Browsing daily archive

May 31, 2021

ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

ପୁରୀ,୩୧/୫(ଏସଏସନିୟୁଜ) ଜୁନ ୨୪ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଚଳିତ ବର୍ଷ ମଧ୍ୟ ବିନାଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ୧୪୪ ଧାରା ଜାରି କରି ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯିବ । ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭହେବାସହ ଭର୍ଚ୍ୟୁଆଲ୍ ବୈଠକରେ ନିଆଗଲା ଏଭଳି ନିଷ୍ପତ୍ତି । ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ ।

ମୌସୁମୀ ୩ରେ ଛୁଇଁପାରେ କେରଳ

ଭୁବନେଶ୍ୱର୩୧/୫(ଏସଏସନିୟୁଜ) ଚଳିତ ବର୍ଷ ମୌସୁମୀ ୩ରେ କେରଳ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ଆଶଙ୍କା କରିଛି । ଜୁନ୍ ୧ରେ ଦକ୍ଷିଣ-ପଶ୍ଚିମ ପଟୁ ଜୋରରେ ପବନ ବହିବା ଫଳରେ କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିବ ।ଯାହାଫଳରେ ଜୁନ୍ ୩ ବେଳକୁ କେରଳରେ ମୌସୁମୀ ପହଞô୍ଚବା ନେଇ ଆଶା କରାଯାଉଛି ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ।

ରାଜଧାନୀରେ ଆରମ୍ଭହେଲା ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ

ଭୁବନେଶ୍ୱର୩୧/୫(ଏସଏସନିୟୁଜ) ରାଜଧାନୀରେ ଆଜିଠୁ ଆରମ୍ଭ ହୋଇଛି ଭ୍ୟାକ୍ସିନ ଆଟ୍ ଡୋର ଷ୍ଟେପ୍ ଅଭିଯାନ । ଘର ଘର ବୁଲି ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ବିଏମସି ପକ୍ଷରୁ ୩ଟି ଜୋନ କରାଯାଇ ୬ଟି ଆପାର୍ଟମେଣ୍ଟରେ ଏହି ଟିକାକରଣ ଚାଲିଥିବାବେଳେ ପ୍ରତି ଆପାର୍ଟମେଣ୍ଟରେ ୨ ଶହ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ରଖାଯାଇଛି।

୩ ଜିଲ୍ଲାରେ କାଲିଠାରୁ ଖୋଲିବ ଗାଡ଼ି ଶୋରୁମ୍

ଭୁବନେଶ୍ୱର ୩୧/୫(ଏସଏସନିୟୁଜ) ସୁନ୍ଦରଗଡ, ନୂଆପଡା ଓ ଗଜପତି ଜିଲ୍ଲାରେ ଲକଡାଉନ୍ କୋହଳ ରହିଛି ।କେବଳ ଏହି ତିନଟି ଜିଲ୍ଲାରେ କାଲିଠାରୁ ଗାଡ଼ି ଶୋରୁମ ଖୋଲିବା ସହ ନୂଆ ଗାଡି ପଞ୍ଜୀକରଣକୁ ଅନୁମତି ମିଳିଛି ।ଏନେଇ ସୁନ୍ଦରଗଡ, ନୂଆପଡା ଓ ଗଜପତି ଜିଲ୍ଲାର ଆରଟିଓଙ୍କୁ ରାଜ୍ୟ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି ।

ରାଜଧାନୀରେ ମହିଳାଙ୍କୁ ଛୁରାମାଡ

ଭୁବନେଶ୍ବର,୩୧/୫(ଏସଏସନିୟୁଜ) ପରିବା କିଣିବାକୁ ଯାଉଥିବା ଜଣେ ମହିଳାଙ୍କୁ ସୋମବାର ଭୋର ସମୟରେ ଛୁରାମାଡ ହୋଇଛି । ଜଣେ ଦୁର୍ବୁତ ଲୁଟ କରିବାକୁ ଉଦ୍ୟମ କରି ଏପରି କରିଥିବାର ସିସିଟିଭିରେ କଏଦ ହୋଇଛି ଏହି ଚିତ୍ର । ଘଟଣାପରେ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବାରୁ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି । ଗୁରୁତର ଆହତ ମହିଳାଜଣଙ୍କ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାର ଜଣାପଡିଛି ।ଏଭଳି କାଣ୍ଡ ଘଟାଇ ଦୁର୍ବୃତ୍ତଜଣଙ୍କ ଫେରାର ହୋଇଯାଇଛି ।ତେବେ ଏହିଘଟଣାଟି […]

କ୍ୟାରିୟର ବରବାଦ କରିଦେବି. . .

୧-ବିଦ୍ୟୁତ୍‌ ଆଘାତରେ ସମ୍ବଲପୁର କମେଡିଏନ୍‌ ମିଷ୍ଟର୍‌ ଡୋଲୁଙ୍କ ପରଲୋକ । ୨–ଜୁନ ୧୭ ଯାଏଁ ବଢ଼ିଲା ଲକଡାଉନ, ସପ୍ତାହାନ୍ତ ସଟଡାଉନ ବି ଜାରି ରହିବ । ୩-କେବଳ ୩ଟି ଜିଲ୍ଲା ନୂଆପଡା, ଗଜପତି ଓ ସୁନ୍ଦରଗଡରେ କଟକଣା କୋହଳ କରାଯାଇଛି । ଏହି ୩ ଜିଲ୍ଲାରେ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲାରହିବ । ଏହାବାଦ ଅନ୍ୟ ସମସ୍ତ ଜିଲ୍ଲାରେ ପୂର୍ବଭଳି ୧୧ଟା ଯାଏଁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରିପାରିବେ । ୪-ୟାସ୍‌ ମୁକାବିଲା: […]

ଆଜିର ଅନୁଚିନ୍ତା

➡️ଅଜବ ଏ ଦୁନିଆ ଭଲ କଲେ କହିବ — ମନ୍ଦ କଲେ ବି କହିବ –। ➡️ଈଶ୍ୱରଙ୍କୁ ଅନୁଭବ କରିବା ଶାଶ୍ୱତ ବିଜ୍ଞାନ ହିଁ ଧର୍ମ ଅଟେ । ➡️ଯିଏ ନିଜ ସ୍ଵଭାଵ ଅନୁଯାୟୀ ସ୍ବଧର୍ମ ପାଳନରେ ଅସମର୍ଥ, ସେ ତାହା ଠାରୁ ଉର୍ଦ୍ଧ୍ଵରେ ଥିବା ପରଧର୍ମ ପାଳନ ପାଇଁ କେବେ ବି ସମର୍ଥ ହେବ ନାହିଁ । ➡️କେବେ ବି ଲୋକେ ଆପଣଙ୍କ ବିଷୟରେ ଟିକା ଟିପ୍ପଣୀ କରନ୍ତି ତ ବିଚଳିତ ହୁଅ ନାହିଁ, ବାସ୍ […]

ଆଜିର ରାଶିଫଳ

ମଇ ମାସ ୩୧ ତାରିଖ ୨୦୨୧ ମସିହା(ସୋମବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ଷଷ୍ଠୀ,ସିଂହ ରାଶିର ଘାତ ଚନ୍ଦ୍ର,ମିଥୁନ ରାଶିର ଘାତବାର,ଷଷ୍ଠୀ ରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନିମ୍ବ ତାଳ ଭକ୍ଷଣ ନିଷେଧ । ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷ-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ […]