ଲୋକଙ୍କୁ ଦେଲେନାହିଁ,ଛୁଟିଦିନରେ ପୋତିଲେ

ବରୀ,୨୯/୩(ଏସ୍‌ଏସ୍ନିୟୁଜ)ସାଧାରଣ ଲୋକଙ୍କ ହିତ ପାଇଁ କିଭଳି ସରକାରୀବାବୁମାନେ କାର୍ଯ୍ୟ କରୁଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ ସୋମବାରଦିନ ବରୀବ୍ଲକ ପରିସରରେ ଦେଖିବାକୁ ମିଳିଥିଲା ।ଆଜି ସରକାରୀ ଛୁଟିଥିବାବେଳେ ୭/୮ତଳେ ଗଛିତ ଥିବା ସୁଖିଲା ଖାଦ୍ୟକୁ ବ୍ଲକ ପଛପଟ ଗାଡିଆରେ ପୋତାଯାଇଥିଲା ।ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ,ଲୋକମାନଙ୍କ ପାଇଁ ଆସିଥିବା ଚୁଡ଼ା , ଗୁଡ଼ ଆଦି ଶୁଖିଲା ଖାଦ୍ୟକୁ ବନ୍ୟା ସମୟରେ ବଂଟାନହୋଇ କାହିଁକି ଗଛିତ ରଖାଯାଇଥିଲା ।ଏହାପରେ ଛୁଟିଦିନ ଦେଖି କାହିଁକି ଏହାକୁ ଗାଡିଆରେ ପୋତାଯିବା ଘଟଣା ବଡବାବୁମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପ୍ରକାସ ଯେ, ଗତ ମହାବନ୍ୟା ରେ ବରୀ ବ୍ଲକ ବ୍ୟାପକ କ୍ଷତି ଗ୍ରସ୍ତ ହୋଇଥିଲା । ବରୀ ଅଞ୍ଚଳର ଲୋକ ମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ।ପ୍ରଭାବିତ ଲୋକମାନଙ୍କୁ ବାଂଟିବାପାଇଁ ସେସମୟରେ ବାଣ୍ଟିବା ପାଇଁ ଚୁଡ଼ା , ଗୁଡ଼ ଆଦି ଶୁଖିଲା ଖାଦ୍ୟ ଆସିଥିଲା । ମାତ୍ର ସଂପୃକ୍ତ ଶୁଖିଲା ଖାଦ୍ୟ ବଣ୍ଟନ ଦାୟିତ୍ଵ ରେ ଥିବା ଅଧିକାରୀ ଙ୍କ ଅପାରଗତା ଯୋଗୁଁ ଏହା ବନ୍ୟା ପ୍ରଭାବିତ ଙ୍କୁ ବଣ୍ଟନ କରାନଯାଇ ଗଛିତ ରଖାଯାଇଥିଲା। ବନ୍ୟା ଛାଡ଼ିବାର ୭ ରୁ ୮ ମାସ ପରେ ଆଜି ବ୍ଲକ ପଛ ପାଖରେ ଥିବା ପୋଖରୀରେ ଫୋପଡ଼ା ଯାଉଥିବା ଦେଖିବାକୁ ମିଳିଥିଲା । ସରକାରି ଛୁଟି ଦିବସ ଥିବା ବେଳେ କାହା ନିର୍ଦ୍ଦେଶରେ ଗଛିତ ଥିବା ଚୁଡ଼ା ଗୁଡ଼କୁ ବ୍ଲକ୍ ପରିସରରେ ଥିବା

ପୋଖରୀ ରେ ପୋତାଗଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ବନ୍ୟା ସମୟରେ ବହୁ ଗରିବ ଲୋକ ଭୋକ ଉପାସରେ କାହା ଛାତ ଉପରେ ଓ ନଦୀ ବନ୍ଧ ଉପରେ ମାସ ମାସ ଧରି ଦିନ କାଟିଥିଲେ ।ଏହି ଦୁର୍ଦ୍ଦିନରେ ସେମାନଙ୍କ ପାଖରେ ସୁଖିଲାଖାଦ୍ୟ ନପହଂଚାଇ କାହାସ୍ୱାର୍ଥରେ ଏହାକୁ ଗଛିତ ରଖିଥିଲେ ଦାୟିତ୍ୱରେ ଥିବା ବଡବାବୁ ।ପୁଣି ଛୁଟିଦିନ ଦେଖି ଗଛିତ ଥିବା ଚୁଡ଼ା ଗୁଡ଼କୁ ପୋତିବାକୁ ପଛାଇନଥିଲେ । ବରୀ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ସବୁ କାର୍ଯ୍ୟରେ ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟୁଥିବା ବେଳେ ପୋତା ଯିବା ଘଟଣା ବ୍ଲକପ୍ରଶାସନର ସ୍ୱଛତାକୁ ପଦାରେ ପକାଇଛି । ବନ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ଚୁଡ଼ା ଗୁଡ଼ କାହା ଦାୟିତ୍ଵରେ ଥିଲା ଓଏହା କାହା ନିର୍ଦେଶ ରେ ଲୋକମାନଙ୍କୁ ବଣ୍ଟା ନଯାଇ ଗଛିତ ରଖାଯାଇଥିଲା ଓ ପୁଣି ଛୁଟିଦିନଦେଖି ଏହାକୁ ପୋତାଯାଇଥିବାର ଭିଡିଓ ଆଜି ଭାଇରାଲ ହୋଇଥିଲା ।ଏହାର ଉପଯୁକ୍ତ ତଦନ୍ତ କରାଗଲେ ପକୃତ ସତ୍ୟ ଲୋକାଲୋଚନକୁ ଆସିପାରିବ ବୋଲି ସାଧାରଣରେ ଦାବୀ ହେଉଛି ।

 

Comments (0)
Add Comment