ଆମେ ବିଜେପି ଟିକା ନେବୁ ନାହିଁ

ଖବର ଆଜିର,ତାରିଖ ୦୩-୦୧-୨୦୨୧ ରବିବାର

୧-କରୋନା ଟିକାକରଣରେ ଇତିହାସ ରଚିବ ଭାରତ । ପ୍ରଥମ ପର୍ଯ୍ୟାୟରେ ୩କୋଟି ଲୋକଙ୍କୁ ଦିଆଯିବ ଭ୍ୟାକସିନ, ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ।
୨-ସ୍ୱଦେଶୀ ଟିକା କୋଭାକ୍ସିନକୁ ମିଳିଲା ଅନୁମତି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ବିଶେଷଜ୍ଞ କମିଟି ।
୩-ରାଜ୍ୟରେ ଜାନୁଆରୀ ୮ ତାରିଖରୁ ସ୍କୁଲ ଖୋଲିବ: ଶନିବାର, ରବିବାରରେ ମଧ୍ୟ ଛାତ୍ର ଛାତ୍ରୀ ପଢିବେ ପାଠ ।
୪-ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ବାହାର ଭକ୍ତ ।
୫-ମେ’ ୩ରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା, ଯୁକ୍ତ ୨ ବୋର୍ଡ ପରୀକ୍ଷା ମେ’ ୧୫ରୁ .।
୬-ଅପରାଜିତା ଷଡଙ୍ଗୀ ହେଲେ ଶ୍ରେଷ୍ଠ ସାଂସଦ ।
୭-୩୧ ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ .।
୮-ଥମୁନି ଚାଷୀ ଆନ୍ଦୋଳନ । ଚାଷୀଙ୍କ ଚେତାବନୀ, ଆସନ୍ତା ୪ ତାରିଖ ବୈଠକରେ ଚାଷୀଙ୍କ ସପକ୍ଷରେ ନିଷ୍ପତି ନହେଲେ ସ୍ଥିତି ହେବ ଭୟଙ୍କର ।
୯-୪ରେ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ।
୧୦-ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ : ସୀତାକାନ୍ତଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନ ।
୧୧-ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ: ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କଲେ ମୋଦୀ; କହିଲେ, ଶିକ୍ଷାର ହବ୍ ହେବାକୁ ଯାଉଛି ଓଡ଼ିଶା ।
୧୨-ନୂଆବର୍ଷ ସ୍ୱାଗତ ଲାଗି ମଦରେ ଭାସିଲା ତେଲେଙ୍ଗାନା, କେବଳ ୪ ଦିନରେ ୭୦୦ କୋଟିର କାରବାର .
୧୩-ଚିକିତ୍ସା ପରେ ସୁସ୍ଥ ହେଲେ ସୌରଭ ଗାଙ୍ଗୁଲି, ସ୍ବାସ୍ଥ୍ୟାବସ୍ଥା ସ୍ଥିର ବୋଲି ସୂଚନା ଦେଲେ ଡାକ୍ତର ।
୧୪-ବାଇକ୍‌ରେ ଦୁଇଜଣ ହେଲମେଟ ନ ପିନ୍ଧିଲେ ବାତିଲ ହେବ ଲାଇସେନ୍ସ, ଜରିମାନା ଦେବେ ୧୦୦୦ ଟଙ୍କା ।
୧୫-୩ୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଝଟକା ! କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରୋହିତ ଶର୍ମାଙ୍କ ସମେତ ୫ ଭାରତୀୟ ଖେଳାଳିଙ୍କୁ ଏକାନ୍ତବାସକୁ ପଠାଗଲା
୧୬-କରୋନା ଟିକାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ଅଖିଳେଶ ଯାଦବ, ଆମେ ବିଜେପି ଟିକା ନେବୁ ନାହିଁ ।
୧୭-୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଲସ୍କର ଆତଙ୍କୀ ଜାକି ଓର ରେହମାନ ଗିରଫ୍ । ଆତଙ୍କବାଦୀଙ୍କ ସହଯୋଗ କରିବା ଓ ସେମାନଙ୍କ ଟଙ୍କା ଦେବା ଅଭିଯୋଗରେ ଗିରଫ୍ ।
୧୮-ଜାନୁଆରୀ ୧୬ରୁ ଗୋଆରେ ହେବ ୫୧ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ।
୧୯-ବର୍ଷ ଆରମ୍ଭରୁ ଡବଲ୍ ମର୍ଡର: ମାହାଙ୍ଗାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସହଯୋଗୀଙ୍କୁ ହତ୍ୟା,ଶୁଭ ସକାଳ,ସୁପ୍ରଭାତ।

Comments (0)
Add Comment