ମୋବସରୁ ଯାତ୍ରୀଙ୍କୁ ପେଲିଲେ କର୍ମଚାରୀ

ଭୁବନେଶ୍ୱର,୩୧/୩(ଏସ୍‌ଏସ୍‌ନିୟୁଜ) ମୋ ବସ୍ ରେ ଯାତ୍ରା କରୁଥିବାବେଲେ ଭଡାକୁ ନେଇ ବଚସା ଓ ପରେ କର୍ମଚାରୀ ଜଣଙ୍କ ୍‌ଯାତ୍ରୀଙ୍କୁ ବସରୁ ପେଲିଦେବା ଭଳି ଅଭିଯୋଗ କରିଛନ୍ତି ଯାତ୍ରୀ ନିର୍ମଳେନ୍ଦୁ ପରିଡ଼ା । ନିର୍ମଳେନ୍ଦୁ କରିଥିବା ଅଭିଯୋଗ ଅନୁ୍‌ଯାୟୀ ସେ ଶ୍ରୀୟା ଟକିଜରୁ ହଂସପାଳ ଯିବା ପାଇଁ ୧୬ନମ୍ବର ମୋ ବସ୍‌ରେ ଉଠିଥିଲେ । ତାଙ୍କ ଟିକେଟ୍ ମାଷ୍ଟରକ୍ୟାଣ୍ଟିନରୁ କଟାଯିବାକୁ ନେଇ ସେ ଆପତ୍ତି କରିଥିଲେ । ଏହାକୁ ନେଇ ବସ୍ କଣ୍ଡରଙ୍କ ସହ ତାଙ୍କର ଯୁକ୍ତିତର୍କ ଓ ବଚସା ହୋଇଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ବସ କଣ୍ଟକ୍ଟର ତାଙ୍କୁ ଚଳନ୍ତା ବସରୁ ପେଲିଦେଇଥିଲା ।ଫଳରେ ତାଙ୍କ ପାଦରେ ବସର ଚକା ଚଢିଯିବାରୁ ସେ ଗୁରୁତର ଆହତ ହୋଇ ଘରୋଇ ଡାକ୍ତରଖାନାରେ ଚିକିସ୍‌ିତ ହେଉଥିବାର ଥାନାରେ ତାଙ୍କପୁଅ ଅଭିଯୋଗ କରିଛନ୍ତି ।ଅଭିଯୋଗ ଆସିଥିବା କର୍ମଚାଙ୍କୁ ତଦନ୍ତ ନ ସରିବା ଯାଏ ଡ୍ୟୁଟିରୁ ହଟାଇ ଦିଆଯାଇଥିବା ନେଇ କହିଛନ୍ତି ମୋ ବସ୍ ପରିଚାଳନା ଦାୟିତ୍ୱରେ ଥିବା CRUT ।

Comments (0)
Add Comment