Browsing daily archive

May 16, 2021

ବାରଙ୍ଗରେ ସଟଡାଉନ୍ ନିୟମକୁ ମାନୁ ନାହାଁନ୍ତି ଅମାନିଆ,ଆଜି ୨୮ ଆକ୍ରାନ୍ତ ଚିହ୍ନଟ

ବାରଙ୍ଗ,୧୬/୫(ଏସଏସନିୟୁଜ) ରବିବାର ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ବାରଙ୍ଗ ବ୍ଲକ୍ ରୁ ୨୮ ଜଣ ଥିବା ସୂଚନା ମିଳିଛି। ବେଲଗଛିଆ, ହରିଅନ୍ତା, କରକୋରା, ମୁଣ୍ଡଳି,ଶ୍ରିବନ୍ତପୁର ପଞ୍ଚାୟତରୁ ୨ ଲେଖାଏଁ ଚିହ୍ନଟ ହୋଇଛନ୍ତି।ଦାଢାପାଟଣା,କୁରାଙ୍ଗ ଶାସନ ପଞ୍ଚାୟତ ରୁ ୩ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେହିପରି କୁହ୍ନେଇପଡା, ଖଲର୍ଦ୍ଦା,ମଧୁପୁର,ଉଷୁମା ପଞ୍ଚାୟତ ରୁ ୧ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ନରାଜ ମାର୍ଥାପୁର ପଞ୍ଚାୟତ ରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବାରଙ୍ଗରେ ଧିରେଧିରେ […]

ଭୁବନେଶ୍ୱରରେ ଶିଶୁପୁତ୍ର ବିକ୍ରି

ଭୁବନେଶ୍ୱର, ୧୬/୫(ଏସଏସନିୟୁଜ) ଭୁବନେଶ୍ୱରରେ ୫୦ ହଜାର ଟଙ୍କାରେ ବର୍ଷକର ଶିଶୁପୁତ୍ରକୁ ବିକ୍ରି କରାଯାଇଥିବାନେଇ ଶିଶୁର ମାଆ ନୟାପଲ୍ଲୀଥାନାରେ ଅଭିଯୋଗ କରିଛନ୍ତି ।ଅଭିଯୋଗ ପାଇବାପରେ ପୋଲିସ ଶିଶୁପୁତ୍ରକୁ ୫୦ହଜାର ଟଙ୍କାରେ କିଣିଥିବା ନୟାଗଡରୁ ଶ୍ରୀନିବାସ ଜେନାକୁ ଗିରଫ କରିଛି ।ତେବେ ଏହିଘଟନାରେ ଶିଶୁପୁତ୍ରର ବାପା ତପନ ପଲେଇ ଫେରାର ହୋଇଯାଇଥିବାର ଜଣାପଡିଛିା ଶିଶୁପୁତ୍ରକୁ ଉଦ୍ଧାର କରିପାଲେିସ ଚାଇଲ୍ଡଲାଇନ୍ କୁ ହସ୍ତାନ୍ତର କରିଛି ।

ଜୁନ୍ ୧୫ ଯାଏଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା

ପୁରୀ,୧୬/୫(ଏସଏସନିୟୁଜ) ଜୁନ୍ ୧୫ ଯାଏଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା ରାଜ୍ୟରେ କରୋନା ସଂକ୍ରାମଣ ବଢୁଥିବାବେଳେ ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଛି ।ଫଳରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନରୁ ବଂଚିତ ହେବେ । ଏହି ସମୟରେ ସୀମିତ ସେବାୟତଙ୍କୁ ନେଇ ଯଥାରୀତି ମହାପ୍ରଭୁଙ୍କର ନୀତି ସମ୍ପନ୍ନ ହେବ ବୋଲି କୁହାଯାଇଛି । ଆଜି କୋଭିଡ ସ୍ଥିତିକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଏବଂ ଶ୍ରୀମନ୍ଦିର ଅଫିସିଆଲଙ୍କୁ ନେଇ […]

ନଜଣାଇ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ ମହଙ୍ଗା ପଡିଲା-ପାଦତଳେ ପଡି କ୍ଷମା ମାଗିଲେ ଦଳିତପୁରୁଷ

ନଭୁବନେଶ୍ୱର,୧୬/୫(ଏସଏସନିୟୁଜ) ଏବେବି ଜାତିଆଣ ପ୍ରଥାକୁ କେତେକ ଅଂଚଳରେ ଜାବୁଡି ଧରି ଲୋକମାନଙ୍କୁ ଅତ୍ୟାଚାର କରାଯାଉଛି ।ଯାହାର ଜ୍ୱଳନ୍ତ ଉଦାହରଣ ତାମିଲନାଡୁର ଭିଲୁପୁରମରେ ଦେଖିବାକୁ ମିଳିଛି । ତାମିଲନାଡୁର ଭିଲୁପୁରମର ଏକ ଦଲିତ ସମ୍ପ୍ରଦାୟର ତିନିଜଣ ବୃଦ୍ଧ ବ୍ୟକ୍ତି ଏକ ଗ୍ରାମ ପଞ୍ଚାୟତର ପାଦଦେଶରେ ପଡି କ୍ଷାମପ୍ରାର୍ଥନା କରୁଛନ୍ତି ।ତାଙ୍କର ଭୁଲ ଏଇଆ ଥିଲାଯେ, ଥିରୁଭେନାଇନାଲୁର ନିକଟସ୍ଥ ଅଟଳଚାନ୍ଦ ପଞ୍ଚାୟତରେ ଥିବା ଦଲିତ ପରିବାରମାନେ ମେ ୧୨ ରେ ସେମାନଙ୍କ ଗ୍ରାମ ଦେବତାଙ୍କ ପାଇଁ ଏକ ଅତି ଛୋଟ […]

୧୫ ଦିନରେ ୧୫ ମୃତ୍ୟୁ, ତଥାପି କରୋନା ପରୀକ୍ଷା ପାଇଁ ଅରାଜି

ଭୁବନେଶ୍ୱର,୧୬/୫(ଏସଏସନିୟୁଜ) ଉତରପ୍ରଦେଶର ହାମିରପୁର ଜିଲ୍ଲାର ଭଟପୁରା ଗ୍ରାମ ।୧୫ ଦିନରେ ୧୫ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।ତଥାପି ଗ୍ରାମବାସୀ କରୋନା ପରୀକ୍ଷା କରିବାକୁ ରାଜି ନୁହଁନ୍ତି ।ଗ୍ରାମାଂଚଳମାନଙ୍କରେ କରୋନା ଦ୍ରୁତ ଗତିରେ ବ୍ୟାପିଛି । ଦେଶର ଅନେକ ଗାଁ ରହିଛି , ବହୁ ସଂଖ୍ୟକ ଲୋକ କରୋନା କବଳରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଗ୍ରାମଗୁଡିକରେ ପରୀକ୍ଷା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ରସରକାର ।କିନ୍ତୁ ଭଟପୁରା ଗାଁରେ ଥଣ୍ଡା ହେବାପରେ ଶୀତ ଏବଂ ଜ୍ୱର ଯୋଗୁଁ […]

ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବାକୁ ଜାରି ହେଲା ଏସଓପି

ଭୁବନେଶ୍ୱର,୧୬/୫(ଏସଏସନିୟୁଜ) କେନ୍ଦ୍ର ସରକାର ଗ୍ରାମାଞ୍ଚଳ ମାନଙ୍କରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ ଗ୍ରହଣ କରିବା ସହ ଏକ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି । ମାର୍ଗଦର୍ଶିକା ରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ଓ ପୋଷକ ତତ୍ତ୍ୱ କମିଟି ସହାୟତାରେ ଆଶା, ଅଙ୍ଗନବାଡ଼ି କର୍ମଚାରୀ ଗାଁରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଥଣ୍ଡା, ଜ୍ୱର ଭଳି ଅସୁସ୍ଥତା,ଅତି ଉତ୍କଟ ଶ୍ବାସନଳୀ ସଂକ୍ରମଣର ଚିହ୍ନଟ ପାଇଁ ସକ୍ରିୟ ଅନୁଧ୍ୟାନ କରିବା […]

ଆଗେ କରୋନା ଟେଷ୍ଟ୍‌, ପରେ ବିବାହ

ଗଞ୍ଜାମ,୧୬/୫(ଏସଏସନିୟୁଜ) ଆଗେ ଟେଷ୍ଟ୍‌, ପରେ ବିବାହ, ବିବାହ ପୂର୍ବରୁ ବର-କନ୍ୟା କରିବେ କରୋନା ଟେଷ୍ଟ୍ ।କେବଳ ବରକନ୍ୟା ନୁହେଁ ଉଭୟ ପରିବାର ସହ ୫୦ଜଣ ଙ୍କ ମଧ୍ୟରେ ୍େ‌ଯଉଁମାନେ ବିବାହ ଉସ୍‌ବରେ ଯୋଗଦେବେ ସମସ୍ତେ କରୋନା ଟେଷ୍ଟ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିବେଦନ କରିଛନ୍ତି । ସମସ୍ତ ଅତିଥି ମାନେ ନିଜର ଟେଷ୍ଟ କରାଇନେବେ ତେବେ ସଂକ୍ରମଣ ଆଶଙ୍କା କମିବ ବୋଲି ଜିଲ୍ଲାପାଳ କହିଛନ୍ତି। ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କର କରୋନା […]

ମାସ ଶେଷରେ ପିକ୍‌ରେ ପହଁଚିବ ,ଜୁନ୍‌ରୁ କମିବ କରୋନା ଗ୍ରାଫ୍

ଭୁବନେଶ୍ୱର,୧୬/୫(ଏସଏସନିୟୁଜ) ଓଡ଼ିଶାରେ କରୋନା ଏବେ ପିକ୍‌ରେ ପହଞ୍ଚିନି । ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଲକ୍‌ଡାଉନ, ସଟ୍‌ଡାଉନ ଚାଲିଛି । ସଂକ୍ରମଣ ଗୋଟିଏ ସର୍ବୋଚ୍ଚ ସ୍ତରକୁ ଯିବା ପରେ ଯଦି ସପ୍ତାହେ ଯାଏ ପଜିଟିଭ୍ କମିବ ତେବେ ଆମେ ପିକ୍ ଆସିଗଲା ବୋଲି କହିପାରିବା। ୧୧ ଦିନ ହେଲା ଲକ୍‌ଡାଉନ୍ ଓ ସଟ୍‌ଡାଉନ ରହିଛି । ହେଲେ ଏହା ପରେ ବି ରାଜ୍ୟରେ କିନ୍ତୁ ପଜିଟିଭ୍ ହାରରେ ହ୍ରାସ ଆସୁନି । ଏହି ଚିତ୍ର […]

ସିରିଏଲ ଓ ଫିଲ୍ମ ସୁଟିଂରେ ଲାଗିଲା ଅଙ୍କୁଶ

ଭୁବନେଶ୍ୱର,୧୬/୫(ଏସଏସନିୟୁଜ) ରାଜ୍ୟରେ ବଢୁଥିବା କରୋନାସଂକ୍ରମଣକୁ ରୋକିବାପାଇଁ ରାଜ୍ୟସରକାର ଫିଲ୍ମ ଓ ସିରିଏଲ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସିରିଏଲ ଓ ଫିଲ୍ମ ସୁଟିଂ ଆଉ ହୋଇପାରିବନାହିଁ । କୌଣସି ସିରିଏଲ ଓ ଫିଲ୍ମ ପାଇଁ ହେଉଥିବା ଇନଡୋର୍‌, ଆଉଟଡୋର୍ ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସରକାର ବୋଲି ଏସଆରସି ସୁଚନା ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶାନାମା ନଆସିବା ପର‌୍ୟ୍ୟନ୍ତ ସିରିଏଲ୍ ଓ ଫିଲ୍ମ ସୁଟିଂ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି।

ଶୀତଳଷଷ୍ଠୀ ପାଇଁ ଉଠିଲା ଥାଳ

ସମ୍ବଲପୁରର,୧୬/୫(ଏସଏସନିୟୁଜ) ସମ୍ବଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ପାଇଁ ପବିତ୍ର ଅକ୍ଷୟ ତୃତୀୟ ତିଥି ରେଥାଳ ଉଠା ଅନୁଷ୍ଠିତ ହୋଇଯାଇଛି । ଏହାସହ ପରମ୍ପରା ଅନୁଯାୟୀ ଶିବାଳୟମାନଙ୍କରେ ପୂଜାର୍ଚ୍ଚନା ପରେ ଥାଳ ଉଠିବା ସହ କନ୍ୟା ମାତା-ପିତା ମଧ୍ୟ ଚୟନ କରାଯାଇଛି । ଐତିହ୍ୟ ପରମ୍ପରାନୁଯାୟୀ ମହାଦେବ ଓ ମାତା ପାର୍ବତୀଙ୍କ ଶୁଭ ବିବାହ କାର୍ଯକ୍ରମ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା କାର୍ଯ୍ୟ ସମ୍ପନ୍ନ କୋଭିଡ଼ କଟକଣାରେହୋଇଯାଇଛି । ଝାଡୁଆପଡା, ନନ୍ଦପଡା , ମନ୍ଦିରରେ ବୁଢ଼ାରଜ. ପାହାଡ଼େଶ୍ୱର […]