Browsing monthly archive

March 2021

ନନ୍ଦନକାନନରେ ମାର୍ମୋସେଟ ମାଙ୍କଡର ମୃତ୍ୟୁ

ବାରଙ୍ଗ,୩୦/୩(ଏସଏସନିୟୁଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରେ ପର୍ଯ୍ୟଟକମାନଙ୍କ ମୁଖ୍ୟ ଆକର୍ଷଣ ସାଜିଥିବା ବିଶ୍ଵର ସବୁଠାରୁ କ୍ଷୁଦ୍ରତମ ବିଲୁପ୍ତପ୍ରାୟ ତିନିବର୍ଷର ଏକ ଅଣ୍ଡିରା ମାର୍ମୋସେଟ୍ ମାଙ୍କଡ଼ର ମୃତ୍ୟୁ ଘଟିଛି।ଫଳରେ ପ୍ରାଣୀ ଉଦ୍ୟାନରେ ଏମାନଙ୍କ ସଂଖ୍ୟା ୫ କୁ ହ୍ରାସ ପାଇଛି।ପ୍ରାଣୀ ଉଦ୍ୟାନର ୫୪ ନମ୍ୱର ଖୁଆଡ ରେ ରହୁଥିବା ଏହି ମାର୍ମୋସେଟ୍ ମାଙ୍କଡ ପର୍ଯ୍ୟଟକମାନଙ୍କର ମୁଖ୍ୟ ଆକର୍ଷଣ ସାଜିଥିଲା ।ହଠାତ ତିନିଦିନ ତଳେ ଅସୁସ୍ଥ ହୋଇ ପଡିଯାଇଥିଲା ।ପରେ ପ୍ରାଣୀ ଉଦ୍ୟାନ ର ପଶୁ ଚିକିତ୍ସକ ଦ୍ଵାରା ଚିକିତ୍ସିତ ହେଉଥିଲା।ତେବେ […]

ଏପ୍ରିଲରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ବର,୩୦/୦୩(ସତ୍ୟସନ୍ଧାନ ଡେସ୍କ ) ଏପ୍ରିଲ ମାସ ବ୍ୟାଙ୍କ ଛୁଟିରୁ ଆରମ୍ଭ ହେଉଛି। ଏପ୍ରିଲ ମାସରେ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ। ମାର୍ଚ୍ଚ ୩୧ ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ସମାପ୍ତ ହେଉଛି। ଶେଷ ଆର୍ଥିକ ବର୍ଷ ହୋଇଥିବାରୁ ଗ୍ରାହକଙ୍କ ସହ ଜଡିତ କାମ ମାର୍ଚ୍ଚ ୩୧ ତାରିଖ ଓ ଏପ୍ରିଲ ୧ ତାରିଖରେ ହୋଇପାରିବ ନାହିଁ। ସେଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ଛୁଟି ତାଲିକା ହିସାବରେ ନିଜ କାମ କରିବାକୁ ହେବ। ତେବେ ସବୁ ରାଜ୍ୟରେ ୧୫ […]

ବିଜେପିର ୩୦ ଜଣିଆ ଷ୍ଟାର ପ୍ରଚାରକ

ଭୁବନେଶ୍ୱର,୩୦/୩୯ଏସଏସନିୟୁଜ) ଭାରତୀୟ ଜନତା ପାର୍ଟି ପକ୍ଷରୁ ପିପିଲି ଉପ ନିର୍ବାଚନ ପାଇଁ ନିଜର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି ।ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତ. ମୁଖପାତ୍ର ସମ୍ବିତ ପାତ୍ରଙ୍କ ନାଁ ରହିଛି । ବିଜେପିର ଏହି ଲିଷ୍ଟରେ ବିଜୟ ପାଲ୍ ସିଂହ ତୋମାର, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ, ସାଂସଦ ଜୁଏଲ ଓରାମ, କେ […]

ସରିଲା ହୋଲି, ଏବେ ନେତା ହେବେ ପିପିଲି ମୁହାଁ

୧-କରୋନା ପାଇଁ ବନ୍ଦ ହେବନି ନବମ ଓ ଏକାଦଶ ପାଠପଢ଼ା – ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୨-ସରିଲା ହୋଲି, ଏବେ ନେତା ହେବେ ପିପିଲି ମୁହାଁ । ଜୋରଦାର ହେବ ପ୍ରଚାର । ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ୩-କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଲା ବଡ ସୂଚନା । ୮ ରାଜ୍ୟରେ ବୋଲମାନୁନି କରୋନା । ଚିହ୍ନଟ ହେଉଛନ୍ତି ୮୪ ପ୍ରତିଶତରୁ ଅଧିକ ସଂକ୍ରମିତ । […]

ଆଜିର ଅନୁଚିନ୍ତା

➡️ଯେଉଁଠି ବିଶ୍ବାସର ମୂଲ୍ୟ କିଛି ନଥାଏ ସେଇଠି ସମ୍ପର୍କର ମୂଲ୍ୟ ଖୋଜିବା ବୃଥା ଅଟେ । ➡️ପୃଥିବୀର ଅନେକ ରହସ୍ୟ ମଣିଷ ଉଦ୍ଘାଟନ କରିଛି, ହେଲେ ବଞ୍ଚିବାର ବାଟକୁ ଛାଡିକି ! ➡️କୌଣସି ଧର୍ମ ସଙ୍କଟରେ ନାହିଁ ସଙ୍କଟରେ ଅଛି ପେଟ ସଙ୍କଟରେ ଅଛି ଚାକିରୀ ସଙ୍କଟରେ ଅଛି ସମାଜ ସଙ୍କଟରେ ଅଛି ଦେଶ ଆଉ ମହାସଙ୍କଟରେ ଅଛି ଦେଶର ଶିକ୍ଷିତ ବେକାର ପୁଅ ଝିଅ ମାନଙ୍କର ଭବିଷ୍ୟତ ! ➡️ବିଶ୍ବାସ ଗଢିବାକୁ ଯେତେ ସମୟ ଲାଗୁ […]

ଆଜିର ରାଶିଫଳ

ମେଷ-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି […]

ରାଜଧାନୀରୁ ୩୨ଚିହ୍ନଟ , ଘେରୋଇକଲେଜ ହେଲା ସିଲ

ଭୁବନେଶ୍ୱର,୨୯/୩(ଏସଏସନିୟୁଜ) ରାଜଧାନୀ  ଭୁୁବନେଶ୍ୱର ଚିନ୍ତା ବଢାଇବାକୁ ଯାଉଛି  । ଗତ ୨୪ ଘଣ୍ଟା ଭିତରେ ରାଜଧାନୀର ବିଭିନ୍ନ ଅଂଚଳରୁ ମୋଟ ୩୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୬ ଜଣ ସ୍ଥାନୀୟ ସଂକ୍ରମିତ ଥିବାବେଳେ ୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାର ବିଏମସି ର ରିପୋର୍ଟରୁ ଜଣାପଡିଛି । ଚନ୍ଦ୍ରଶେଖରପୁର, ଗଜପତି ନଗର, ଝାରପଡା ରୁ ଏକାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ  ବିଏମସି ରିପୋର୍ଟ ଅନୁଯାୟୀ ୧୦ ଜଣ ଆକ୍ରାନ୍ତ […]

ଲୋକଙ୍କୁ ଦେଲେନାହିଁ,ଛୁଟିଦିନରେ ପୋତିଲେ

ବରୀ,୨୯/୩(ଏସ୍‌ଏସ୍ନିୟୁଜ)ସାଧାରଣ ଲୋକଙ୍କ ହିତ ପାଇଁ କିଭଳି ସରକାରୀବାବୁମାନେ କାର୍ଯ୍ୟ କରୁଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ ସୋମବାରଦିନ ବରୀବ୍ଲକ ପରିସରରେ ଦେଖିବାକୁ ମିଳିଥିଲା ।ଆଜି ସରକାରୀ ଛୁଟିଥିବାବେଳେ ୭/୮ତଳେ ଗଛିତ ଥିବା ସୁଖିଲା ଖାଦ୍ୟକୁ ବ୍ଲକ ପଛପଟ ଗାଡିଆରେ ପୋତାଯାଇଥିଲା ।ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ,ଲୋକମାନଙ୍କ ପାଇଁ ଆସିଥିବା ଚୁଡ଼ା , ଗୁଡ଼ ଆଦି ଶୁଖିଲା ଖାଦ୍ୟକୁ ବନ୍ୟା ସମୟରେ ବଂଟାନହୋଇ କାହିଁକି ଗଛିତ ରଖାଯାଇଥିଲା ।ଏହାପରେ ଛୁଟିଦିନ ଦେଖି କାହିଁକି ଏହାକୁ ଗାଡିଆରେ ପୋତାଯିବା ଘଟଣା […]

ନିଲମ୍ବିତ ହେଲେ ଶରତ ଥାନା ଓଆଇସି

ମୟୂରଭଞ୍ଜ,୨୯/୩(ଏସଏସନିୟୁଜ) ମୟୂରଭଞ୍ଜ ଜିଲ୍ଲାର ଶରତ ପୋଲିସ ଷ୍ଟେସନର ସବ୍ ଇନ୍ସପେକ୍ଟର ରେନା ବାକ୍ସଲଙ୍କୁ ଅସଦାଚରଣ ଏବଂ କର୍ତ୍ତବ୍ୟ ଅବମାନନା ଅଭିଯୋଗରେ ଜିଲ୍ଲା ଏସପି ମାର୍ଚ୍ଚ ୨୮ ରେ ନିଲମ୍ବିତ କରିଛନ୍ତି। ରବିବାର ଦିନ ସକାଳେ ସରାଟ ପୋଲିସ ଷ୍ଟେସନ ଅଞ୍ଚଳରେ ହେଲମେଟ ଯାଞ୍ଚ ଚାଲିଥି ବାବେଳେଗୁରୁବାରୀ ବିରୁଲି ନାମକ ଗର୍ଭବତୀ ମହିଳା ତାଙ୍କ ସ୍ୱାମୀ ବିକ୍ରମ ବିରୁଲିଙ୍କ ସହ ମୋଟରସାଇକେଲରେ ନୋଟା ପଞ୍ଚାୟତରୁ ଉଦଲା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଯାଉଥିଲେ।ଗୁରୁବାରୀ ହେଲମେଟ ପିନ୍ଧି ନ ଥିବାରୁ […]

ଆଜିର ଅନୁଚିନ୍ତା

ସନ୍ଦେହର କୌଣସି ଚିକିତ୍ସା ନାହିଁ, ଚରିତ୍ରର କୌଣସି ପ୍ରମାଣ ନାହିଁ, ମୌନ ରହିବା ଠାରୁ କୌଣସି ଭଲ ପ୍ରୟାସ ନାହିଁ ଆଉ ଶବ୍ଦ ଠାରୁ କଡା ବାଣୀ କିଛି ନାହିଁ । ହାରିଗଲେ ମଣିଷ କେବେ ବି ଦୁର୍ବଳତା ହୋଇ ନ ଥାଏ ।ଦୁର୍ବଳତା ସେତେବେଳେ ହୋଇଥାଏ ଯେତେବେଳେ ସେ ଚେଷ୍ଟା କରି ନ ଥାଏ । ଏହା ନିଶ୍ଚୟ ପରୀକ୍ଷା କରି ନିଅନ୍ତୁ ଯେ ଜୀବନରେ ଯେଉଁ ଲୋକମାନେ ଆପଣଙ୍କଠାରୁ ଦୂରେଇବାକୁ ଚାହୁଁଛନ୍ତି, ସେମାନେ ପ୍ରଥମେ […]