Browsing monthly archive

June 2021

ଚୂଡ଼ାନ୍ତ ହେଲା ରଥଯାତ୍ରା ପାଇଁ ନୀତି ନିର୍ଘଂଟ

ପୁରୀ,୨୦/୬(ଏସଏସନିୟୁଜ) ସ୍ନାନ ପୂର୍ଣ୍ଣିମା ଠାରୁ ନୀଳଦ୍ରୀ ବିଜେ ପର‌୍ୟ୍ୟନ୍ତ ଛତିଶା ନିଯୋଗର ଭର୍ଚୁଆଲ ବୈଠକରେ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୨୪ରେ ଦେବସ୍ନାନ ପୂର୍ଣ୍ଣିମା ଓ ଜୁଲାଇ ୧୨ରେ ଘୋଷଯାତ୍ରା ।ଏଣୁ କୋଭିଡ କଟକଣା ପାଇଁ ବିନା ଭକ୍ତରେ ମାଉସୀ ଘରକୁ ଯିବେ ଜଗନ୍ନାଥ । ଦେବସ୍ନାନ ପୂର୍ଣ୍ଣିମା ପାଇଁ ରାତି ଗୋଟାଏରୁ ପହଣ୍ଡି ଆରମ୍ଭ ହେବ । ଦିନ ୧୧ଟାରେ ହେବ ଗଜାନନ ବେଶ ଓ ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ଡି ହେବ । […]

କାଲିଠାରୁ କ୍ୟାମ୍ପେନ ମୋଡ଼ ଟିକାକରଣ

ଭୁବନେଶ୍ୱର,୨୦/୬(ଏସ ଏସ ନିଉଜ)ଆସନ୍ତା କାଲିଠାରୁ ଆରମ୍ଭ ହେବ କ୍ୟାମ୍ପେନ ମୋଡ଼ ଟିକାକରଣ ।୨୦୦୦ ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା ।ବର୍ତ୍ତମାନ ଦଶ ଲକ୍ଷ କୋଭିସିଲ୍ଡ ଏବଂ ଚାରି ଲକ୍ଷ କୋଭାକ୍ସିନ ଟିକା ମହଜୁଦ ରହିଛି । ଉଭୟ ଅନଲାଇନ ଓ ଅଫଲାଇନରେ ଦିଆଯିବ ଟିକା।୫୦ପ୍ରତିଶତ ଅନଲାଇନ ଓ ୫୦ପ୍ରତିଶତ ଅନସ୍ପଟ ରେଜିଷ୍ଟ୍ରେସନ ମାଧମରେ ଟିକାକରଣ କରାଯିବା ନେଇ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।ଯେଉଁଠି ଲୋକମାନେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ […]

ରାଜଧାନୀରେ ସେକ୍ସ ରାକେଟ

ଭୁବନେଶ୍ବର,୨୦/୬(ଏସଏସନିୟୁଜ) ରାଜଧାନୀର ଏକ ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲିଥିବାବେଳେ ପୋଲିସ ହାତରେ ଧରାପଡିଛି । ଏହି ହାଇପ୍ରୋଫାଇଲ ସେକ୍ସ ରାକେଟ ବୁଧେଶ୍ବରି ଅଞ୍ଚଳରେ ଚାଲିଥିବାବେଳେ ଲକ୍ଷ୍ମୀସାଗର ଥାନା ପୋଲିସ ରାକେଟ ଠାବ କରିବାରେ ସକ୍ଷମ ହୋଇଛି ପୋଲିସ ଜଣେ ଯୁବତୀକୁ ଉଦ୍ଧାର କରିବାସହ ତିନି ଗ୍ରାହାକ ଅଟକ ରଖିଥିବାର ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କ ନୂଆ ଯୋଜନା ଆଶୀର୍ବାଦ

ଭୁବନେଶ୍ୱର୨୦/୬(ଏସଏସନିୟୁଜ)ଗତ ଅପ୍ରେଲ ପହିଲା 2020 ଦିନ ବା ତା ପରେ ଉଭୟ ବାପା ,ମା ବା ପରିବାରର ମୁଖ୍ୟ ଉପାର୍ଜନ କାରୀ ଙ୍କୁ ହରାଇ ଥିବା ପିଲା ମାନଙ୍କ ଶିଷା ଦୀଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା। ଆଶୀର୍ବାଦ ଘୋଷଣା କରିଛନ୍ତି ।ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି।ବାପା ,ମା ଉଭୟଙ୍କୁ ହରାଇ ଥିବା ପିଲା single parentଙ୍କୁ ହରାଇ ଥିବା ପିଲା […]

ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟପିଲା

ଭୁବନେଶ୍ୱର,୨୦/୬(ଏସଏସନିୟୁଜ) ରବିବାର ଦିନ ଦେଶରେ ପୁଣି ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି ।ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୨୨ ଓ ଡିଜେଲ ଲିଟର ପିଛା ୮୭.୯୭ ଟଙ୍କାରେ ବିକ୍ରି ହେଉଛି । ଏହାଫଳରେ ଓଡ଼ିଶାର ୫ ଜିଲ୍ଲାରେ ପେଟ୍ରୋଲ ଦର୧୦୦ ଟଙ୍କା ଟପିଛି । ମାଲକାନଗିରିରେ ପେଟ୍ରୋଲ ୧୦୩.୦୫ ଓ ଡିଜେଲ ୧୦୦.୭୮ ଟଙ୍କା, କୋରାପୁଟରେ ପେଟ୍ରୋଲ.୧୦୨.୨୯ ଓ ଡିଜେଲ ୧୦୦.୦୫ ଟଙ୍କା, […]

ସତ୍ୟନଗରରେ ତପୁ ମିଶ୍ରଙ୍କ ଶେଷକୃତ୍ୟୁ ସମ୍ପନ୍ନ

ଭୁବନେଶ୍ୱର,୨୦/୬(ଏସଏସନିୟୁଜ) ସତ୍ୟ ନଗରରେ ଶଶ୍ମାନରେ ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଶେଷକୃତ୍ୟୁ ସମ୍ପନ୍ନ ହୋଇଛି । କୋଟି କୋଟି ଓଡିଆଙ୍କ ଏହି ପ୍ରିୟ କଣ୍ଠଶିଳ୍ପୀ ଗତକାଲି ରାତି ୧୧ଟାରେ ଦୃଦଘାତରେ ତାଙ୍କର ପରଲୋକ ହୋଇଥିଲା ।ମୃତ୍ୟୁବେଳକୁ ତାଙ୍କୁ ୩୬ ବର୍ଷ ହୋଇଥିଲା । କରୋନାରୁ ସୁସ୍ଥ ହେବା ପରେ ତପୁମିଶ୍ରଙ୍କ ଲଗାତାର ଅକ୍ସିଜେନ ଲେବୁଲ କମି କମି ଯାଉଥିବାବେଳେ ଏକ ଘରୋଇ ହସ୍ପିଟାଲରେ ରହି ଚିକିସ୍‌। ହେଉଥିଲେ ।

ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର୨୦/୬(ଏସଏସନିୟୁଜ) ଓଏଏସ୍ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଓଏସଡି ଦିଲ୍ଲୀପ ରାଉତରାଏ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ସୁମନ ବେହେରା, ବ୍ରହ୍ମପୁର ବନ୍ଦୋବସ୍ତ ଅତିରିକ୍ତ କମିଶସନର ସୂର‌୍ୟ୍ୟମାଧବ ପାଣିଗ୍ରାହୀ, ଓମବାଡସିର ମହାପ୍ରବନ୍ଧକ ସୁଧାକର ବୁର୍ଗୀ ଓ କେନ୍ଦୁଝର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି ,ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ସରୋଜ କୁମାର ପଟେଲ, ଙ୍କୁ ସ୍ୱତନ୍ତ୍ର […]

୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର

ଢେଙ୍କାନାଳ,୨୦/୬(ଏସଏସନିୟୁଜ) ଢେଙ୍କାନାଳର ଆଛନ୍ଦ ଗ୍ରାମରୁ ଶନିବାର ଏକ ୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର ହୋଇଛି । ପରେ ତାକୁ କପିଳାସ ରେଞ୍ଜ ଜଙ୍ଗଲରେ ଛାଡିଦିଆ ଯାଇଥିବାର ଜଣାପଡିଛି ।ଦିବସାହୁ ନାମକ ବ୍ୟକ୍ତି ନିଜ ଜାଗାରେ ଜେସିବି ସାହାଯ୍ୟରେ ମାଟି ଖୋଳୁଥିବା ବେଳେ ଏହି ସାପଟିକୁ ଦେଖିବାରୁବନ୍ୟ ଫାଉଣ୍ଡେସନ ଟିମ କୁ ଡାକିଥିଲେ ।ଏହିଟିମ୍ ର ସଦସ୍ୟମାନେ ଆସି ୨ ଘଣ୍ଟା କାଳ ଉଦ୍ୟମ ପରେ ୧୨ ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରି କପିଳାସ ଜଙ୍ଗଲରେ […]

ରଥ ଯାତ୍ରା ସମୟରେ ପୁରୀକୁ ୨୬ ଟି ଦୂରଗାମୀ ଟ୍ରେନ୍‌ଚଳାଚଳ କରିବନି

ପୁରୀ,୨୦/୬(ଏସଏସନିୟୁଜ) ରଥ ଯାତ୍ରା ସମୟରେ ୨୬ ଟି ଦୂରଗାମୀ ଟ୍ରେନ୍ ପୁରୀକୁ ଚଳାଚଳ କରିବନି ।ଏହି ଟ୍ରେନଗୁଡିକ ଖୋର୍ଦ୍ଧା ରୋଡ୍ ପର‌୍ୟ୍ୟନ୍ତ ଚଳାଚଳ କରିବ ଏବଂ ଖୋର୍ଦ୍ଧା ରୋଡରୁ ଯାତ୍ରା ପ୍ରାରମ୍ଭ କରି ଉଭୟ ଦିଗରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ ବାତିଲ ରହିବ । ଜୁଲାଇ ମାସ ତୃତୀୟ ସପ୍ତାହ ପର‌୍ୟ୍ୟନ୍ତ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର‌୍ୟ୍ୟନ୍ତ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜିର ଅନୁଚିନ୍ତା

ବିଶ୍ବାସ ନହେଲେ ବି ସତ ଆମେଚାଲୁଥିବାସମୟରେ ଦୁଇ  ପାଦ ଭିତରେ ଅନେକ ତଫାତ୍ ଥାଏ……ଗୋଟିଏ ପାଦ ଆଗକୁ ଥାଏ ତ ଅନ୍ୟଟି ପଛରେ ରହିଯାଏ…… ନା କେବେ ବି ଆଗରେ ଥିବା ପାଦ ଅଭିମାନ କରେ କି ନା କେବେ ପଛରେ ଥିବା ପାଦ  ଅପମାନ ଭାବେ……କାହିଁକି ନା ସେମାନେ ଜାଣନ୍ତି କିଛି କ୍ଷଣ , ମଧ୍ୟରେ ସ୍ଥିତି ବଦଳି ଯିବ….ଏହାକୁ ତ ଜୀବନ କହନ୍ତି…… ଯେଉଁଠି ନିଜ ଜାଗା ନାହିଁ……..ଅଭିଯୋଗ କାହିଁକି ? ଯେଉଁଠି ବିଶ୍ବାସ […]