କରୋନା ଭାବି ଛୁଇଁଲେନାହିଁ ମୃତଦେହ

ଆସିକା, ୧୫/୫(ଏସଏସନିୟୁଜ) କରୋନା ସନ୍ଦେହରେ ପାଖକୁ କେହି ଆସିଲେନାହିଁ କି ଶବସତ୍କାର କରିବାକୁ ଗଲେ ନାହିଁ ।ଶେଷରେ ସ୍ଥାନୀୟ ପ୍ରଶାସନ ଖବରପାଇ ଆସି ଲୋକଙ୍କୁ ବୁଝାଇଥିଲେ ମଧ୍ୟ ଗ୍ରାମବାସୀ ରଜି ହୋଇନଥିଲେ ।ବହୁ ଚେଷ୍ଟାପରେ ଦୁଇ ସ୍ୱେଚ୍ଛାସେବୀଙ୍କ ସହ ମୃତକଙ୍କ ପରିବାର ଲୋକେ ଶବ ଉଠାଇଥିଲେ ।ଏହିଭଳି ଘଟଣା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ଧର୍ମରାୟପୁର ଗାଁରେ ଦେଖିବାକୁ ମିଳିଛି । ଶୁକ୍ରବାର ରାତିରେ ଧର୍ମରାୟପୁର ଗାଁର ୭୦ବର୍ଷ ବୟସ୍କା ତମାଳ ପଣ୍ଡାଙ୍କର ମୃତ୍ୟୁ ହୋଇଥିଲା ।କେହି ନଆସିବାରୁ ଶବ ପଡିରହିଥିଲା ।ଶନିବାର ସକାଲେ ପାଖରେ ରହୁଥିବା ବିବାହିତ ଝିଅ୩୮ବର୍ଷବୟସ୍କା ନଳିନୀ କୁମାରୀ ଆଚାର୍ଯ୍ୟଙ୍କର ମୃତ୍ୟୁ ହୋଇଥିଲା ।କିନ୍ତୁ କରୋନାଯୋଗୁ ମା ଓ ଝିଅଙ୍କର ମୃତ୍ୟୁ ହୋଇଥିବାର ସନ୍ଦେହକରି ଗ୍ରାମବାସୀମାନେ କେହି ଶବ ସକ୍ତାର କରିବାକୁ ଆସିନଥିଲେ ।ପରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଆସି ଗ୍ରାମବାସୀମାନଙ୍କୁ ବୁଝାସୁଜା କରିଥିଲେ ମଧ୍ୟ ଶବ ଉଠାଇବାକୁ କେହି ରାଜି ହୋଇନଥିଲେ ।ଅଧିକାରୀମାନେ ଉଦ୍ୟମ କରି ନିକଟସ୍ଥ ଗ୍ରାମରୁ ଦୁଇଜଣ ସ୍ୱଛାସେବୀଙ୍କ ସହ ମୃତକଙ୍କ ପୁଅ, ଜ୍ୱାଇ ପିପିଇ କିଟ୍ ପିନ୍ଧି ମୃତଦେହକୁ ସତ୍କାର କରିବାକୁ ବାହରିଥିଲେ ।

Comments (0)
Add Comment