିଥିଲେ । କୋଭିଡ କଟକଣା ଭିତରେ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଏହାକୁ ଲଗାଯାଇଛି,ମନ୍ଦିର ମଧ୍ୟକୁ ପ୍ରବେଶ ପୁର୍ବରୁ ଭକ୍ତମାନେ ହାତକୁ ସାନିଟାଇଜ କରିପାରିବେ,ସେଥିପାଇଁ ମୁଖ୍ୟମନ୍ଦିରର ପ୍ରବେଶପଥ ପାଶ୍ୱର୍ରେ ଏହାକୁ ଲଗାଯାଇଛି ବୋଲି ରଘୂନାଥପୁର ସାଇଜରାନିବାସର ମୁଖ୍ୟ ବିଜୟକୁମାରପାତ୍ର କହିଛନ୍ତି ।ସାଇଭକ୍ତମାନଙ୍କର ଏଭଳି କାର୍ଯ୍ୟକୁ ଭକ୍ତମାନେ ପ୍ରଶଂସା କରିଛନ୍ତି ।

Comments (0)
Add Comment