Browsing daily archive

May 2, 2021

ପରକରି ଚାଲିଗଲେ ଶାନ୍ତିଲତା

ବାରଙ୍ଗ,୨/୫(ଏସଏସନିୟୁଜ)ଚାଲିଗଲେ ଶାନ୍ତିଲତା ।ବୟସ ଏତେଟା ହୋଇନଥିଲେ ମଧ୍ୟ ସମସ୍ତଙ୍କୁ ପରକରି ଆରପାରିକୁ ଚାଲିଗଲେ । ପଟିଆଗଡର ପରିଡା ପରିବାରରୁ ରବିବାର ଦିନ ଆଉଜଣେ ନେଇଛନ୍ତି ବିଦାୟ ।ଏହି ଧର୍ମପ୍ରାଣ ମହିଳା ହେଉଛନ୍ତି ଶାନ୍ତିଲତା ପରିଡା(୫୨) ।ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁଖବର ମିଳିବାପରେ ଆମ୍‌ିୟସ୍ୱଜନମାନେ ପହଁଚି ଶେଷଦର୍ଶନ କରିଥିଲେ । ଗ୍ରାମଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ବଡପୁଅ ନବଘନ ମୁଖାଗ୍ନି ଦେଇଥିଲେ ।ସେ ଜଣେ ମେଳାପି,ଭଗବାନବିଶ୍ୱାସୀ ତଥା ପରୋପକାରୀ ଧର୍ମପ୍ରାଣ ମହିଳା […]

ଅସହାୟଙ୍କୁ ବାଂଟିଲେ ଖାଦ୍ୟ

ଆସ୍କା ,୨/୫(ଏସଏସନିୟୁଜ)ରବିବାରଦିନ ସବୁଆଡେ ନିରବତା ଖେଳିଯାଇଥିବାବେଳେ କିଛି ଯୁବକ ଘରୁ ବାହାରି ଆସ୍କାସହରର ବିଭିର୍ଣ ଗଳିକନ୍ଦିରେ ଘୁରି ବୁଲିଥିଲେ ।ଖୋଜିବୁଲିଥିଲେ କେଉଁଠି ଖାଇବାକୁ ନପାଇ ଉପାସରେ କିଏ ରହିଛି ।ସେହି ଅସହାୟମାନଙ୍କୁ ଖାଇବାକୁ ବାଂଟିଥିଲେ । ଭୋକିଲାଙ୍କ ମୁହଁରେ ଟିକିଏ ହସ ଦେଖିଥିଲେ । ଗିରିଜା ଯୁବକ ସଙ୍ଘ କର୍ମକର୍ତାମାନଙ୍କ ସହ ସଭାପତି ଙ୍କ ନେତୃତ୍ୱରେ ବରିଷ୍ଟ ଆଇନଜୀବୀ ଦେବକାନ୍ତ ଶର୍ମା , କାହ୍ନକ୍ଷ ନାୟକ, ସମାଜ ସେବୀ ଶ୍ରୀନିବାସ ଭଞ୍ଜ ଓ ଏ ବି ଭି […]

ଆଜି ଭୁବନେଶ୍ୱରରେ ୮୦୯ ପଜିଟିଭ୍

ଭୁବନେଶ୍ୱର,୨/୫(ଏସଏସନିୟୁଜ) ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୮୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୯୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୫୯୮ ଜଣ ସୁସ୍ଥ ହୋଇଥିବାନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।ସ୍ଥାନୀୟ ସଂକ୍‌ାମିତଙ୍କ ମଧ୍ୟରେ ଖଣ୍ଡଗିରି,ଚନ୍ଦ୍ରଶେଖରପୁର,ନୟାପଲ୍ଲୀ,ଲକ୍ଷ୍ମିସାଗର,ଜୟଦେବବିହାର,ଝାରପଡା,ବାପୁଜିନଗର,ଓଲ୍ଡ ଟାଉନ, ପଟିଆ,ଗାଡକଣ, ବିଜେପିନଗର, ନିଳାଦ୍ରିବିହାର, ନନ୍ଦନବିହାର ସହ ଅନ୍ୟ ଅଂଚଳ ରହିଛି ।

ଶେଷରେ ହାରିଲେ ଦିଦି, ଜିତିଲେ ଶୁଭେନ୍ଦୁ

ପଶ୍ଚିମବଙ୍ଗ ୨ /୫ (ଏସଏସନିୟୁଜ) ଶେଷରେ ନନ୍ଦିଗ୍ରାମ ବିଧାନସଭା ଆସନରୁ ମମତାକୁ ହାରିବାକୁ ପଡିଛି ।ମମତା ହାରିବା ସହ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ୧୬୨୨ ଭୋଟରେ ବିଜୟୀ ହୋଇଛନ୍ତି ।ଶେଷମୁହୁର୍ତରେ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ପରାଜୟ ସ୍ୱିକାର କରିବାକୁ ପଡିଛି ।ଏହି ଆସନପାଇଁ ଟିଏମସି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଥିଲା ।  

ଗଛମୁଳରୁ ମିଳିଲା ନବଜାତ ଶିଶୁ ପୁତ୍ର

ବାରଙ୍ଗ,୨/୫(ଏସଏସନିୟୁଜ) ଗଛମୁଳରୁ ମିଳିଛି ନବଜାତଶିଶୁପତ୍ର ।ଶିଶୁପତ୍ରର ନାହି ଲାଗିଛି ।ଏକ ଶାଢିଉପରେ ଶୋଇଛି ପିଲାଟି ।କିନ୍ତୁ ତାର ମୁହଁ,ହାତ,କାନ ରକ୍ତାତ ହୋଇଯାଇଛି ।କିନ୍ତୁ ବଂଚିଛି ।ଏହିଭଳି ଘଟଣା ରବିବାର ସକାଳେ ରାଜଧାନୀ ଉପକଣ୍ଠ କଳାରାହଙ୍ଗଗ୍ରାମମୁଣ୍ଡ ରେ ଦେଖିବାକୁ ମିଳିଛି ।ପୋଲିସ ଆସି ପିଲାଟିକୁ ଉଦ୍ଧାର କରି ଚିକିସ୍‌ା ପାଇଁ ପଠାଇଛି ।କଳାରାହଙ୍ଗ ଗ୍ରାମମୁଣ୍ଡ ବଡପାଖେରୀକୁ ରବିବାର ସକାଳେ କିଚି ଯୁବକ ଶୈାଚ ପାଇ ଯାଇଥିବାବେଳେ ପିଲାଟିର କାନ୍ଦ ଶୁଣିଥିଲେ ।ଏହାପରେ ହୁଡାପାଖରେ ନିର୍ମାଣଧିନ ଆପାଟମେଟ ପଛପଟେଥିବା ଏକ […]

ନନ୍ଦନକାନନର ପାଚେରି ଭାଙ୍ଗି ପସିଲା ମାକେନା

ବାରଙ୍ଗ,୨/୫(ଏସଏସନିୟୁଜ)ପୁଣି ମାକେନାହାତୀର ଉପ୍ତାତ ନନ୍ଦନକାନନରେ ଦେଖିବାକୁ ମିଳିଛି ।ଦୀର୍ଘଦିନର ବ୍ୟବଧାନପରେ ଚନ୍ଦକାଜଙ୍ଗଲରୁ ମାକେନାହାତୀଟି ବାହାରି ନନ୍ଦନକାନନରେ ପଶିଥିବାର ସୁରକ୍ଷାଦାୟିତର୍ୱରେ ଥିବା କର୍ମଚାରୀମାନେ ରବିବାର ସକାଳେ ଜାଣିବାକୁ ପାଇଛନ୍ତି । ସୁରକ୍ଷା ପ୍ରାଚିରକୁ ଭାଙ୍ଗି ମାକେନାଟି ନନ୍ଦନକାନନ ପରିସର ବାଘସଫାରୀ ପଛପଟ ଜଙ୍ଗଲ ମଧ୍ୟରେ ରହିଛି ।ତେବେ ମାକେନା ଜୀବଜନ୍ତୁଥିବା ସ୍ଥାନ ଆଡକୁ ଅସିନଥିବାର ଜଣାପଡିଛି ।କର୍ମଚାରୀମାନେ ମାକେନାକୁ ଜଗି ରହିବା ସହ ସନ୍ଧ୍ୟାହେବାମାତ୍ରେ ତାକୁ ଚନ୍ଦକାଜଙ୍ଗଲକୁ ଫେରାଇନେବାକୁ ଉଦ୍ୟମ କରିବେ ବୋଲି ଜଣାପଡିଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

ସାମ୍ବାଦିକଙ୍କୁ ମିଳିଲା କରୋନା ଯୋଦ୍ଧା ମାନ୍ୟତା-ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨/୫(ଏସଏସନିୟୁଜ) କରୋନାରେ ମୃତ୍ୟୁବରଣ କଲେ ଏବେ ସାମ୍ବାଦିକମାନଙ୍କୁ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ରାଜ୍ୟରେ କରେନା ତାର କାୟା ବିସ୍ତାର କରିଚାଲୁଥିବାବେଳେ ସରକାର ସାରାରାଜ୍ୟକୁ ଲକଡାଉନ୍ ୧୪ ଦିନି ପାଇଁ ଘୋଷଣା କରିଛନ୍ତିା କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ନିରବଚ୍ଛିନ୍ନ ଭାବରେ କରୋନା ସହ ଜଡିତ ସମସ୍ତ ନିୟମାବଳୀ ଓ ସଚେତନତା ସମ୍ପର୍କରେ ଲୋକ ମାନଙ୍କୁ ପ୍ରତି ସମୟରେ ଲୋକମାନଙ୍କ ପାଖରେ ସାମ୍ବାଦିକମାନେ ପହଁଚାଉଥିବାରୁ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ମାନଙ୍କୁ ଆଜି […]

ଲକଡାଉନରେ କ’ଣ ଖୋଲା ଓ କ’ଣ ବନ୍ଦ ରହିବ ଜାଣନ୍ତୁ

ଭୁବନେଶ୍ୱର, ୨/୫(ଏସଏସନିୟୁଜ) ରାଜ୍ୟରେ ମେ’ ୫ରୁ ୧୯ ପର୍ଯ୍ୟନ୍ତ  ଲକଡାଉନ ଘୋଷଣା କରାଯାଇଛି ।ଏହିସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର ବନ୍ଦ ରହିବ, ପ୍ରଦର୍ଶନୀ ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ । ସିନେମା ହଲ, ମଲ୍‌, ମାକେର୍ଟ କମ୍ପେ୍ଲକ୍ସ, ଜିମ୍ ବନ୍ଦ ରହିବ । ଯାତ୍ରା, ଅପେରା, ଖୋଲାମଞ୍ଚ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ସେଲୁନ୍ ପାର୍ଲର , ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ । ସେହିପରି […]

ଓଡିଶାରେ ମେ’ ୫ରୁ ଲକଡାଉନ୍‌

ଭୁବନେଶ୍ୱର,୨ /୫(ଏସଏସନିୟୁଜ) ମହାମାରୀ କରୋନା ଯେଉଁଭଳିଭାବେ ବଢିବଢିଚାଲିଚି ଏହାକୁ ନେଇ ରାଜ୍ୟରେ ଲାଗୁହୋଇଛି ଲକଡାଉନ୍‌ଚଳିତ ମଇ ମାସ ୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ […]

ପୁଣି ଆଜି ୮୦୧୫ ଜଣ କରୋନା ସଂକ୍ରମିତ ,୧୪ମୃତ

ଭୁବନେଶ୍ୱର,୨/୫(ଏସଏସନିୟୁଜ) ପୁଣି ଆଜି ରାଜ୍ୟରେ ୮ ହଜାର ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪,୫୬୮ ଓ ଲୋକାଲରୁ ୩,୪୪୭ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୨୭୫ ,ସୁନ୍ଦରଗଡ଼ରୁ ୭୩୫, ଅନୁଗୁଳରୁ ୫୨୫, କଟକରୁ ୪୮୨ ସମ୍ବଲପୁରରୁ୪୪୧, ବରଗଡ଼ରୁ ୩୯୦, ଝାରସୁଗୁଡ଼ାରୁ ୩୮୬ ନବରଙ୍ଗପୁରରୁ ୩୨୦, ପୁରୀରୁ ୩୦୬, ନୂଆପଡ଼ାରୁ ୨୬୪, ଷ୍ଟେଟ୍ ପୁଲ୍- ୨୩୬, ସୁବର୍ଣ୍ଣପୁର- ୨୦୭, ମୟୂରଭଞ୍ଜ- ୧୯୯ ବଲାଙ୍ଗିର- ୧୯୮, […]