ଆଜିର ଅନୁଚିନ୍ତା

 ତାରିଖ - ୧୫:୦୫:୨୦୨୧ ( ଶନିବାର )

➡️ରାଗ ଆଉ ଝଡ ଦୁଇଟିଯାକ ଏକା ପ୍ରକାର, ଥମିଗଲା ପରେ ବୁଝାପଡେ କେତେ କ୍ଷତି କରିଛି !

➡️ଶରୀର ସୁନ୍ଦର ଥାଉ କି ନଥାଉ ବ୍ୟବହାର ଯଦି ଭଲ ଥାଏ, ତା\’ ହେଲେ ଅସୁନ୍ଦର ମଣିଷଟିଏ ଅତିସୁନ୍ଦର ଲାଗେ ।
➡️ ଯିଏ ସତ୍, ନିନ୍ଦା ତାର କୌଣସି ଅନିଷ୍ଟ କରିପାରେ ନାହିଁ ।
➡️ପ୍ରତ୍ୟେକ ପରିବାରରେ ଗୋଟେ ଝିଅ ହେବା ଦରକାର କାହିଁକି ନା ଲୋକମାନେ ଅନ୍ୟ ଝିଅ କୁ ବଦନାମ୍ କରିବା ପୂର୍ବରୁ ନିଜ ଝିଅ ବିଷୟରେ ଭାବିବା ଦରକାର ।
➡️ଝାଳନାଳ ବୁହାଇ, ଧାରକରଜ କରି ବାପା ବଡ ମଣିଷ କରନ୍ତି ପୁଅକୁ ।ପୁଅ ବଡ ହେଇ ୠବମରଭକ୍ଟକ୍ଟଳ ଳେ ଲେଖେ ଗଚ୍ଚ ଙ୍ଗସଲର ସଗ୍ଦ ଜ୍ଞଚ୍ଚ ଖସଲର.
-ଆଜିର ସୁବିଚାର-
➡️”ସବୁଠାରୁ ବଡ଼ ପବିତ୍ର ଜିନିଷ”ମୋବାଇଲ” ଯିଏ ପାଇଖାନା, ହସ୍ପିଟାଲ, ମଶାଣି ଯାଇ ଆସିଲା ପରେ ନଧୋଇ ବି ମନ୍ଦିର,ରୋଷେଇ ଘର ସବୁ ଯାଗା ଯାଇପାରେ !
➡️”ଜୀବନର ଗୋଟିଏ ସତ କଥା ପୂଜା ସରିଗଲେ ପ୍ରସାଦ ମିଳେ ଆଉ ସ୍ବାର୍ଥ ସରିଗଲା ପରେ ଧୋକା ମିଳେ !
➡️”ଅଧା ବାଟରୁ ଫେରିଯିବାର କୌଣସି ଫାଇଦା ନାହିଁ , କାରଣ ଆପଣଙ୍କୁ ଫେରିବାରେ ଯେତିକି ସମୟ ଲାଗିବ , ସେହି ସମୟ ଭିତରେ ଆପଣ ଲକ୍ଷସ୍ଥଳରେ ପହଁଚି ପାରିବେ !
➡️”ମହାଦେବ କୁହନ୍ତି କେବେ କୌଣସି ଜିନିଷର ଗର୍ବ ଆସିଗଲେ ଶ୍ମଶାନ ଆଡେ ଟିକିଏ ବୁଲି ଆସିବ ତୁମଠୁ ମଧ୍ୟ ଭଲ ଭଲ ଲୋକ ସେଠାରେ ପାଉଁଶ ହୋଇ ପଡ଼ିଛନ୍ତି !!
➡️” ନିଜକୁ ସର୍ବଦା ସୁନା କଏନ ଭଳି ବନାଅ , ” କାରଣ ନାଳରେ ପଡ଼ିଥିଲେ ବି ତା’ଦାମ୍ କେବେ କମିନଥାଏ ”
➡️”କେବେ କାହାକୁ ତାର ବିତି ଯାଇଥିବା କାଲି ଦ୍ବାରା ପରଖନ୍ତୁ ନାହିଁ , ଲୋକମାନେ , ପରିବର୍ତ୍ତନ ହୋଇଥାନ୍ତି ଏବଂ ଆଗକୁ ବଢ଼ିଥାନ୍ତି !
➡️”ଜୀବନ କାହା ପାଇଁ ଅଟକେ ନାହିଁ । କେବଳ ବଞ୍ଚିବାର କାରଣ ପରିବର୍ତ୍ତନ ହୋଇ ଯାଇଥାଏ !
-ଜୀବନ ଦର୍ଶନ-
➡️ସୂର୍ଯ୍ୟ ଉଦୟ ହେଲେ ଯେପରି ନୂତନ ବସ୍ତୁ ନିର୍ମାଣ ହୁଏ ନାହିଁ, ବରଂ ଅନ୍ଧକାରାଚ୍ଛନ୍ନ ହେତୁ ଦେଖା ଯାଉଥିବା ବସ୍ତୁ ଦେଖାଯାଏ। ଠିକ୍ ସେହିଭଳି ପରମାତ୍ମତତ୍ତ୍ବ ସ୍ବତଃ ସିଦ୍ଧ ଅଛି, କିନ୍ତୁ, ଅଜ୍ଞାନ ଯୋଗୁଁ ତାହା ଅନୁଭବ ହୁଏ ନାହିଁ। ବିବେକ ଦ୍ବାରା ଅଜ୍ଞାନ ଦୂର ହୋଇ ଯିବା ମାତ୍ରେ ସେହି ସ୍ବତଃ ସିଦ୍ଧ ପରମାତ୍ମତତ୍ତ୍ବ ଅନୁଭବ ହେବାକୁ ଲାଗେ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ?ଜୟ ଜଗନ୍ନାଥ?

Comments (0)
Add Comment