Browsing daily archive

March 31, 2021

ପୂର୍ବ ଶ୍ତୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା  ସନ୍ଦେହ 

ସାକ୍ଷୀଗୋପାଳ,୩୧/୩(ଏସଏସନିୟୁଜ) ଆଜି ସକାଳେ ଦାସବିଦ୍ୟାଧରପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଯୁବକର ମୃତଶରୀରକୁ ପୋଲିସ ଉଦ୍ଧାର କରିଛି ।ମୃତକ ହେଉଛନ୍ତି ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ଡିହପୁରୁ ଗ୍ରାମର କୃଷ୍ଣଚନ୍ଦ୍ର ରାଉତ(୪୪) ।ତାଙ୍କୁ କେହି ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଛୁରୀରେ ଭୁଷି ହତ୍ୟା କରିଥିବାର ପୋଲିସ ସନ୍ଦେହ କରିଛି । କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ରାଧାମଣି ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସନଂ୧୩୮/୨୧ରେ ଏକ ମକଦ୍ଦମାରୁଜୁକରିଛି […]

ସରକାର ଜାରି କଲେ ଏପ୍ରିଲ ମାସର ଗାଇଡଲାଇନ

ଭୁବନେଶ୍ୱର,୩୧/୩(ଏସଏସନିୟୁଜ) ରାଜ୍ୟ ସରକାର ଏପ୍ରିଲ ପାଇଁ ଗାଇଡଲାଇନ ଜାରି କାରିଛନ୍ତି । ସାମାଜିକ ଦୂରତା , ମାସ୍କ ସାନିଟାଇଜର ବ୍ୟବହାର କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରହିଛି । କଣ୍ଟେନମେଣ୍ଟ ଜୋନ ପାଇଁ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନ ନେଇପାରିବେ ନିଷ୍ପତ୍ତି । କଣ୍ଟେନମେଣ୍ଟ ଜୋନ୍‌ରୁ କେହି ବାହାରି ପାରିବେନି, ବାହାରକୁ ବାହିରିବା ପାଇଁ ଅନୁମତି ଆବଶ୍ୟକ ହେବ, ଘରକୁ ଘର ସର୍ଭେ କରାଯିବ । ସ୍ଥାନୀୟ ପ୍ରଶାସନ ମନ୍ଦିର ବାବଦରେ ନିଷ୍ପତ୍ତି ନେବା ସହ ନିର୍ଦ୍ଦିଷ୍ଟ ଅଞ୍ଚଳର କରୋନା […]

ଜଳୁଛି ଡମ୍ପିଂୟାର୍ଡ

ବାରଙ୍ଗ,୩୧/୩(ଏସଏସନିୟୁଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମ ନିକଟରେ ଥିବା ଡମ୍ପିଂୟାର୍ଡ ରେ ବୁଧବାର ମଧ୍ୟାହ୍ନ ରେ ନିଆଁ ଲାଗିଛି।ଡ଼ମ୍ପିୟାର୍ଡ ର ୧୦ ରୁ ୧୨ ଏକର ଅଞ୍ଚଳରେ ନିଆଁ ଲାଗିଥିବା ସୂଚନା ମିଳିଛି।ଏହି ନିଆଁ ର ପ୍ରଭାବ ନିକଟସ୍ଥ ଗ୍ରାମ ମାନଙ୍କରେ ପଡୁଛି।ନିଆଁ ର ଉତ୍ତାପ ସହ ବିଭିନ୍ନ କ୍ଷତିକାରକ ଧୂଆଁ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।ମୁଖ୍ୟତଃ ଡମ୍ପିଂୟାର୍ଡ ନିକଟରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ଏହାର ପ୍ରଭାବ ଅଧିକ ମାତ୍ରାରେ ପଡୁଛି।ବାରମ୍ବାର ଏଠାରେ ନିଆଁ […]

ମୋବସରୁ ଯାତ୍ରୀଙ୍କୁ ପେଲିଲେ କର୍ମଚାରୀ

ଭୁବନେଶ୍ୱର,୩୧/୩(ଏସ୍‌ଏସ୍‌ନିୟୁଜ) ମୋ ବସ୍ ରେ ଯାତ୍ରା କରୁଥିବାବେଲେ ଭଡାକୁ ନେଇ ବଚସା ଓ ପରେ କର୍ମଚାରୀ ଜଣଙ୍କ ୍‌ଯାତ୍ରୀଙ୍କୁ ବସରୁ ପେଲିଦେବା ଭଳି ଅଭିଯୋଗ କରିଛନ୍ତି ଯାତ୍ରୀ ନିର୍ମଳେନ୍ଦୁ ପରିଡ଼ା । ନିର୍ମଳେନ୍ଦୁ କରିଥିବା ଅଭିଯୋଗ ଅନୁ୍‌ଯାୟୀ ସେ ଶ୍ରୀୟା ଟକିଜରୁ ହଂସପାଳ ଯିବା ପାଇଁ ୧୬ନମ୍ବର ମୋ ବସ୍‌ରେ ଉଠିଥିଲେ । ତାଙ୍କ ଟିକେଟ୍ ମାଷ୍ଟରକ୍ୟାଣ୍ଟିନରୁ କଟାଯିବାକୁ ନେଇ ସେ ଆପତ୍ତି କରିଥିଲେ । ଏହାକୁ ନେଇ ବସ୍ କଣ୍ଡରଙ୍କ ସହ ତାଙ୍କର ଯୁକ୍ତିତର୍କ ଓ […]

କରୋନା-୨୪ ଘଣ୍ଟାରେ ୨୯୭ ଆକ୍ରାନ୍ତ

ଭୁୁବନେଶ୍ୱର,୩୧/୩(ଏସଏସନିୟୁଜ)ପୁଣି ବଢିବାରେ ଲାଗିଛି କରୋନା ।କରୋନା ତାର କାୟାବିସ୍ତାର ଧିରେଧିରେ ବଢାଇଚାଲିଛି ।ଯାହାର ଜ୍ୱଳନ୍ତ ଉଦାହରଣ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ପ୍ରକିୟାକୁ ପରଖିଲେ ଜଣାପଡୁଛି । ୨୪ ଘଣ୍ଟା ମଧ୍ୟରେ ୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରେ ୧୭୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨୩ ଜଣ ସ୍ଥାନୀୟ ସଂକ୍ରମିତ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମୁତାବକ […]

ପଂଚୁପାଳ ଗ୍ରାମରେ ପ୍ରତିଷ୍ଠାହେଲା ହନୁମାନବିଗ୍ରହ

ବାରଙ୍ଗ,୩୦/୩( ଏସଏସନିୟୁଜ) ପଂଚୁପାଳ ଗ୍ରାମର ବ୍ରାହ୍ମଣଶାସନରେ ଥିବା ଶ୍ରୀଶ୍ରୀ ଐଶାନେଶ୍ୱରମହାଦେବଙ୍କ ମନ୍ଦିର ପରିସରରେ ଏକଦିବସୀୟ ହନୁମାନ ବିଗ୍ରହ ପ୍ରତିଷ୍ଠା ଉସ୍‌ବ ଅନୁଷ୍ଠିତ ହୋଇଯାଇଛି ।ଏଥିନିମନ୍ତେ ଆୟୋଜିତ ଯଜ୍ଞରେ ବାରଙ୍ଗ ଅଂଚଳର ପଣ୍ଡିତମାନେ ଯୋଗଦାନ କରିଥିଲେ ।କୋଭିଡ ନୀୟମାନୁସାରେ ଏହାକୁ ଗ୍ରାମବାସୀମାନେ ପାଳନ କରିଥିଲେ ।ଗ୍ରାମବାସୀମାନେ ସମ୍ପୁର୍ଣରୁପେ ପବିତ୍ରତା ସ୍ୱରୁପ ଉପବାସ ରହି ବାବା ହନୁମାନଙ୍କର କୃପା ଲାଭ କରିବାପାଇଁ ପୁର୍ଣାହୁତି ପରେ ପ୍ରସାଦସେବନ କରିଥିଲେ ।ଏଥିରେ ଆଖପାଖ ଗ୍ରାମର ହନୁମାନପ୍ରେମୀ ଭକ୍ତମାନେ ଯୋଗଦେଇଥିଲେ ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ) […]

ଅଧା ଓଡ଼ିଶା କଲବଲ

୧-ଅଧା ଓଡ଼ିଶା କଲବଲ,୧୬ଟି ସହରର ତାପମାତ୍ରା ୪୧ଡିଗ୍ରି ଉପରେ,ସାଂଘାତିକ ହେବ ଆଉ ୪୮ ଘଣ୍ଟା । ପୁରା ରାଜ୍ୟପାଇଁ ହିଟୱେଭ୍ ସତର୍କତା । ୨-ଏପ୍ରିଲ ୧ରୁ ୪୫ରୁ ଉର୍ଦ୍ଧ୍ଵ ବୟସ୍କଙ୍କ ଟିକାକରଣ: ଆଗ ଧାଡିର କର୍ମଚାରୀ ଓ ହାଇରିସ୍କ ଗ୍ରୁପର ଲୋକଙ୍କୁ ପ୍ରାଥମିକତା । ୩-ରାଷ୍ଟ୍ରପତିଙ୍କ ବାଇପାସ୍ ସର୍ଜରୀ ସଫଳ ,ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪-୫ ଓଏଏସ୍ ଅଧିକାରୀଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟା, ଆଉ ୩୪ ଓଏଏସ୍ ଅଧିକାରୀଙ୍କୁ ପଦୋନ୍ନତି […]

ଆଜିର ଅନୁଚିନ୍ତା

➡️କୌଣସି ମଣିଷ କେବେ ନିଜ ଇଛାରେ ବଦଳି ନଥାଏ, ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଥାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ । ➡️ଆମ ପାଖରେ ଯେତିକି ଅଛି ସେତିକିରେ ଖୁସି ରହିବାକୁ ଚେଷ୍ଟା କରିବା ଉଚିତ୍ ।କାହିଁକି ନା ଅତ୍ୟଧିକ ଆଶା ଓ ଲୋଭ ମଣିଷକୁ ଦୁଃଖ ଆଡକୁ ଟାଣି ନେଇଥାଏ । ➡️ ଯେତେବେଳ ପର୍ଯ୍ୟନ୍ତ ବାପା ନାମକ ଶବ୍ଦ ତୁମ ପାଖରେ ଅଛି ନା ସେ ପର୍ଯ୍ୟନ୍ତ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୩୧ ତାରିଖ ୨୦୨୧ ମସିହା(ବୁଧବାର)ଚୈତ୍ର ମାସ-କୃଷ୍ଣପକ୍ଷ,ତିଥି-ତୃତୀୟା,କର୍କଟ ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଚତୁର୍ଥୀର ପାର୍ବଣ ଶ୍ରାଦ୍ଧ,ପୋଟଳ ଓ ମୂଳା ଭକ୍ଷଣ ନିଷେଧ ।  ମେଷ : –ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ […]