Browsing monthly archive

May 2021

ଆଜିର ରାଶିଫଳ

ମଇ ମାସ ୧୬ ତାରିଖ ୨୦୨୧ ମସିହା(ରବିବାର)ବୈଶାଖ ମାସ-ଶୁକ୍ଳପକ୍ଷ,ତିଥି-ଚତୁର୍ଥୀ ,ନକ୍ଷତ୍ର-ଆର୍ଦ୍ରା ,କନ୍ୟା ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା, ବେଲ ଭକ୍ଷଣ ନିଷେଧ । ମେଷ-ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ ଏଡାଇ […]

ଶୁଭାରମ୍ଭ ହେଲା ରଥନିର୍ମାଣ କାର୍ଯ୍ୟ

ପୁରୀ ,୧୫/୫(ଏସଏସନିୟୁଜ) ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟା ରେ ଶୁଭାରମ୍ଭ ହୋଇଛି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ରଥର ମୁଖ୍ୟ ମହାରଣାଙ୍କୁ ପ୍ରଦାନପୁର୍ବକ ରଥପାଇଁ ଥିବା ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଥିଲା ।ପରେ ତିନି ରଥର ମହାରଣା ମହାରଣା ରଥନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କର୍‌ିଥିଲେ । କୋଭିଡ଼୍‍ କଟକଣା ଭିତରେ ଆସନ୍ତାକାଲିଠାରୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ଆଜିଠୁ ଆରମ୍ଭ ହୋଇଛି […]

କରୋନା ଭାବି ଛୁଇଁଲେନାହିଁ ମୃତଦେହ

ଆସିକା, ୧୫/୫(ଏସଏସନିୟୁଜ) କରୋନା ସନ୍ଦେହରେ ପାଖକୁ କେହି ଆସିଲେନାହିଁ କି ଶବସତ୍କାର କରିବାକୁ ଗଲେ ନାହିଁ ।ଶେଷରେ ସ୍ଥାନୀୟ ପ୍ରଶାସନ ଖବରପାଇ ଆସି ଲୋକଙ୍କୁ ବୁଝାଇଥିଲେ ମଧ୍ୟ ଗ୍ରାମବାସୀ ରଜି ହୋଇନଥିଲେ ।ବହୁ ଚେଷ୍ଟାପରେ ଦୁଇ ସ୍ୱେଚ୍ଛାସେବୀଙ୍କ ସହ ମୃତକଙ୍କ ପରିବାର ଲୋକେ ଶବ ଉଠାଇଥିଲେ ।ଏହିଭଳି ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଧର୍ମରାୟପୁର ଗାଁରେ ଦେଖିବାକୁ ମିଳିଛି । ଶୁକ୍ରବାର ରାତିରେ ଧର୍ମରାୟପୁର ଗାଁର ୭୦ବର୍ଷ ବୟସ୍କା ତମାଳ ପଣ୍ଡାଙ୍କର ମୃତ୍ୟୁ ହୋଇଥିଲା ।କେହି […]

ଆଖଣ୍ଡଳମଣିଙ୍କ ମନ୍ଦିରରେ ଆରମ୍ଭହେଲା ଚନ୍ଦନଯାତ୍ରା

ଭଦ୍ରକ,୧୫/୫(ଏସଏସନିୟୁଜ) ଆରଡି ଆଖଣ୍ଡଳମଣିଙ୍କର ଚନ୍ଦନଯାତ୍ରା ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୋଇଛି । ଅକ୍ଷୟତୃତୀୟା ଠାରୁ ଉତ୍କଳଭଉଁରୀ ଯାଏଁ ୨୧ଦିନ ଧରି ଚାଲିବାକୁ ଥିବା ଚନ୍ଦନଯାତ୍ରାରେ କୋଭିଡ କଟକଣାରେ ଏହାକୁ କରାଯାଉଛି । ସ୍ବତନ୍ତ୍ର ନୀତିକାନ୍ତୀ ସହ ଚନ୍ଦନ ନୀତିକାନ୍ତି ନିମନ୍ତେ ମଣିବାବାଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଏକ ସୁସଜ୍ଜିତ ବିମାନରେ ମନ୍ଦିର ବେଢା ପରିକ୍ରମା କରାଇ ମୁକ୍ତିମଣ୍ଡପକୁ ବିଜେ କରାଯାଇଥିଲା।ଏହାପରେ ପ୍ରଥମଦିନର ଚାପନୀତି ନିମନ୍ତେ ଘଟସ୍ଥାପନ, ଦ୍ବାରପାଳପୂଜା, ମହାସ୍ନାନ, ଚନ୍ଦନଲାଗି କରାଯିବା ସହ ଷୋଡଶ ଉପଚାର ନୀତିରେ ସମସ୍ତ […]

ଆଜିର ଅନୁଚିନ୍ତା

➡️ରାଗ ଆଉ ଝଡ ଦୁଇଟିଯାକ ଏକା ପ୍ରକାର, ଥମିଗଲା ପରେ ବୁଝାପଡେ କେତେ କ୍ଷତି କରିଛି ! ➡️ଶରୀର ସୁନ୍ଦର ଥାଉ କି ନଥାଉ ବ୍ୟବହାର ଯଦି ଭଲ ଥାଏ, ତା\’ ହେଲେ ଅସୁନ୍ଦର ମଣିଷଟିଏ ଅତିସୁନ୍ଦର ଲାଗେ । ➡️ ଯିଏ ସତ୍, ନିନ୍ଦା ତାର କୌଣସି ଅନିଷ୍ଟ କରିପାରେ ନାହିଁ । ➡️ପ୍ରତ୍ୟେକ ପରିବାରରେ ଗୋଟେ ଝିଅ ହେବା ଦରକାର କାହିଁକି ନା ଲୋକମାନେ ଅନ୍ୟ ଝିଅ କୁ ବଦନାମ୍ କରିବା ପୂର୍ବରୁ ନିଜ […]

ଆଜିର ରାଶିଫଳ

ମଇ ମାସ ୧୫ ତାରିଖ ୨୦୨୧ ମସିହା(ଶନିବାର)ବୈଶାଖ ମାସ-ଶୁକ୍ଳପକ୍ଷ,ତିଥି-ତୃତୀୟା ,ନକ୍ଷତ୍ର-ମୃଗଶିରା, ବୃଷ ସଂକ୍ରାନ୍ତି ଓ ଅକ୍ଷୟତୃତୀୟା,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ଭକ୍ଷଣ ନିଷେଧ।  ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ। ବୃଷ-ଶାରୀରିକ […]

ଡକାୟତି ଯୋଜନା ପଣ୍ଡ କଲା ପୋଲିସ-ଧରାହେଲେ୬,୨ବାହାରିଲା ପଜିଟିଭ

ଭୁବନେଶ୍ୱର,୧୪/୫(ଏସଏସନିୟୁଜ) ଆଜି ଏକ ନିର୍ଭରଯୋଗ୍ୟ ସୂଚନାକୁ ଆଧାର କରି ଭୁବନେଶ୍ୱରର ଜିଆରପି ଓ ଆରପିଏଫ ପୋଲିସ ମିଳିତ ଚଢାଉ କରି ରେଳ ଟ୍ରାକ୍ ନିକଟ ବୁଦ୍ଧନଗର, ମୋଚି ସାହି ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ ଟ୍ରେନରେ ଡକାୟତ କରିବାକୁ ଯୋଜନାକରୁଥିବାବେଳେ ୬ଜଣଙ୍କୁ ଧରିବା ସହ ସେମାନଙ୍କଠାରୁ ଛୁରୀ, ଚିଲି ପାଉଡର, କଳା ମାସ୍କ ଜବତ କରିବାସହ ଚୋରିକରିଥିବା ୩ ଟି ଲାପଟପ୍, ୬ ଟି ମୋବାଇଲ୍ ଫୋନ୍, ଗୋଟିଏ କମ୍ପ୍ୟୁଟର ସିଷ୍ଟମ୍, ୩ ଟି ଏଟିଏମ୍ […]

ରିଭଲଭର ସହ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ

ଭୁବନେଶ୍ୱର,୧୪/୫(ଏସଏସନିୟୁଜ) ଜଟଣୀଥାନା ଅର୍ନ୍ତଗତ ଜଟଣୀ ସବରେଜିଷ୍ଟର କାର୍ଯ୍ୟାଳୟ ସମ୍ମୁଖରୁ ତପନକୁମାରପଟ୍ଟନାୟକଙ୍କ ଭାଇକୁ ଅପହରଣ କରିନେଇଥିବାର ୨୦୨୦ଅକ୍ଟୋବର୨୨ତାରିଖରେ ତପନ ଅଭିଯୋଗ କରିଥିଲେ ।ଏହି ଅପହରଣରେ ଜଟଣୀଗଜପତିନଗରର ଏସକେ ଇମ୍ରାନ ଓରଫ ସଦାମ ତାର ୫ଜଣ ସହଯୋଗୀ ମିଶିଏକ ବାଇକରେ ଆସି ଅପହରଣ କରିନେଇଥିବାର ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ।ପୋଲିସ ୪୦୭/୨୦କେଶନଂରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ସଦାମ ଫେରାର ହୋଇଯାଇଥିବାରୁ ତାକୁ ଧରିପାରିନଥିଲା ।ତେବେ ସେହିଦିନ ରଭଲବଲ ଓଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ସୁନା […]

ଚାଷୀଙ୍କ ଖାତାକୁ ଗଲା ୯୨୦ କୋଟି ଟଙ୍କା-ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର,୧୪/୫(ଏସଏସନିୟୁଜ) ଆସନ୍ତା କାଲି ଅଷୟତୃତୀୟା।ରାଜ୍ୟର ଚାଷୀ ପରିବାର ପାଇଁ ଏକ ଆନନ୍ଦ ର ଦିନ । ଚାଷ କାମ ର ଅନୁକୂଳ କାଲି ଠାରୁ ଆରମ୍ଭ ହୋଇଥାଏ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚାଷୀ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇବା ସହ ରାଜ୍ୟର ୪୨ ଲଷ ଚାଷୀ ପରିବାର ର ବ୍ୟାଙ୍କ ଖାତାରେ ଖରିଫ ୨୦୨୧ ପାଇଁ କାଳିଆ ଯୋଜନାରେ ୯୨୦ କୋଟି ଟଙ୍କା ଜମା କରାଯାଇଥିବା ବିଷୟ ଘୋଷଣା କରିଥିଲେ ।ରାଜ୍ୟର […]

ନନ୍ଦନକାନନ ବନ୍ଦ ସମୟସୀମା ପୁଣି ବଢ଼ିଲା

ବାରଙ୍ଗ,୧୪/୫(ଏସଏସନିୟୁଜ)ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ କୁ ନନ୍ଦନକାନନ କର୍ତ୍ତୃପକ୍ଷ ମେ ୧ ତାରିଖରୁ ୧୫ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଥିଲେ।ତେବେ ରାଜ୍ୟରେ ସଂକ୍ରମଣ ହାର ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି କର୍ତ୍ତୃପକ୍ଷ ପ୍ରାଣୀ ଉଦ୍ୟାନ ସମେତ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ମେ ୧୫ ରେ ଖୋଲିବା ପରିବର୍ତ୍ତେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ […]