ନନ୍ଦନକାନନର ପାଚେରି ଭାଙ୍ଗି ପସିଲା ମାକେନା

ବାରଙ୍ଗ,୨/୫(ଏସଏସନିୟୁଜ)ପୁଣି ମାକେନାହାତୀର ଉପ୍ତାତ ନନ୍ଦନକାନନରେ ଦେଖିବାକୁ ମିଳିଛି ।ଦୀର୍ଘଦିନର ବ୍ୟବଧାନପରେ ଚନ୍ଦକାଜଙ୍ଗଲରୁ ମାକେନାହାତୀଟି ବାହାରି ନନ୍ଦନକାନନରେ ପଶିଥିବାର ସୁରକ୍ଷାଦାୟିତର୍ୱରେ ଥିବା କର୍ମଚାରୀମାନେ ରବିବାର ସକାଳେ ଜାଣିବାକୁ ପାଇଛନ୍ତି । ସୁରକ୍ଷା ପ୍ରାଚିରକୁ ଭାଙ୍ଗି ମାକେନାଟି ନନ୍ଦନକାନନ ପରିସର ବାଘସଫାରୀ ପଛପଟ ଜଙ୍ଗଲ ମଧ୍ୟରେ ରହିଛି ।ତେବେ ମାକେନା ଜୀବଜନ୍ତୁଥିବା ସ୍ଥାନ ଆଡକୁ ଅସିନଥିବାର ଜଣାପଡିଛି ।କର୍ମଚାରୀମାନେ ମାକେନାକୁ ଜଗି ରହିବା ସହ ସନ୍ଧ୍ୟାହେବାମାତ୍ରେ ତାକୁ ଚନ୍ଦକାଜଙ୍ଗଲକୁ ଫେରାଇନେବାକୁ ଉଦ୍ୟମ କରିବେ ବୋଲି ଜଣାପଡିଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment