କରୋନା-୨୪ ଘଣ୍ଟାରେ ୨୯୭ ଆକ୍ରାନ୍ତ

ଭୁୁବନେଶ୍ୱର,୩୧/୩(ଏସଏସନିୟୁଜ)ପୁଣି ବଢିବାରେ ଲାଗିଛି କରୋନା ।କରୋନା ତାର କାୟାବିସ୍ତାର ଧିରେଧିରେ ବଢାଇଚାଲିଛି ।ଯାହାର ଜ୍ୱଳନ୍ତ ଉଦାହରଣ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ପ୍ରକିୟାକୁ ପରଖିଲେ ଜଣାପଡୁଛି । ୨୪ ଘଣ୍ଟା ମଧ୍ୟରେ ୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରେ ୧୭୪ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୨୩ ଜଣ ସ୍ଥାନୀୟ ସଂକ୍ରମିତ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୬ ଜଣ, ବରଗଡ଼ରୁ ୧୮ ଜଣ, ଭଦ୍ରକରୁ ୨ ଜଣ, ବଲାଙ୍ଗୀରରୁ ୫ ଜଣ, କଟକରୁ ୧୭ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୭ ଜଣ, ଜଗତ୍‌ସିଂହପୁରରୁ ୨ ଜଣ, ଯାଜପୁରରୁ ୫ ଜଣ, ଝାରସୁୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୫୭ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୧୨ ଜଣ, ଖୋର୍ଦ୍ଧାରୁ ୩୩ ଜଣ, କୋରାପୁଟରୁ ୫ ଜଣ, ମୟୂରଭଞ୍ଜରୁ ୭ ଜଣ, ନବରଙ୍ଗପୁରରୁ ୩ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୩୧ ଜଣ, ପୁରୀରୁ ୬ ଜଣ, ସମ୍ବଲପୁରରୁ ୧୭ ଜଣ, ସୋନପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୩୮ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ‌ହୋଇଛନ୍ତି । ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୯୧୭ରେ ପହଞ୍ଚି ଥିବାବେଳେ ୩ ଲକ୍ଷ ୩୬ ହଜାର ୯୩୦ ଜଣସୁସ୍ଥ ହୋଇ ସାରିଥିବା ବେଳେ ୨୦୧୩ ଜଣ ଏବେ ବି ସକ୍ରିୟ ଥିବାର ଜଣାପଡିଛି ।

Comments (0)
Add Comment