ରାଜଧାନୀରେ ମହିଳାଙ୍କୁ ଛୁରାମାଡ

ଭୁବନେଶ୍ବର,୩୧/୫(ଏସଏସନିୟୁଜ) ପରିବା କିଣିବାକୁ ଯାଉଥିବା ଜଣେ ମହିଳାଙ୍କୁ ସୋମବାର ଭୋର ସମୟରେ ଛୁରାମାଡ ହୋଇଛି । ଜଣେ ଦୁର୍ବୁତ ଲୁଟ କରିବାକୁ ଉଦ୍ୟମ କରି ଏପରି କରିଥିବାର ସିସିଟିଭିରେ କଏଦ ହୋଇଛି ଏହି ଚିତ୍ର । ଘଟଣାପରେ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବାରୁ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି । ଗୁରୁତର ଆହତ ମହିଳାଜଣଙ୍କ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବାର ଜଣାପଡିଛି ।ଏଭଳି କାଣ୍ଡ ଘଟାଇ ଦୁର୍ବୃତ୍ତଜଣଙ୍କ ଫେରାର ହୋଇଯାଇଛି ।ତେବେ ଏହିଘଟଣାଟି ନୟାପଲ୍ଲୀ ଭିଆଇପି କଲୋନୀ ରାସ୍ତାରେ ଘଟିଥିବାବେଳେ ସିସିଟିଭିରେ ଆକ୍ରମଣ ଓ ଲୁଟ ଉଦ୍ୟମର ଚିତ୍ର କଏଦ ହୋଇଛି ।

Comments (0)
Add Comment