ନଜଣାଇ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ ମହଙ୍ଗା ପଡିଲା-ପାଦତଳେ ପଡି କ୍ଷମା ମାଗିଲେ ଦଳିତପୁରୁଷ

ନଭୁବନେଶ୍ୱର,୧୬/୫(ଏସଏସନିୟୁଜ) ଏବେବି ଜାତିଆଣ ପ୍ରଥାକୁ କେତେକ ଅଂଚଳରେ ଜାବୁଡି ଧରି ଲୋକମାନଙ୍କୁ ଅତ୍ୟାଚାର କରାଯାଉଛି ।ଯାହାର ଜ୍ୱଳନ୍ତ ଉଦାହରଣ ତାମିଲନାଡୁର ଭିଲୁପୁରମରେ ଦେଖିବାକୁ ମିଳିଛି । ତାମିଲନାଡୁର ଭିଲୁପୁରମର ଏକ ଦଲିତ ସମ୍ପ୍ରଦାୟର ତିନିଜଣ ବୃଦ୍ଧ ବ୍ୟକ୍ତି ଏକ ଗ୍ରାମ ପଞ୍ଚାୟତର ପାଦଦେଶରେ ପଡି କ୍ଷାମପ୍ରାର୍ଥନା କରୁଛନ୍ତି ।ତାଙ୍କର ଭୁଲ ଏଇଆ ଥିଲାଯେ, ଥିରୁଭେନାଇନାଲୁର ନିକଟସ୍ଥ ଅଟଳଚାନ୍ଦ ପଞ୍ଚାୟତରେ ଥିବା ଦଲିତ ପରିବାରମାନେ ମେ ୧୨ ରେ ସେମାନଙ୍କ ଗ୍ରାମ ଦେବତାଙ୍କ ପାଇଁ ଏକ ଅତି ଛୋଟ ସମାରୋହ ଉତ୍ସବ ଆୟୋଜନ କରିବାକୁ ଅନୁମତି ହାସଲ କରିଥିଲେ ।ସମାରୋହ ତଥା ଇଭେଣ୍ଟଗୁଡିକ ପାଇଁ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା, ଯାହାକି କୋଭିଡ୍ -୧୯ ନିୟମକୁ ଉଲଘଂନ କରିଥିଲା ପୋଲିସ ଗାଁରେ ପହଞ୍ଚି କାର୍ଯ୍ୟକ୍ରମକୁ ବନ୍ଦ କରିବା ସହ ଆୟୋଜକମାନଙ୍କୁ ଥିରୁଭେନାନାଲୁର ପୋଲିସ ଷ୍ଟେସନକୁ ନେଇଯାଇଥିଲା ।ପରେ ଥାନାରେ ଏଭଳି ଘଟଣା ପୁନରାବୃତ୍ତି ହେବ ନାହିଁ ବୋଲି ଏକ ଲିଖିତ କ୍ଷମା ଦେବାପରେ ଆୟୋଜକମାନଙ୍କୁ ପୋଲିସ ଛାଡି ଦେଇଥିଲା ।କିନ୍ତୁ ମେ ୧୪ ରେ ସେମାନଙ୍କୁ ଏକ ପଞ୍ଚାୟତ କୋର୍ଟରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଥିଲା। ହିନ୍ଦୁଙ୍କ ବିନା ଅନୁମତିରେ ଏହି ଉତ୍ସବର ଆୟୋଜନ ପାଇଁ ଦଣ୍ଡ ସ୍ୱରୂପ ସେମାନଙ୍କୁ ଗ୍ରାମ ପଞ୍ଚାୟତର ପାଦତଳେ ପଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦଲିତ ପୁରୁଷ – ଥିରୁମାଲ, ସନ୍ଥନମ୍ ଏବଂ ଅରୁମୁଗମ୍ ଏହି ନିଷ୍ପତ୍ତିକୁ ମାନି ପଞ୍ଚାୟତ ସଦସ୍ୟଙ୍କ ପାଦତଳେ ପଡ଼ି କ୍ଷମା ମାଗିଥିଲେ। ଚିତ୍ରଗୁଡ଼ିକରେ ପଞ୍ଚାୟତର କିଛି ସଦସ୍ୟଙ୍କ ସାମ୍ନାରେ ତିନିଜଣ ବ୍ୟକ୍ତି ସମତଳ ପଡ଼ିଥିବାର ଦେଖାଯାଇଛି। ବୁଧବାର ଦିନ ସାମ୍ନାକୁ ଆସିଥିବା ଏହି ଘଟଣା ଭାରତରେ ଜାତି ଅତ୍ୟାଚାର ଉପରେ ଗୁରୁତର ପ୍ରଶ୍ନ ଉଠାଇଛି

Comments (0)
Add Comment