ଲକଡାଉନରେ କ’ଣ ଖୋଲା ଓ କ’ଣ ବନ୍ଦ ରହିବ ଜାଣନ୍ତୁ

ଭୁବନେଶ୍ୱର, ୨/୫(ଏସଏସନିୟୁଜ) ରାଜ୍ୟରେ ମେ’ ୫ରୁ ୧୯ ପର୍ଯ୍ୟନ୍ତ  ଲକଡାଉନ ଘୋଷଣା କରାଯାଇଛି ।ଏହିସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର ବନ୍ଦ ରହିବ, ପ୍ରଦର୍ଶନୀ ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ । ସିନେମା ହଲ, ମଲ୍‌, ମାକେର୍ଟ କମ୍ପେ୍ଲକ୍ସ, ଜିମ୍ ବନ୍ଦ ରହିବ । ଯାତ୍ରା, ଅପେରା, ଖୋଲାମଞ୍ଚ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ସେଲୁନ୍ ପାର୍ଲର , ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ । ସେହିପରି ବସ୍ ,ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ । ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଅନୁମତି ଦିଆଯିବ । ଛାପା, ବୈଦ୍ୟୁତିକ ଗଣମାଧ୍ୟମ,ୱେବ୍ ମିଡିଆକୁ ଅନୁମତି।ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ୍ ଯୋଗାଣକୁ ଅନୁମତି, ସାପ୍ତାହିକ ଓ ଦୈନିକ ହାଟ ଚାଲି ପାରିବ ନାହିଁ ,ତେବେ ଲକଡାଉନ ବେଳେ କେବଳ ୬ଟାରୁ ଦିନ ୧୨ଟା ଯାଏଁ ଚାଲିଚାଲି ଯାଇ ପରିବା ଆଣିବାକୁ ଅନୁମତି ଦିଆଯାଇଛି । ସ୍ୱାସ୍ଥ୍ୟ ସେବା ଓ ଅନ୍ୟ ଜରୁରୀ ସେବା ପାଇଁ କଟକଣା ଲାଗୁ ହେବ ନାହି.ଶନିବାର ଓ ରବିବାର ଦିନ ପୂର୍ବ ଭଳି ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ବଳବତ୍ତର ରହିବ,ସପ୍ତାହର ସବୁ ଦିନ ଟୀକାକରଣ ଓ ଟେଷ୍ଟିଂ କାର‌୍ୟ୍ୟ ଜାରି ରହିବ। ସାମାଜିକ, ଧାର୍ମିକ, କ୍ରୀଡା, ରାଜନୈତିକ ସମାବେଶ ବନ୍ଦ ରହିବ । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ବିବାହ ଆୟୋଜନ କରିହେବା ସହ ବିବାହରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ ।ସେହିଭଳିଭାବେ , ଶୁଦ୍ଧିକାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି ଦିଆଯିବ ।

Comments (0)
Add Comment